June 23, 2025

Odia Express

Here, There and Everywhere

୯୫ ପ୍ରତିଶତ ଲୋକ ଜାଣିନାହାନ୍ତି ବାଦାମ ଖାଇବାର ସଠିକ ଉପାୟ,ଜାଣନ୍ତୁ ବାଦାମକୁ ଗୋଟେ ଦିନରେ କେତେ,କିପରି ଏବଂ କେବେ ଖାଇବେ

ବାଦାମ ଏକ ସୁପରଫୁଡ଼ ଶ୍ରେଣୀରେ ଆସିଥାଏ।ଏଥିପାଇଁ କୁହାଯାଏକି ବାଦାମର ନିୟମିତ ବ୍ୟବହାର ଦ୍ୱାରା ଏହା ଆମକୁ ବହୁତ ରୋଗଠାରୁ ବଞ୍ଚେଇଥାଏ।ଯିଏ ବ ବାଦାମର ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମୂଳରୁ ଜମାବି ଜଣାନଥାଏ କି କେତେ ବାଦାମ ଖାଇବା ଦରକାର ଏବଂ କିପରି ଖାଇବା ଦରକାର।ସେଥିପାଇଁ ବାଦାମର ବ୍ୟବହାର କରିବା ସତ୍ତ୍ୱେ ତାଙ୍କୁ ଫାଇଦା ମିଳିନଥାଏ।ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ବାଦାମକୁ ସଠିକ ମାତ୍ରା ଏବଂ ସଠିକ ଉପାୟରେ ବ୍ୟବହାର କରିବା ଦ୍ୱାରା ଏହା ଶରୀରକୁ ଶକ୍ତ କରିଥାଏ।ଡାଇବେଟିଜ,ହାଡର ଦୁର୍ବଳତା,କ୍ୟାନ୍ସର ଏବଂ ମସ୍ତିସ୍କ ରୋଗରୁ ମଧ୍ୟ ଏହା ଆମକୁ ବଞ୍ଚାଇଥାଏ।ବାଦାମରେ ଉଚ୍ଚମାନର ପ୍ରୋଟିନ,ଆଣ୍ଟିଅକ୍ସିଡେଣ୍ଟ,ଫାଇବର କାର୍ବୋହାଇଡ୍ରେଟ୍ସ,କପର,ବୟୋଟିନ,ଭିଟାମିନ ମଗ୍ନେସିୟମ ଏବଂ ହେଲଦି ଫ୍ୟାଟର ମାତ୍ରା ବହୁତ ଅଧିକ ରହିଥାଏ।ସେଥିପାଇଁ ଦିନ ମଧ୍ୟରେ କେତେ ବାଦାମ ଖାଇବା ଦରକାର ଏହା ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଗୋଟେ ଦିନରେ ଅଧିକରୁ ଅଧିକ ଗୋଟେ ମୁଠି ଅର୍ଥାତ ୨୩ ରୁ ୨୪ଟି ବାଦାମ ଖିଆଯାଇପାରିବ କିନ୍ତୁ ମନେ ରଖନ୍ତୁ ଏହା ବାଦାମ ଖାଇବାର ସବୁଠୁ ବଡ ଲିମିଟ ଅଟେ।ବାଦାମକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ଫାଇବରର ପରିମାଣ ବଢ଼ିଥାଏ ଯାହା ଫଳରେ ପେଟ ବଥା ହୋଇଥାଏ।

ଏହାର ବ୍ୟବହାର ଛୁଆଙ୍କ ଘରୁ ଆରମ୍ଭ କରି ବୁଢ଼ା ଯାଏ ସମସ୍ତେ କରିପାରିବେ।ଯେଉଁମାନଙ୍କ ପେଟରେ ପଥର ହୋଇଥାଏ ସେମାନେ ବାଦାମ ସହ କୌଣସିବି ଡ୍ରାଏଫୁଡ଼ ଖାଇବା ଉଚିତ ନୁହଁ କାରଣ ଏଥିରେ ଏକ ଜିଲେଟର ମାତ୍ରା ଅଧିକ ହୋଇଥାଏ ଯାହା ଏହାକୁ ୨ ଗୁଣା ଜୋରେ ବଢ଼େଇଥାଏ।ଏହାକୁ ଶୁଖିଲା ଖାଇବା କି ଓଦା କରି ଏହି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଉଠୁଥିବ।ବାଦାମର ଚୋପାରେ ଟେନିମ ରହିଥାଏ ଯାହା ଏଞ୍ଜାଇମ ପ୍ରତିରୋଧକ ହୋଇଥାଏ ଯାହା ଫଳରେ ଏହାକୁ ହଜମ କରିବାକୁ ଆମ ପାକସ୍ଥଳୀକୁ ବହୁତ କଷ୍ଟ ହୋଇଥାଏ।

ଏଥିପାଇଁ ସବୁଠୁ ଭଲ ହେଉଛି ରାତିରେ ୪ ରୁ ୫ ବାଦାମକୁ ପାଣିରେ ଭିଜେଇ ରଖିଦିଅନ୍ତୁ ଏବଂ ସକାଳୁ ଏହାର ଚୋପା ଉତାରି ସେବନ କରନ୍ତୁ।ଏହା ଫଳରେ ପାଚନ ମଧ୍ୟ ଭଲ ହୋଇଥାଏ ଏବଂ ଏଥିରୁ ଭରପୁର ମାତ୍ରାରେ ନ୍ୟୁଟ୍ରିଏଣ୍ଟ ଆପଣଙ୍କ ଶରୀରକୁ ମିଳିଥାଏ।ଯଦି ଆପଣଙ୍କୁ ଗ୍ୟାସ ଆଦି ସମସ୍ୟା ନ ଥାଏ ତାହେଲେ ବାଦାମକୁ ଭିଜେଇଲା ପରେ ଏହାକୁ ଚୋପା ସହ ମଧ୍ୟ କହିପାରିବେ।

ଏହାର ବ୍ୟବହାର ସକାଳେ,ମଧ୍ୟାନରେ ଏବଂ ସନ୍ଧ୍ୟାରେ କେବେବି କରିପାରିବେ କିନ୍ତୁ ରାତିରେ ଏହାର ସେବନ କରନ୍ତୁ ନାହିଁ।ଯଦି ଆପଣ କୌଣସି ଜେନେରାଲ ହେଲ୍ଥ ପାଇଁ ଏହାକୁ ବ୍ୟବହାର କରୁଛନ୍ତି ତ ସକାଳ ନାସ୍ତା ପରେ ଏହାକୁ ଖାଇବା ଉଚିତ।ଯଦି ଆପଣ ଏହାକୁ ନିଜ ଓଜନ କମାଇବା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି ତାହେଲେ ସକାଳେ ନାସ୍ତା ପୂର୍ବରୁ ଏହାକୁ ବ୍ୟବହାର କରିବା ଉଚିତ କାରଣ ଏଥିରେ ଫାଇବର ରହିଥାଏ ଏବଂ ଏହା ଖାଇବା ଦ୍ୱାରା ଶୀଘ୍ର ଭୋକ ଲାଗେନାହିଁ।

ଯେଉଁମାମେ ଜିମ ଯାଇଥାନ୍ତି ତାଙ୍କୁ ଏହାର ବ୍ୟବହାର ଜିମ ଯିବା ପୂର୍ବରୁ କିମ୍ବା ପରେ କରିବା ଉଚିତ ଏବଂ ଆପଣ ଏହାକୁ କ୍ଷୀର ସହ ୪ ରୁ ୫ଟି ବାଦାମ ଏବଂ ୧ ରୁ ୨ଟି ଖଜୁରୀ ମିଶାଇ ଏହାର ଶେକ ତିଆରି କରି ପିଇପାରିବେ।

Leave a Reply

Your email address will not be published. Required fields are marked *