October 22, 2025

Odia Express

Here, There and Everywhere

ଜାଣିରଖନ୍ତୁ ଘରେ କେଉଁ ଗଛ ଲଗାଇବା ଶୁଭ ଓ କେଉଁ ଗଛ ଲଗାଇବା ଅଶୁଭ – ନଜାଣିଲେ ଅସୁବିଧା ରେ ପଡିପାରନ୍ତି..

ସମସ୍ତେ ଚାହାନ୍ତି ନିଜ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲତା ଲଗେଇବାକୁ।କିନ୍ତୁ କେତେକ ଗଛ ଘର ପାଉଁ ଶୁଭ ଫଳ ଦେଉଥିବା ବେଳେ କେତେକ ଅଶୁଭ ଫଳ ପ୍ରଦାନ କରେ।ଆସନ୍ତୁ ଜାଣିରଖିବା କେଉଁ ଗଛ ଲଗାଇଲେ କି କି ଫଳ ମିଳିଥାଏ। ତୁଳସୀ:ଶାସ୍ତ୍ର ଅନୁସାରେ ତୁଳସୀ ଗଛରେ ମା ଲାଷ୍ମୀ ବାସକରନ୍ତି। ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ଭଗବାନ ବିଷ୍ଣୁ ବାସ କରନ୍ତି।ତୁଳସୀ ଗଛ ଘରର ପୂର୍ବ ପଟେ ଲଗାଇ ପ୍ରତ୍ୟହ ସକାଳୁ ଗାଧୋଇବା ପରେ ତୁଳସୀ ଗଛ ମୂଳରେ ପାଣି ଦେବା ଦ୍ଵାରା ମା ଲାଷ୍ମୀ ପ୍ରସନ୍ନ ହୋଇଥାନ୍ତି।ସେହି ଘରେ ମା ଲାଷ୍ମୀଙ୍କ ଦୟା ବନୀ ରୁହେ।ଘରର ଦକ୍ଷିଣ ଦିଗ ରେ ତୁଳସୀ ଗଛ ଲଗାଇବା ଦ୍ଵାରା ଏହା ଶୁଭ ଫଳ ପରିବର୍ତେ ଅସୁଭ ଫଳ ପ୍ରଦାନ କରିଥାଏ।

ବେଲ:କୁହାଯାଏ ଯେ ବେଲ ଗଛରେ ଭାଗବାନ ଶିବ ବାସ କରନ୍ତି। ଏହି ଗଛ ପ୍ରଭୁ ଶିବଙ୍କର ଅତ୍ୟନ୍ତ ପ୍ରାୟ।ଘରେ ବେଲ ଗଛ ଲଗାଇବା ଫଳରେ ଘରର ସୁଖ ଶାନ୍ତି ବଜାଇ ରୁହେ।ବେଲ ଗଛକୁ କାଟିବ ଅସୁଭ ହୋଇଥାଏ।ଏହା କରିବା ଦ୍ଵାରା ମନୁଷ୍ୟ ଘୋର ପାପର ଅଧିକାରୀ ହୋଇଥାଏ।

ଅସ୍ୱାଗନ୍ଧା:ଏହି ଗଛ ଲଗାଇବା ଦ୍ଵାରା ଘରର ବସ୍ତୁଦୋଷ ଦୂର ହୋଇଥାଏ।ଏହା ଘରର ସୁଖ ଶାନ୍ତି ବଜାଇ ରଖିବା ସହ ଧନର ବର୍ଷା କରିଥାଏ।ଅସ୍ୱାଗନ୍ଧାକୁ ଆୟୁର୍ବେଦିକ ଔଷଧି ରୂପରେ ବ୍ୟବହାରକରାଯାଏ।

ଅଁଳା:ଘରର ପୂର୍ବ ଏବଂ ଉତ୍ତର ଦିଗରେ ଅଁଳା ଗଛ ଲଗାଇବା ଦ୍ଵାରା ପାପ କ୍ଷେୟ ହେବା ସହ ଅତ୍ୟନ୍ତ ଶୁଭ ଫଳ ଲଭ କରିଥାଏ।ଶସ୍ତ୍ର ଅନୁସାରେ ଏହି ଗଛରେ ସବୁ ଦେବତା ବସ ବାସ କରନ୍ତି।ଏହି ଫଳ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ।ଘରର ପୂର୍ବ ପଟେ ଅଁଳା ଗଛ ଲଗାଇ ପ୍ରତେହ ପୂଜା କରିବା ଦ୍ଵାରା ଘରର ଆଶ୍ରିବଦ ପ୍ରାପ୍ତ ହୋଇଥାଏ।ପୁରାଣରେ ଏହି ଫଳ କୁ ଅମର ଫଳ ନାମରେ ନାମିତ କରାଯାଇଛି।

ଅଶୋକ:ହିନ୍ଦୁ ଶାସ୍ତ୍ର ଅନୁସାରେ ଅଶୋକ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।ଅଶୋକ ଅର୍ଥାତ ଶୋକ ବିହୀନ।ଏହି ଗଛ ପରିବାରରେ ପ୍ରେମ ବୃଦ୍ଧି କରିଥାଏ।

କଦଳୀ:ଗୁରୁବାର ଦିନ ଏହି ଗଛକୁ ପୂଜା କରିବା ଦ୍ଵାରା ସୁଭତ୍ୱ ପ୍ରାପ୍ତି ହୋଇଥାଏ।ଏହି ଗଛର ପତ୍ର ପୂଜା କର୍ମରେ ଉପଯୋଗ ହେଉଥିବାରୁ ଏହି ଗଛ ଲଗାଇବା ଦ୍ଵାରା ମନସ୍କାମନା ପୁର୍ଣ ହୁଅ।କୁହାଯାଏ ଯେ କଦଳୀ ଗଛ ତଳେ ବସି ପଡ଼ିଲେ ଜଲଦି ମନେ ରହିଯାଏ।

ନିମ୍ବ:ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ୧୦୦ ନିମ୍ବ ଗଛ ରୋପଣ କରେ ମୃତ୍ୟୁ ପରେ ସ୍ଵର୍ରେରେ ବାସ କରେ।ଏହି ବୃକ୍ଷ ଔଷଧୀୟ ଗୁଣରେ ଭରପୁର ଥିବାରୁ ଘର ପାଖେ ଲଗାଇବା ଦ୍ଵାରା ରୋଗ ମୁକ୍ତ ନିରାମୟ ଜୀବନ ପ୍ରାପ୍ତି ହୁଏ।ଯେଉଁ ବ୍ୟକ୍ତି ୩ ଗୋଟି ନିମ୍ବ ଗଛ ଲାଗାଏ ସେହି ବ୍ୟକ୍ତି ର ଗ୍ରହ ଦୋଷ ନିବାରଣ ହୋଇଥାଏ।

ସର୍ବଦା ଘରର ପୂର୍ବ କୋଣ ରେ ବଗିଚା ବନେଇବା ଘର ପାଇଁ ଶୁଭ ହୋଇଥାଏ। ଏହା ଦ୍ଵାରା ଧନ ବୃଦ୍ଧି ହେବା ସହ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *