June 23, 2025

Odia Express

Here, There and Everywhere

ପୂଜାପାଠରେ ଯଦି ଭୂଲ ହୋଇଯାଏ ତାହେଲେ ଏହି ମନ୍ତ୍ର ନିଶ୍ଚୟ କୁହନ୍ତୁ ତାହେଲେ ଯାଇ ମିଳିବ ପୂଜାର ସଠିକ ଫଳ…

1 min read

ସାଙ୍ଗମାନେ ପୂଜାପାଠରେ ବହୁତ ନିୟମ ରହିଥାଏ।କେତେଥର ନିୟମ ନ ଜାଣିପାରି ପୂଜାରେ ଜାଣିକାରୀ ଅଥବା ନ ଜାଣିକାରୀ କିଛି ଭୁଲ ହୋଇଯାଇଥାଏ।ପୂଜାରେ ହୋଇଥିବା ଭୁଲ ପାଇଁ ଭଗବାନଙ୍କୁ କ୍ଷମା ପ୍ରାଥନା କରିବା ଉଚିତ ଯାହାପାଇଁ ଗ୍ରନ୍ଥରେ ଗୋଟେ ମନ୍ତ୍ର କୁହାଯାଇଅଛି।ପୂଜାରେ ବହୁତ ପ୍ରକାରର ବିଧି ରହିଥାଏ ଯାହା ସମସ୍ତେ ଜାଣିନଥାନ୍ତି।ଏହି ସ୍ଥିତିରେ ଯେବେ ଆମେ ନିଜ ଭୁଲ ପାଇଁ ଭଗବାନଙ୍କୁ କ୍ଷମା ମାଗିଥାଉ ତେବେ ହି ପୂଜା ପୁର୍ଣ ମନାଯାଇଥାଏ।ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ।

କ୍ଷମା ମାଗିବା ପାଇଁ ଏହି ମନ୍ତ୍ରର କରନ୍ତୁ ଜାପ:-
ଓଂ
ଆବହନଂ ନ ଜାନାମି ନ ଜାନାମି ବିସର୍ଜନମ।
ପୂଜଂ ଚେବ ନ ଜାନାମି କ୍ଷମସ୍ୱ ପରମେଶ୍ୱର।।
ମନ୍ତ୍ରହୀନଂ କ୍ରିୟାହୀନଂ ଭକ୍ତିହୀନଂ ଜନାର୍ଦ୍ଦନ।
ଯତପୂଜିତଂ ମୟା ଦେବ!ପରିପୂର୍ଣ ତଦସ୍ତୁ ମେ।।

ତ୍ୱମେବ ମାତା ଚ ପିତା ତ୍ୱମେବ,
ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ।
ତ୍ୱମେବ ବିଦ୍ୟା ଦ୍ରବିଣ ତ୍ୱମେବ,
ତ୍ୱମେବ ସର୍ବ ମମ ଦେବଦେଵ।।

ଏହାର ଅର୍ଥ ହେଉଛି ହେ ପ୍ରଭୁ ନା ମୁ ଆପଣଙ୍କ ଆବାହନ କରିବା ଜାଣିଛି ନା ବିଦା କରିବା ଜାଣିଛି।ପୂଜାର ବିଧିବିଧାନ ମଧ୍ୟ ମୁ ଜାଣିନାହିଁ।କୃପା କରି ମତେ କ୍ଷମା କରନ୍ତୁ।ମତେ ମନ୍ତ୍ର ମନେନାହିଁ ନା ହି ପୂଜାର କ୍ରିୟା ଜାଣିଛି।ମୁଁ ତ ଠିକ ରୂପରେ ଭକ୍ତି କରିବା ମଧ୍ୟ ଜାଣିନାହିଁ ତଥାପି ନିଜ ବୁଦ୍ଧି ଅନୁସାରେ ପୁରା ମନରେ ପୂଜା କରୁଅଛି।କୃପୟା ମତେ ପୂଜାରେ ଘଟିଥିବା ଜଣା କିମ୍ବା ଅଜଣା ଭୁଲ ପାଇଁ କ୍ଷମା ପ୍ରଦାନ କରନ୍ତୁ।ଏହି ପୂଜାକୁ ପୁର୍ଣ ଏବଂ ସଫଳ କରନ୍ତୁ।ପୂଜାରେ କ୍ଷମା ମାଗିବାର ପରମ୍ପରା ପୁରୁଣା ସମୟରୁ ଚାଲିଆସୁଅଛି।ଏହାର ମୂଳ ସନ୍ଦେଶ ଏହା ଥାଏ କି ଯଦି ଆମ ଦ୍ୱାରା କୌଣସି ବି ଭୁଲ ହୋଇଯାଏ ତାହେଲେ ଆମକୁ ଜଲଦି କ୍ଷମା ମାଗିନେବା ଉଚିତ।ଏହାଦ୍ୱାରା ଆମର ଅହଂକାରର ନଷ୍ଟ ଘଟିଥାଏ।

ତ ସାଙ୍ଗମାନେ ଏହାଥିଲା ପୂଜାପାଠରେ ଯଦି କୌଣସି ଭୁଲ ହୋଇଯାଏ ତାହେଲେ ଶେଷରେ ଏହି ମନ୍ତ୍ର ଉଚ୍ଚାରଣ ନିଶ୍ଚୟ କରନ୍ତୁ।କେମିତି ଲାଗିଲା ଏହି ତଥ୍ୟ ଆପଣ ଆମକୁ ନିଶ୍ଚୟ କହିବେ ଏବଂ ଏହାକୁ ନିଜ ସାଙ୍ଗ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *