June 26, 2025

Odia Express

Here, There and Everywhere

ସ୍ଵପ୍ନରେ ଖେତ ଦେଖିବା ସ୍ବପ୍ନ ମାନଙ୍କର ଅର୍ଥ ଓ ତାଙ୍କ ଫଳ – ଯଦି ଆପଣ ରାତିରେ କୌଣସି ବି ସ୍ୱପ୍ନ ଦେଖୁଶଛନ୍ତି ତେବେ ନିଶ୍ଚୟ ପଢନ୍ତୁ ଏହି କଥା..

ମାନବ ଜୀବନର ସ୍ବପ୍ନ ଦର୍ଶନର ବିଶିଷ୍ଟ ମହତ୍ତ୍ଵ ଅଛି।ଆମେ ଶୋଇବା ଅବସ୍ଥାରେ,ଜାଗ୍ରତ ଅବସ୍ଥାରେ,ତଥା ଚାଲିବା ବେଳେ ମଧ୍ୟ ସ୍ବପ୍ନ ଦେଖିଥାଉ।ସ୍ବପ୍ନ ତଥା କଳ୍ପନାର ସଂସାର ଏମିତି ଏକ ଅଦୃଶ୍ୟ ପଂଖ ଯାହାଦ୍ଵାରା ମନୁଷ୍ୟ ସୁଖେ ଦୁଃଖେ ଜୀବନ ଅତିବାହିତ କରିଦିଏ।ଆଧୁନିକ ବିଜ୍ଞାନ ମଧ୍ୟ ସ୍ବପ୍ନ ଦର୍ଶନ କୁ ମାନି ସରିଛି।ବ୍ୟକ୍ତି ଦିନରେ ସ୍ବପ୍ନ ଦେଖେ ତଥା ରାତିରେ ବି ଦେଖେ।ବ୍ୟକ୍ତି ଯେତେବେଳ ମାନସିକ ରୂପରେ ଥକି ଯାଇଥାଏ ତ ସେ ଦିନ ବେଳେ ସ୍ବପ୍ନ ଦେଖି ଥାଏ।ଦିନ ବେଳେ ଦେଖିଥିବା ସ୍ୱପ୍ନର କୌଣସି ମହତ୍ତ୍ଵ ନ ଥାଏ।

ରାତିରେ ଦେଖିଥିବା ସ୍ୱପ୍ନର ମହତ୍ତ୍ଵ ରାତିର ବିଭିନ୍ନ ଚରଣରେ ଜଣ ପଡ଼ିଥାଏ।୧୨ ଟା ପୂର୍ବରୁ ଦେଖିଥିବା ସ୍ବପ୍ନ ଅର୍ଥହୀନ ଅଟେ।୧୨ ରୁ୧ ଭିତରେ ଦେଖିଥିବା ସ୍ବପ୍ନ ର ଫଳ ୩ ବର୍ଷ ଭିତରେ ମିଳିଯାଏ।୧ ରୁ ୨ ଟା ଭିତରେ ଦେଖିଥିବା ସ୍ୱପ୍ନ ର ଫଳ ଏକ ବର୍ଷ ଭିତରେ ମିଳିଯାଏ।୩ ରୁ ୪ ଟା ଭିତରେ ଦେଖିଥିବା ସ୍ୱପ୍ନର ଫଳ ୬ ମାସ ଭିତରେ ମିଳିଯାଏ।୪ ରୁ ୫ ଟା ଭିତରେ ଦେଖିଥିବା ସ୍ୱପ୍ନର ଫଳ ୩ ମାସ ଭିତରେ ମିଳିଯାଏ।୫ ରୁ ୬ ଟା ଭିତରେ ଦେଖିଥିବା ସ୍ୱପ୍ନର ଫଳ ୧ ମାସ ଭିତରେ ମିଳିଯାଏ।ଏବଂ ସକାଳେ ଆଖି ଖୋଲିବା ପୂର୍ବରୁ ଯେଉଁ ସ୍ବପ୍ନ ଆସେ ତାହା କେବଳ ଭାଗ୍ୟ ଶାଳୀ ଲୋକଙ୍କୁ ହିଁ ମିଳିଥାଏ।

ସ୍ୱପ୍ନର ସମ୍ବନ୍ଧ ଆମ ଜୀବନ ସହିତ ରହିଛି।ଯଦି ଆପଣ ସ୍ଵପ୍ନରେ ଖେଳନା ଦେଖୁଛନ୍ତି ତ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିବାର ସମ୍ଭାବନା ରହିଛି।ଦ୍ଵିତୀୟ ଯଦି ଆପଣ ସ୍ଵପ୍ନରେ ଖରଭୁଜ ଦେଖୁଛନ୍ତି ତ ଆପଣଙ୍କୁ ଧନର ପ୍ରାପ୍ତି ହେବାର ସମ୍ଭାବନା ଅଛି।ତୃତୀୟରେ ଯଦି ଆପଣ କ୍ଷେତକୁ ଦେଖୁଛନ୍ତି ତ ଆପଣଙ୍କ ଜୀବନରେ କିଛି ସଙ୍କଟ ଆସିବାର ଅଛି।ଚତୁର୍ଥ ହେଉଛି କୌଣସି ଠେକୁଆ କୁ ଦେଖିବା ତ ଆପଣ କୌଣସି ଏକ ସ୍ତ୍ରୀ କୁ ଭେଟି ପାରନ୍ତି।ପଞ୍ଚମ ହେଉଛି ଗୁରୁଙ୍କୁ ଦେଖିବା,ଏହାର ଅର୍ଥ ଆପଣଙ୍କ ଜୀବନର କୌଣସି ଅଧୁରା କାମ ପୁରା ହେବା।

ସ୍ବପ୍ନ ବାସ୍ତବ ଜୀବନର କଷ୍ଟ ଓ ଅସୁବିଧାରୁ ମୁକ୍ତି ଦେଇଥାଏ।ସ୍ବପ୍ନ ଅଛି ତ ଜାଗୃତ ସଂସାର ଅଛି ଆଉ ଯଦି ସ୍ବପ୍ନ ନାହିଁ ତ ବାହ୍ୟ ସଂସାର ର କିଛି ଅର୍ଥ ନାହିଁ।ମାନବ ସମାଜ ର ସବୁ ଗ୍ରନ୍ଥ ସ୍ବପ୍ନ ଶାସ୍ତ୍ର ବିଷୟରେ ଆଲୋଚନା କରିଥାନ୍ତି।ପ୍ରାଚୀନ କାଳରେ ରାଜା ମହାରାଜା ମାନେ ନିଜ ସ୍ବପ୍ନ ଭେଦ ଖୋଲିବା ପାଇଁ ରାଜ ଗୁରୁ ମାନଙ୍କ ପରାମର୍ଶ ନେଇଥାନ୍ତି।କିଛି ବି କୁହ ନା କାହିଁକି ସ୍ବପ୍ନ ମାନବର ଅନ୍ତର ଜାଣିବା ପାଇଁ ଏକ ସଶସ୍ତ୍ର ମାଧ୍ୟମ।ଏଥିପାଇଁ ସ୍ବପ୍ନକୁ ଈଶ୍ବରଙ୍କ ନିକଟକୁ ପହଞ୍ଚିବା ପାଇଁ ସିଡି ମଧ୍ୟ କୁହାଯାଇଛି। ତ ଆପଣ ମାନେ ଯେତେ ବେଳେ ବି ସ୍ବପ୍ନ ଦେଖିବେ ତା ମାନେ ଜାଣିବା ପାଇଁ ନିଶ୍ଚିତ ଚେଷ୍ଟା କରିବେ।

Leave a Reply

Your email address will not be published. Required fields are marked *