October 14, 2025

Odia Express

Here, There and Everywhere

ଆପଣଙ୍କ ଶରୀରରେ ଥିବା କଳାଯାଇ ଆପଣଙ୍କ ବିଷୟରେ କଣ କହିଥାଏ? ଶରୀର ର ଏହି ଜାଗାରେ ଥିଲେ ଶୁଭଫଳ ମିଳିଥାଏ..

ନମାସ୍କର ସାଙ୍ଗମାନେ।ଆପଣମାନେ ପାଖାପାଖି ସବୁ ପୁରୁଷ ଏବଂ ସ୍ତ୍ରୀଙ୍କ ଶରୀରର କୌଣସି ଅଙ୍ଗରେ କଳାଯାଇ ନିଶ୍ଚିତ ଦେଖିଥିବେ।ସେହି କଳାଯାଇର ମହତ୍ୱ କଣ ଥାଏ?ଶରୀରର କେଉଁ ଭାଗରେ କଳାଯାଇ ରହିଲେ କଣ ଫଳ ମିଳିଥାଏ?ଜୋତିଶ ଏବଂ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରରେ କଳାଯାଇ ରହିବା ଏକ ଅଲଗା ସଂକେତ ଦେଇଥାଏ।ଯଦି ଚେହେରାର କୌଣସି ସ୍ଥାନରେ କଳାଯାଇ ଥାଏ ତେବେ ଆପଣ ବ୍ୟକ୍ତିର ସ୍ୱଭାବକୁ ମଧ୍ୟ ଜାଣିପାରିବେ।ଏହାର ମୁଖ୍ୟ କଥା ହେଉଛି ପୁରୁଷର ଚେହେରାର ଡାହାଣ ଏବଂ ସ୍ତ୍ରୀଙ୍କ ଚେହେରାର ବାମ ପାର୍ଶ୍ଵରେ କଳାଯାଇ ଥିଲେ ତାହା ଶୁଭ ମନାଯାଇଥାଏ।ଏବଂ ଏହାର ମିଳାମିଶା ପରିଣାମ ମଧ୍ୟ ମିଳିଥାଏ।

ଆମେ ଆପଣଙ୍କୁ ଶରୀରର କେଉଁ ଜାଗାରେ କଳାଯାଇ ଥିଲେ ତାହା କଣ ଦର୍ଶାଇଥାଏ ତାହା ଜାଣିବା ଆଗରୁ ପ୍ରଥମେ ଜାଣିବା କିଛି ଅଙ୍ଗର ନାମ ଏବଂ ତାହା ମନୁଷ୍ୟର ବ୍ୟକ୍ତିତ୍ୱକୁ କିପରି ପ୍ରଭାଭିତ କରିଥାଏ?ଏହା ମଧ୍ୟ ସାମୁଦ୍ରିକ ଶାସ୍ତ୍ରର ଏକ ବିଦ୍ୟା ଅଟେ।ଯେଉଁଠାରେ ମନୁଷ୍ୟର ବ୍ୟକ୍ତିତ୍ୱ ତାଙ୍କର ଅଙ୍ଗକୁ ଦେଖି ଜାଣିହୋଇଥାଏ।ଉଦାହରଣ ସ୍ୱରୂପ ଯେଉଁ ପୁରୁଷଙ୍କ କାନ୍ଧ ତଳକୁ ହୋଇଥାଏ ସେମାନେ ଶାଳିନ ସ୍ୱଭାବର ହୋଇଥାଆନ୍ତି।ଏବଂ ଛଉଡା ଛାତିଥିବା ପୁରୁଷ ଧନବାନ ହୋଇଥାନ୍ତି।ଏବଂ ନାଲି ଓଠ ଥିବା ପୁରୁଷ ସାହସୀ ହୋଇଥାଆନ୍ତି।ସେପରି ମହିଳାଙ୍କର ମଧ୍ୟ କୌଣସି ଅଙ୍ଗ ତାଙ୍କ ବିଷୟରେ କିଛିନା କିଛି କହିଥାଏ।

ଯେଉଁମାନଙ୍କ ମଥାର ବାମ ପାର୍ଶ୍ଵରେ କଳାଯାଇ ଥାଏ ସେମାନଙ୍କ ଜୀବନରେ କୌଣସିନା କୌଣସି ଅସୁବିଧା ରହିଥାଏ।ଏବଂ ଯଦି ମଥାର ଡାହାଣ ଭାଗରେ କଳାଯାଇ ଥାଏ ତେବେ ଆପଣଙ୍କ ପାଖରେ ଧନ ନିଶ୍ଚିତ ରହିଥାଏ।ଏବଂ ମଥାର ମଝିରେ କଳାଯାଇ ଥିଲେ ଧନସମ୍ପଦ ଏବଂ ଏଇଶ୍ୱର୍ୟ୍ଯର ଭୋଗ ହୋଇଥାଏ।ପାଟିର ତଳ ପାର୍ଶ୍ୱରେ କଳାଯାଇ ଥିଲେ ଜୀବନ ସାଥିସହ ମତଭେଦ ରହିଥାଏ।ଡାହାଣ ଆଖି ଉପରେ ଥିଲେ ଜୀବନ ସାଥିଠାରୁ ସବୁବେଳେ ପ୍ରେମ ମିଳିଥାଏ।ଏବଂ ବାମ ଆଖି ଉପରେ ଥିଲେ ଜୀବନରେ ସଂଘର୍ଷ ରହିଥାଏ।ଡାହାଣ ଗାଲରେ କଳାଯାଇ ଥିଲେ ଧନରେ ପରିପୂର୍ଣ୍ଣ ରହିବେ ଏବଂ ବାମ ଗାଲରେ ଥିଲେ ଧନର କ୍ଷତି ଦେଖାଯାଏ।ବାମ କାନରେ ଥିଲେ ଦୁର୍ଘଟଣାରୁ ସର୍ବଦା ବଂଚିକି ରୁହଁନ୍ତୁ।ଏବଂ ବେକରେ ଥିଲେ ଆପଣଙ୍କ ଜୀବନ ଆରାମରେ ବ୍ୟତୀତ ହୋଇଥାଏ।ଡାହାଣ ହାତରେ କଳାଯାଇ ଥିଲେ ସହଜ ଏବଂ ସମ୍ପର୍ଣ୍ଣ ପ୍ରାପ୍ତ ହୋଇଥାଏ।ଏବଂ ବାମ ହାତରେ ଥିଲେ ପୁତ୍ର ସନ୍ତାନ ମିଳିବାର ସମ୍ଭାବନା ଥାଏ।ଏବଂ ପୁତ୍ରଠାରୁ ସୁଖର ପ୍ରାପ୍ତି ହୋଇଥାଏ।

ଯଦି ଆପଣଙ୍କ ଡାହାଣ ଛାତିରେ କଳାଯାଇ ଥାଏ ତେବେ ଆପଣଙ୍କୁ ଜୀବନସାଥି ଠାରୁ ପ୍ରେମ ମିକିଥାଏ।ଛାତିର ବାମ ପାର୍ଶ୍ୱରେ ଥିଲେ ଜୀବନରେ ଅଧିକ ଭୟ ରହିଥାଏ।ନାକରେ ଥିଲେ ଆପଣ ଜୀବନଭର ଯାତ୍ରା କରିଥାନ୍ତି।ବାମ କାନ୍ଧରେ କଳାଯାଇ ଥିଲେ ମନରେ ସଂକୋଚ ଅଧିକ ରହିଥାଏ।ଡାହାଣ କାନ୍ଧରେ ଥିଲେ ସହାସ ଏବଂ କାର୍ୟ୍ଯ କ୍ଷମତା ଅଧିକ ରହିଥାଏ।ଆପଣଙ୍କ ଶରୀରରେ ଯେଉଁ କଳାଯାଇ ଥାଏ ତାହା କିଛିନା କିଛି ନିଶ୍ଚିତ କହିଥାଏ।

Leave a Reply

Your email address will not be published. Required fields are marked *