November 21, 2024

Odia Express

Here, There and Everywhere

ମୟୁରପୁଚ୍ଛରେ କରନ୍ତୁ ଏହି ୭ଟି କାମ।ଘରର ସବୁ ସମସ୍ୟା ଦୂର ହେଇଯିବ – ନିଶ୍ଚୟ ଜାଣି ରଖନ୍ତୁ ଏହି କଥା ଗୁଡିକ..

ମାନବ ଜୀବନରେ ବହୁତ ସମସ୍ୟା ବିଭିନ୍ନ ସମୟରେ ଦେଖାଯାଏ।ଏଥିରୁ ବର୍ତ୍ତିବା ପାଇଁ ମାନବ ବୋହୁ ଜିନିଷ ଅପଣାଏ।କିଛି କ୍ଷେତ୍ରରେ ସେ ସମସ୍ୟାରୁ ମୁକ୍ତି ପାଇଯାଏ ଓ ଆଉ କିଛି କ୍ଷେତ୍ରରେ ସେ ସମସ୍ୟାରେ ପଶି ରହିଥାଏ।ଆଉ କିଛି କ୍ଷେତ୍ରରେ ସେ ଏହି ସମସ୍ୟାରୁ ମୁକୁଳିଥିଲେ ମଧ୍ୟ ବହୁ ଭାବରେ ନିଜର କ୍ଷୟକ୍ଷତି କରାଇଥାଏ।ଏଥିମଧ୍ୟରେ ଆମେ ଆଜି ଆଲୋଚନା କରିବାକୁ ଯାଉଛୁ ମୟୁରପୁଚ୍ଛ ସମ୍ପର୍କରେ।ଯାହା ମାନବ ପାଇଁ ବହୁତ ଦରକାରୀ ଅଟେ।ଏହାକୁ ମାନବ ମନେ ବହୁତ କ୍ଷେତ୍ରରେ ଅବହେଳିତ କରନ୍ତି କିନ୍ତୁ ଏହା ବୁଝିବା ଦରକାର କି ଏହା ମାନବମାନଙ୍କ ପ୍ରତି କେତେ ଦରକାରୀ।ଆମ ଶାସ୍ତ୍ରରେ ଏହି ମୟୁରପୁଚ୍ଛ ସମ୍ପର୍କରେ ବହୁତ ଜିନିଷ ଲେଖାଯାଇଛି।ସେଥିମଧ୍ୟରୁ ଗୋଟେ ହେଉଛି କି ମୟୁରପୁଚ୍ଛକୁ କୃଷ୍ଣ ନିଜ ପାଗଡ଼ିରେ ସବୁବେଳେ ଧାରଣ କରନ୍ତି।

ଇନ୍ଦ୍ର ଦେବ ମଧ୍ୟ ନିଜ ଆସନରେ ଏହାକୁ ଲାଗିଥାନ୍ତି।ପୂର୍ବକାଳରେ ପ୍ରତି ଘରେ ଘରେ ଲୋକମାନେ ଏହାକୁ ରଖୁଥିଲେ କିନ୍ତୁ ଆବେକା ଯୁଗରେ ଲୋକମାନେ ଏହାକୁ ରଖୁନାହାନ୍ତି।ଆସନ୍ତୁ ଆଜି ଜାଣିବା ଏହାକୁ ଗୃହରେ ରଖିଲେ ଆମକୁ କିପରି ଭାବେ ବିପଦରୁ ରକ୍ଷା ପାଇପାରିବା।ଆସନ୍ତୁ ଜାଣିବା ଏହି ୭ଟି ଉପାୟ।

ପ୍ରଥମ ଉପାୟ ହେଉଛି ଧନ ରାଶି ପାଇଁ।ଯଦି ଆପଣଙ୍କ ଗୃହରେ ଧନର କମି ଦେଖାଯାଉଛି ତାହେଲେ ଆପଣ ବଜାରକୁ ଯାଇ ଏକ ମୟୁରପୁଚ୍ଛ ନେଇଆସନ୍ତୁ।ଏହାକୁ ଗୃହର ଦକ୍ଷିଣ ପୂର୍ଵ ଦିଗରେ ରଖିଦିଅନ୍ତୁ।ଏହାପରେ ଆପଣ ଲକ୍ଷ୍ୟ କରିବେ ଯେ ଆପଣଙ୍କ ଗୃହରେ କେବେହେଲେ ଧନର କମି ଲାଗିବନାହିଁ।ଯଦି ଆପଣ ପାରିବେ ଏହାକୁ ଆପଣ ନିଜ ଗୃହର ସିନ୍ଧୁକ ଭିତରେ ବି ରଖିପାରିବେ।

ଏହାପରେ ଯଦି ଆପଣ କେବେ ଗୃହରୁ ବାହାରକୁ ଯାଉଛନ୍ତି ମନେ କେଉଁଆଡ଼େ ବୁଲିବାକୁ ଯାଉଛନ୍ତି ଦୂରବାଟ ତାହେଲେ ମୟୁରପୁଚ୍ଛକୁ ନିଜ ସହ ରଖନ୍ତୁ ଏଥିରୁ ଆପଣ ବିଭିନ୍ନ ବିପଦରୁ ରକ୍ଷା ପାଇପାରିବେ।

୩ୟ ଉପାୟ ହେଉଛି ବିଦ୍ୟା ପାଇଁ।ଯଦି ଆପଣଙ୍କ ପିଲା ପାଠ ପଢିବାରେ କମଜୁର ଅଛି ଅଟେ ଶୀଘ୍ର ପାଠକୁ ଧରିପାରୁନି ତାହେଲେ ଆପଣ ତାହାର ବହି ବା ଖାତା ମଧ୍ୟରେ ଏକ ମୟୁରପୁଚ୍ଛ ରଖିଦିଅନ୍ତୁ ଏହାପରେ ତାର ପାଠପଢ଼ାର ଗତିକୁ ଆପଣ ନିଜେ ଲକ୍ଷ କରିପାରିବେ।ଯଦି ଆପଣଙ୍କ ବୁଦ୍ଧି କିଛି ପରିମାଣରେ କାମ ହୋଇଥାଏ।ତାହେଲେ ଆପଣ ଏହାକୁ ନିଜ ମସ୍ତକରେ ଧାରଣ କରିପାରିବେ।ଯାହାଦ୍ୱାରା ଆପଣ ବୁଦ୍ଧିମାନ ହୋଇପାରିବେ।

ଚତୁର୍ଥ ଉପାୟ ହେଉଛି ଦାମ୍ପତ୍ୟ ଜୀବନ ସମ୍ପର୍କରେ।ଯଦି ସବୁବେଳେ ପତି ଓ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗିରହୁଛି।ତାହେଲେ ଆପଣ ଗୋଟେ ମୟୁରପୁଚ୍ଛକୁ ନେଇ ତାଙ୍କ ଏଲବମ ଭିତରେ ରଖିଦିଅନ୍ତୁ।ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ବଢିଯିବ।

୫ମ ଉପାୟ ଖରାପ ସ୍ୱପ୍ନ ପାଇଁ।ଯଦି ଆପଣଙ୍କୁ ସବୁବେଳେ ଡ଼ରଲଗୁଥିବା ଭଳି ସ୍ୱପ୍ନ ଆସୁଛି ତାହେଲେ ଆପଣ ନିଜ ତକିଆ ତଳେ ଏକ ମୟୁରପୁଚ୍ଛକୁ ରଖିଦିଅନ୍ତୁ।ଏହାପରେ ଆପଣଙ୍କୁ ଆଉ ଖରାପ ସ୍ୱପ୍ନ ଆସିବନି।

ଷଷ୍ଠ ଉପାୟ ପାରିବାରିକ ଶାନ୍ତି ପାଇଁ।ଯଦି ଅପଣଙ୍କ ପରିବାରରେ ସବୁବେଳେ ଝଗଡା ଲାଗି ରହୁଛି ତେବେ ଆପଣ ଗୋଟେ ମୟୁରପୂଛ ନିଅନ୍ତୁ ଓ ଏହାକୁ ଗୃହର ମୁଖ୍ୟଦ୍ୱାରରେ ଲଗାନ୍ତୁ ଓ ଏହା ତଳେ ଗଣେଶ ମୂର୍ତ୍ତି ଲଗାଇବାକୁ ଭୁଲନ୍ତୁ ନାହିଁ।ଏହାପରେ ଦେଖିବେ ଯେ ଅପଣଙ୍କ ପରିବାରର ସମସ୍ତ ନକରାତ୍ମକ ଜିନିଷ ଖତମ ହୋଇଯିବ।

୭ମ ଉପାୟ ହେଉଛି ଜୀବନରେ ସଫଳତା ପାଇବାପାଇଁ।ଯଦି ଆପଣଙ୍କୁ କେହି ଜଣେ ଏହାକୁ ଦେଉଛନ୍ତି ତାହେଲେ ଆପଣ ଭାବନ୍ତୁ କି ଅପଣଙ୍କ ଭାଗ୍ୟ ଖୋଲିଯାଇଛି।ଆପଣ ଏହାକୁ ନେଇ ଜାନ୍ତୁ ଓ ଆପଣଙ୍କୁ କେବେହେଲେ ବିପଦର ସାମ୍ନା କରିବାକୁ ପଡିବନାହିଁ।

Leave a Reply

Your email address will not be published. Required fields are marked *