June 23, 2025

Odia Express

Here, There and Everywhere

ଏହିପରି ଭାବରେ ଚିହ୍ନନ୍ତୁ ଧୋକା ଦେବା ଏବଂ ମିଛ କହୁଥିବା ବ୍ୟକ୍ତିଙ୍କୁ – ନିଶ୍ଚୟ ଏହି ଉପାୟ ରେ ଜାଣିରଖନ୍ତୁ..

କୁହାଯାଇଥାଏ ଯେ ବହୁତ ପୂଣ୍ୟ କାର୍ଯ୍ୟ କରିବା ପରେ ଆତ୍ମାକୁ ମନୁଷ୍ୟ ଶରୀର ଧାରଣ କରିବାକୁ ମିଳିଥାଏ।କାରଣ ପୂର୍ବ ଜନ୍ମରେ କରିଥିବା ଖରାପ କାର୍ୟ୍ଯକୁ ସୁଧାରିବାର ଅବସର ମନୁଷ୍ୟ ମାନଙ୍କୁ ପ୍ରାପ୍ତ ହୋଇଥାଏ।ମନୁଷ୍ୟ ମାନଙ୍କ ମଧ୍ୟରେ ବହୁତ ଭଲ ଗୁଣ ଥାଏ।କିନ୍ତୁ ବାସ୍ତବରେ ଆମେ ମାନେ କଣ ଅଟୁ ଏବଂ କଣ ଭାବୁ ତାହା କେହି ଭାବି ପାରିବେ ନାହିଁ।

ପ୍ରତ୍ୟେକ ମନୁଷ୍ୟର ତିନୋଟି ଚେହେରା ରହିଥାଏ।ପ୍ରଥମ ଚେହେରା ସେ ସମସ୍ତଙ୍କ ଆଗରେ ରଖିଥାଏ।ଦ୍ୱିତୀୟ ଚେହେରା ସେ କେବଳ ନିଜ ପରିବାର ଏବଂ ଅନ୍ୟ ସଦସ୍ୟଙ୍କ ଆଗରେ ରଖିଥାଏ।ଏବଂ ତୃତୀୟ ଚେହେରା ସେ ସମସ୍ତଙ୍କ ଠାରୁ ଲୁଚାଇ ରଖିଥାଏ।କାହା ଆଗରେ ପଦର୍ଶିତ କରିନଥାଏ।ଏବଂ ବିଶ୍ୱାସ କରନ୍ତୁ ଏହା ସେହି ଚେହେରା ଯାହା ସମ୍ପୁର୍ଣ୍ଣ ରୂପରେ ବାସ୍ତବିକ ଅଟେ।ଆପଣଙ୍କ ସାମ୍ନାରେ କେଉଁ ପ୍ରକାର ବ୍ୟକ୍ତି ଅଛି ତାହା ଜାଣିବା ବହୁତ କଷ୍ଟକର ହୋଇଥାଏ।ସେ ଆପଣଙ୍କ ସହ କେଉଁ ମୁହୂର୍ତ୍ତରେ ଧୋକା ଦେଇଥାଏ ତାହା ଜାଣିବା ଅତ୍ୟନ୍ତ କଷ୍ଟ।

ମିଛକୁ ଧରିବା ଏବଂ କାହାର ଚେହେରା ବୁଝିବା ଏତେ ମଧ୍ୟ କଷ୍ଟକର ନୂହେଁ।କେବଳ ଆପଣଙ୍କୁ ନିଜ ମସ୍ତିସ୍କକୁ ଜାଗ୍ରତ ରଖିବାକୁ ପଡିଥାଏ।ତେବେ ଆସନ୍ତୁ ଏହି ଆର୍ଟିକିଲରେ ଜାଣିବା ଆପଣ ଏହା କିପରି କରିପାରିବେ।ଏହା ମଧ୍ୟ କୁହାଯାଇଛି ଯେ କହିବାଠାରୁ ବେସି ଶକ୍ତିଶାଳୀ ହୋଇଥାଏ କରିବା।ଆପଣଙ୍କ କର୍ମହିଁ ଆପଣଙ୍କ ବସ୍ତବିକତା ହୋଇଥାଏ।
କୌଣସି ବ୍ୟକ୍ତିର ଚରିତ୍ର ଏବଂ ମହତ୍ୱକାଂକ୍ଷା ବିଷୟରେ ଜାଣିବାପାଇଁ ପ୍ରଥମେ ସେହି ବ୍ୟକ୍ତିର ଚରିତ୍ର ବିଷୟରେ ଜାଣିବାକୁ ପଡିବ।କଣ ସେହି ବ୍ୟକ୍ତି ଯାହା କହିଥାଏ ତାହା କରିଥାଏ?କଣ ତାହାର କହିବା ଏବଂ କରିବାରେ ଅନ୍ତର ଅଛି?

ଯେଉଁ ବ୍ୟକ୍ତି କୌଣସି ଆଲୋଚନାକୁ ସକାରାତ୍ମକ ଭାବରେ ନେଇ ନଥାଏ ଯିଏ କାହା ମୁହଁରୁ ନିଜ ପାଇଁ ଆଲୋଚନାର ଶବ୍ଦ ଶୁଣିପାରି ନଥାଏ ସେହି ବ୍ୟକ୍ତି ବହୁତ ଅହଙ୍କାରୀ ଏବଂ ଘମଣ୍ଡି ହୋଇଥାଏ।ଏହି ଭଳି ବ୍ୟକ୍ତି ସମୟ ଆସିବା ପରେ କେବଳ ନିଜ ପାଇଁ କାମ କରିଥାଏ।ସେହି ବ୍ୟକ୍ତିକୁ ଅନ୍ୟ କାହାର କଷ୍ଟ ଏବଂ ଅସୁବିଧାରୁ କୌଣସି ଲେନା ଦେନା ନଥାଏ।

ବ୍ୟକ୍ତି ନିଜର ବଚନରୁ ମିଛ କହିଥାଇ ପାରେ କିନ୍ତୁ ତାଙ୍କ ଅଙ୍ଗଭାଙ୍ଗି ତାଙ୍କର ସାଥିରେ ନଥାଏ।ଯେତେବେଳେ କୌଣସି ବ୍ୟକ୍ତି ମିଛ କହୁଥାଏ ସେତେବେଳେ ତାହାର ଅଙ୍ଗଭାଙ୍ଗିରେ ପରିବର୍ତ୍ତନ ଆସିଥାଏ।ଯାହାକୁ ଆପଣଙ୍କୁ ବୁଝିବାର ଚେଷ୍ଟା କରିବା ଉଚିତ।ଯେତେବେଳେ ଆପଣଙ୍କ କୌଣସି ନିଜର ବ୍ୟକ୍ତି ଆପଣଙ୍କୁ ମିଛ କହିଥାଏ ତେବେ ଆପଣ ତାହାଙ୍କ କଥା ଶୁଣିବାକୁ ରାଜି ନଥାନ୍ତି କିନ୍ତୁ ଆପଣଙ୍କୁ ବାଧ୍ୟରେ ତାହା କରିବାକୁ ପଡିଥାଏ।ଏହି ସମୟରେ ଆପଣଙ୍କ ହୃଦୟ ଠିକ ହୋଇଥାଏ।ଏହି ସମୟରେ ଆପଣଙ୍କୁ ନିଜ ହୃଦୟର ଶୁଣିବା ଉଚିତ।

Leave a Reply

Your email address will not be published. Required fields are marked *