June 22, 2025

Odia Express

Here, There and Everywhere

ପୁରୁଣାରୁ ପୁରୁଣା କାଶକୁ ଦୂର କରନ୍ତୁ ମାତ୍ର ଗୋଟେ ଦିନରେ – ନିଶ୍ଚୟ କରନ୍ତୁ ଏହି ଉପାୟ ଗୁଡିକ..

ଆପଣମାନେ ଜାଣନ୍ତିକି ବିଭିନ୍ନ ମଣିଷ ସବୁ ସମୟରେ ଭଲରେ ନଥାନ୍ତି ଅର୍ଥାତ ସୁସ୍ଥ ସବଳ ରହିପାରିବେ ନାହିଁ ସେମାନଙ୍କୁ ସୁସ୍ଥ ରଖିବା ସବୁବେଳେ ସମ୍ଭବ ହୋଇନଥାଏ।କିଛି ରୋଗ ଏହିପରି ଥାଏ ଯାହାକି ଭଲ ହୋଇଯାଏ କିନ୍ତୁ ଏହିପରି କିଛି ରୋଗ ଥାଏ ଯାହାକି ଭଲ ତ ହୋଇଯାଏ କିନ୍ତୁ ଦୀର୍ଘଦିନ ଯାଏ ସେ ଆପଣଙ୍କ ଶରୀରରେ ରହି ଆପଣଙ୍କୁ ଯନ୍ତ୍ରଣା ଦେଇଥାଏ।

ଯାହା କାହାକୁ ବି ପସନ୍ଦ ଆସେ ନାହିଁ।ଏଥି ମଧ୍ୟରେ କିଛି ଲକ୍ଷଣ ମଧ୍ୟ ଆପଣଙ୍କୁ ଅସୁବିଧାରେ ପକାଇ ପାରେ।ଆଜି ଆମେ ଆଲୋଚନା କରିବାକୁ ଯାଉଛେ ଏକ ରୋଗର ଲକ୍ଷଣ କାଶ ଉପରେ।ଏହାତ ସାଧାରଣରେ ଏକ ରୋଗ ନୁହଁ କିନ୍ତୁ ଏହା ବହୁତ ରୋଗର ଲକ୍ଷଣ ଅଟେ।ଏହାକୁ ଆମେ ସାଧାରଣତଃ ଭାବେ ଖୋଲା ଛାଡିଦିଅନ୍ତି ବିଶେଷ ଧ୍ୟାନ ମଧ୍ୟ ଏହା ଉପରେ ଦିଅନ୍ତି ନାହିଁ କିନ୍ତୁ ମନେରଖନ୍ତୁ ଯଦି ଏହା ଅଧିକ ଦିନ ଯାଏ ରହିଲା ଏହା ଆପଣଙ୍କ ପାଇଁ ବହୁତ ବଡ଼ ବ୍ୟାଧି ସାଜିପରେ।ଯଦି ଆପଣଙ୍କ କାଶ ଭଲ ହୋଉନାହିଁ ଆପଣଙ୍କୁ ତୁରନ୍ତ ଏହାର ବନ୍ଦୋବସ୍ତ କରିବାକୁ ପଡିପାରେ।ଏହାକୁ ଭଲ କରିବା ପାଇଁ ଆଜି ଆମେ ଏକ ଉପାୟ କହିବାକୁ ଯାଉଛୁ।

ପ୍ରଥମେ ପିଜୁଳି ଗଛର ପତ୍ର କିଛି ଆଣନ୍ତୁ।ଏହାକୁ ଅମୃତ ବୋଲିବି କୁହାଯାଏ।ବଗିଚାରୁ ଯାଇ ୮ ରୁ ୧୦ଟି ପତ୍ର ନେଇଅସନ୍ତୁ ଏହାକୁ ଆଣି ସାରିବା ପରେ ୨ଭାଗରେ ମୋଡି ଦିଅନ୍ତୁ।ଯଦି ଆପଣଙ୍କୁ ଲାଗୁଛି କୌଣସି ଏକ ପଟ ଅଧିକ ବଡ଼ ଅଛି ତାହେଲେ ତାକୁ ବାଦ ଦେଇ ଛୋଟ ଟି ଆଣନ୍ତୁ।ଏହାକୁ ଚୋବେଇ ଖାନ୍ତୁ ଓ ଏହାପରେ ଟିକେ ଉସୁମ ପାଣି ପାନ କରନ୍ତୁ ଏହିପରି ଭାବରେ ଗୋଟେ ଦିନରେ ଆପଣଙ୍କୁ ୨ଥର ଏହିଭଳି କରିବାକୁ ପଡିବ।ଥରେ ଦ୍ବିପହରରେ କରନ୍ତୁ ଓ ସନ୍ଧ୍ୟାରେ ଥରେ କରନ୍ତୁ।ଆପଣ ଦେଖିବେ ଆପଣଙ୍କ ଯେତେ ଦିନର କାଶ ହେଇଥିଲେ ମଧ୍ୟ ଏହା ଭଲ ହୋଇଯିବ।

ଏହା ପରେ ବି ଯଦି ଭଲ ହୋଉନାହିଁ ଆପଣଙ୍କ କାଶ ତାହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।ଯାହାବି ହୋଉ ଆପଣ ନିଜେ ଏହାର ଉପଶମ ପାଇପାରିବେ ସେ ଯେତେଦିନର କାଶ ଆପଣଙ୍କୁ ଯେତେ ବି କଷ୍ଟ ଓ ଯନ୍ତ୍ରଣା ଦେଇଥିଲେ ମଧ୍ୟ ଆପଣ ସେଥିରୁ ମୁକୁଳିପାରିବେ ଓ ନିଜ ଜୀବନକୁ ସୁଖମୟ କରିବେ।ଏହା ଥିଲା ଆଜିର ଗୋଟେ ଉପାୟ ଯାହା ଦ୍ୱାରା ଆପଣ ନିଜ ସୁଖୀ ଓ ସୁସ୍ଥ ରହିବେ।ଯାହାବି ହୋଉ ଆପଣ ଏହାକୁ ସପ୍ତାହରେ ସବୁଦିନ କରିବାକୁ ଚେଷ୍ଟା କରନ୍ତୁ।ଯଦି ଏହିପରି କାହାର ଆପଣଙ୍କ ପଡୋଶୀ ବା ଅନ୍ୟ କେହି ସାଙ୍ଗଙ୍କ ସହ ଏହିପରି ହଉଛି ତହେଲେ ତାଙ୍କୁ ମଧ୍ୟ ଏହିପରି କରିବା ପାଇଁ ପରାମର୍ଶ ଦିଅନ୍ତୁ। ହେଲେ ମନେ ରଖନ୍ତୁ ଏହା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

Leave a Reply

Your email address will not be published. Required fields are marked *