June 22, 2025

Odia Express

Here, There and Everywhere

ଯଦି ଆପଣ କିମ୍ବା ଆପଣଙ୍କ ଜୀବନ ସାଥି ଙ୍କ ନାମ “A”ଅକ୍ଷରରୁ ଆରମ୍ଭ ହେଉଥାଏ ତେବେ ନିଶ୍ଚିତ ପଢ଼ନ୍ତୁ..

1 min read

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଆଧାରରେ ସେହି ମଣିଷର ରାଶି ଜଣା ପଡେ।ରାଶି ଅନୁସାରେ ମଣିଷର ସ୍ୱଭାବ ଏବଂ ତାର ବିଶେଷ ଗୁଣ ଗୁଡିକ ଜାଣିହୁଏ।ଯଦି କୌଣସି ସ୍ତ୍ରୀ ବା ପୁରୁଷ ର ନାମ ଇଂରାଜୀ ଅକ୍ଷର “A” ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ବହୁତ ଆକର୍ଷକ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଏ।ଏହା ସହିତ ସେହି ବ୍ୟକ୍ତି ମଧ୍ୟ ଆକର୍ଷଣ ଘେରରେ ରହିଥାଏ।ଏମାନଙ୍କ ଶରୀରର ଗଠନ ଏପରି ହୋଇଥାଏ ଯେ ଲୋକମାନେ ଏମାନଙ୍କ ପାଖକୁ ଟାଣି ହୋଇଆସନ୍ତି।

ଏହି ଅକ୍ଷର ନାମର ବ୍ୟକ୍ତି ସୁନ୍ଦରତାକୁ ପସନ୍ଦ କରିବା ସହ ନିଜେ ମଧ୍ୟ ସୁନ୍ଦର ହୋଇଥାନ୍ତି।ଏମାନେ ଛୋଟବେଳୁ ହିଁ ଦେଖିବାକୁ ସୁନ୍ଦର ହୋଇଥାନ୍ତି।ଏହି ବ୍ୟକ୍ତି ମାନେ ବିଶେଷତ ଭାବୁକ ସ୍ୱଭାବର ହୋଇଥାନ୍ତି।ଅର୍ଥାତ ଛୋଟ ଛୋଟ କଥାକୁ ଅତି ଗଭୀରତା ସହ ନେଇ ଭାଙ୍ଗି ପଡନ୍ତି ଏବଂ ବେଳେ ବେଳେ ବହୁତ ଜଲଦି ରାଗିଯାଇ ମାନସିକ ଭାରସାମ୍ୟ ହରେଇବସନ୍ତି।

ଏହି ବ୍ୟକ୍ତି ମାନେ ଚାହାନ୍ତି ଯେ ଏମାନଙ୍କ ପରିବାରିକ ଜୀବନ ସବୁବେଳେ ଉଚ୍ଚକୋଟୀର ରହୁ ଏବଂ ସମାଜରେ ପ୍ରତିଷ୍ଠିତ ହେଉ।ଏମାନେ ସର୍ବଦା ନିଜ ଅନୁସାରେ ଘର ଚାଲୁ ଏପରି ଇଛା ରଖିଥାନ୍ତି।ଯେତେବେଳେ କେହି ଏମାନଙ୍କ କଥା ନଶୁଣେ ଏମାନେ ବହୁତ ନିରାଶ ହୋଇ ଗମ୍ଭୀର ହୋଇଯାନ୍ତି।

ଏହି ବ୍ୟକ୍ତି ମାନେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଗୁଆ।ଏମାନେ ଯାହା ସ୍ଥିର କରନ୍ତି କରିକି ଦେଖନ୍ତି।ଏମାନଙ୍କ ଜୀବନରେ ସଫଳତା କେବେ କେବେ ସହଜରେ ମିଳିଥାଏ ତ କେବେ କଷ୍ଟରେ।ଏମାନଙ୍କ ଜୀବନ ସଂଘର୍ଷମୟ ହୋଇଥାଏ।ଏମାନେ ନିଜର ମନ କଥା ସହଜରେ କହା ଆଗେ କହିପରନ୍ତିନି।ଭାବୁକ ସ୍ୱଭାବର ହୋଇଥିବାରୁ ଏମାନେ ସବୁ କଥାକୁ ଗଭୀରତା ସହ ନେଇ କଷ୍ଟ ପାନ୍ତି।

“A” ଅକ୍ଷର ନାମର ବ୍ୟକ୍ତି ମାନେ ନିଜ ପ୍ରେମ ଜୀବନ ଏବଂ ପରିବାକୁ ଅଧିକ ମହତ୍ୱ ଦେଇଥାନ୍ତି।ଯେତେ ଚିନ୍ତାରେ ଥିଲେ ମଧ୍ୟ ନିଜ ପରିବାର ପାଇଁ ସମୟ କଢିନିଆନ୍ତି।ଏହି ବ୍ୟକ୍ତି ମାନେ ବହୁତ ରୋମାଣ୍ଟିକ ହୋଇନଥିଲେ ବି ପ୍ରେମରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଯାହା ଚାହାନ୍ତି ସବୁ ମିଳିଥାଏ ଏମାନଙ୍କୁ।ଏମାନେ ପ୍ରେମରେ ଧୋକାକୁ ପସନ୍ଦ କରନ୍ତି ନାହିଁ।

ଏହି ବ୍ୟକ୍ତି ମାନେ ନିଜ କ୍ରୋଧି ସ୍ୱଭାବ ପାଇଁ ବହୁତ ଦୁଃଖ ଭୋଗିଥାନ୍ତି।ଏହା ସହ ନିଜର ସରଳ ସ୍ୱଭାବ ପାଇଁ ସମସ୍ତଙ୍କ ଆଦରର ଅଧିକାରୀ ହୋଇଥାନ୍ତି।ଏମାନେ ଆତ୍ମବିଶ୍ୱାସୀ ହେବ ସହ ନିଜ ସାହାସିକତା ପାଇଁ ଲୋକ ଲୋଚନରେ ଚର୍ଚାର କାରଣ ବନିଥାନ୍ତି।

ତେବେ ଏହା ଥିଲା ‘A’ ନାମ ଧାରି ବ୍ୟକ୍ତିଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା।ଏମାନଙ୍କ ଷ୍ଟାଇଲ,ଏମାନଙ୍କ ବିଶ୍ୱାସ କିଛି ଅଲଗା ପ୍ରକାରର ଥାଏ।ଯାହାଦ୍ୱାରା ଏମାନେ ସବୁବେଳେ ସବୁ କାର୍ଯ୍ୟରେ ନିଜର ୧୦୦ ପ୍ରତିଶତ ମନ ଦିଅନ୍ତି।ତେବେ ସାଙ୍ଗମାନେ ଜାଣିଲେ ତ ଏହା ବିଷୟରେ। ଏହା ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବେ।

Leave a Reply

Your email address will not be published. Required fields are marked *