November 17, 2024

Odia Express

Here, There and Everywhere

ଆଙ୍ଗୁଠିରୁ ଜାଣନ୍ତୁ କେମିତି ହେବ ଆପଣଙ୍କ ଭବିଷ୍ୟତ – ନିଶ୍ଚୟ ଆପଣଙ୍କ ଆଙ୍ଗୁଠି ସହିତ ମିଶେଇ ଦେଖନ୍ତୁ ଏବେ..

ସାଙ୍ଗ ମାନେ ଆଜିର ବିଷୟ ହସ୍ତ ବିଜ୍ଞାନ ସହିତ ଯୋଡି ହୋଇ ରହିଛି।ଆଜି ଆମେ ଆଙ୍ଗୁଠି ବିଷୟରେ ଚର୍ଚ୍ଚା କରିବା।ଆଙ୍ଗୁଠି ଇଚ୍ଛା ଶକ୍ତିକୁ ଦର୍ଶାଇଥାଏ।ବ୍ୟକ୍ତିର ବ୍ୟକ୍ତିତ୍ୱ,ସ୍ଵଭାବ,ଭବିଷ୍ୟ ଆଦି ଆମେ ତାର ବୁଢ଼ା ଆଙ୍ଗୁଠିରୁ ଜାଣି ପାରିବା।ଆଙ୍ଗୁଠି ତିନି ପ୍ରକାର ରହିଥାଏ।ମୁଁ ଏଠାରେ ଆପଣଙ୍କୁ ତିନି ଟି ଛବି ଦେଖେଇଛି।ଆପଣଙ୍କ ବୁଢ଼ା ଆଙ୍ଗୁଠି ଯେଉଁ ଭଳି ତାହା ବିଷୟରେ ଆଜି ଆମେ ଆଲୋଚନା କରିବା।

ପ୍ରଥମେ କଥା ହେବା ସିଧା ଆଙ୍ଗୁଠି ବିଷୟରେ।ଏମାନେ ପ୍ରାୟତଃ ବହୁତ ଜିଦ୍ଦି ହୋଇଥାନ୍ତି।ଏମାନଙ୍କର ବହୁତ୍ ଦୃଢ଼ ଇଚ୍ଛା ଶକ୍ତି ଥାଏ।ଏମାନଙ୍କ ଜୀବନ ବହୁତ୍ କଠିନ ହୋଇଥାଏ।ଏମାନେ ନିଜ ରାସ୍ତା ନିଜେ ବନାଇ ଥାଆନ୍ତି।ଏମାନେ ବହୁତ୍ ଭଲ ଲିଡର ହେଇ ଥାଆନ୍ତି। ଏମାନଙ୍କୁ କାହା ତଳେ ରହି କାମ କରିବା ବିଲକୁଲ ପସନ୍ଦ ନୁହେଁ।ଏମାନେ ବହୁତ୍ ଜ୍ଞାନୀ ହୋଇଥାନ୍ତି।ପ୍ରତି ଜିନିଷର ମୂଳ ପର୍ଯ୍ୟନ୍ତ ଯାଇ ତାକୁ ଦେଖିଥାନ୍ତି।ଏମାନେ ନିଜ କ୍ୟାରିୟର କୁ ବହୁତ୍ ମହତ୍ତ୍ଵ ଦେଇଥାନ୍ତି।ଏମାନଙ୍କୁ ସଫା ସୁତୁରା ରହିବା ଭଲ ଲାଗେ।ଏମାନେ ମନର ଭାବନା କୁ ବାହାରକୁ ଆସିବା ପାଇଁ ଦିଅନ୍ତି ନାହିଁ।

ଦ୍ଵିତୀୟ ପ୍ରକାର ଆଙ୍ଗୁଠି ନା ପୁରା ଭାବରେ ବଙ୍କା ରହିବ ନା ପୁରା ସିଧା ରହିବ।ଏମାନେ ବହୁତ୍ କୋମଳ ହୃଦୟର ହୋଇଥାନ୍ତି।ଏମାନେ ମହତ୍ଵକଙ୍କ୍ଷୀ ହୋଇଥାନ୍ତି।ଏମାନେ ଯେଉଁ ପରିବେଶରେ ରହିବେ ସେହି ଅନୁସାରେ ସେମାନେ ନିଜକୁ ଗଢ଼ିଦେବେ।ଏମାନେ ପ୍ରତି କାମକୁ ଧ୍ୟାନ ସହକାରେ କରିବାକୁ ଭଲ ପାଆନ୍ତି।ଏମାନେ ନିଜ ଭିତରେ କିଛି ଲୁଚାଇ ରଖନ୍ତି ନାହିଁ।

ଏମାନେ ବହୁତ ଭାଗ୍ୟ ଶାଳୀ ଅଟନ୍ତି ଓ ଭଲ ପରିବାର ପାଇଥାନ୍ତି।ଏମାନେ ନିଜ କ୍ୟାରିୟର ରେ ସଫଳତା ପାଇଥାନ୍ତି।ଲୋକ ଏମାନଙ୍କ ପ୍ରତି ବହୁତ୍ ଆକର୍ଷିତ ହେବେ।ଏମାନେ ନିଜ ତରଫରୁ ପ୍ରତି କାମରେ ନିଜ ର ପୁରା ସମୟ ଦେବେ। ଏମାନଙ୍କୁ ସାମାନ୍ୟ ଜୀବନ ପସନ୍ଦ ଆସିଥାଏ।

ଏବେ କଥା ହେବା ତୃତୀୟ ପ୍ରକାର ଆଙ୍ଗୁଠି ବିଷୟରେ।ଏମାନେ କଳାତ୍ମକ ପ୍ରବୃତ୍ତି ର ହୋଇଥାନ୍ତି।ଏମାନେ ସରଳ ହୃଦୟର ହୋଇଥାନ୍ତି।ଏମାନେ କିଛି ବି ନିଜ ଭିତରେ ଲୁଚାଇ ରଖନ୍ତି ନାହିଁ।ଏମାନେ ଖୋଲା ହୃଦୟର ଓ ଭାବୁକ ହୋଇଥାନ୍ତି।ଏମାନେ କାହାର ବି ଦୁଃଖ ଯନ୍ତ୍ରଣାକୁ ଦେଖିକରି ତରଳି ଯାଇ ଥାଆନ୍ତି।ଲୋକ ମାନେ ଏମାନଙ୍କ ଫାଇଦା ବି ଉଠାଇଥାନ୍ତି।ଏମାନେ ବହୁତ୍ ସମର୍ପିତ ସ୍ଵଭାବ ର ହୋଇଥାନ୍ତି।ପ୍ରତି ସମ୍ପର୍କକୁ ଏମାନେ ଖୁବ୍ ଭଲ ଭାବେ ନିଭାଇ ଥାଆନ୍ତି।ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।

ଏମାନଙ୍କୁ ବହୁତ କମ ରାଗ ଆସିଥାଏ।କିନ୍ତୁ ଯେବେ ବି ରାଗ ଆସେ ତାହା ଭୟଙ୍କର ରୂପ ଧାରଣ କରିଥାଏ। ଏମାନଙ୍କୁ ପଇସାର ଅଭାବ କେବେ ବି ରହିବ ନାହିଁ।ଏମାନେ ବହୁତ୍ ଭଲ ଜୀବନ ଯାପନ କରିବେ।

Leave a Reply

Your email address will not be published. Required fields are marked *