December 23, 2024

Odia Express

Here, There and Everywhere

ଶରୀରରୁ ଆସୁଥିବା ଗନ୍ଧରୁ ଏହିପରି ଉପଶମ ପାଆନ୍ତୁ – ଖରା ଦିନେ ହେଉଥିବା ଝାଳ ରୁ ହେଉଥିବା ଉପଶମ ପାଇବେ – କୌଣସି ପରଫ୍ୟୁମ ଦରକାର ହେବ ନାହିଁ..

ନମାସ୍କର ସାଙ୍ଗମାନେ।ସବୁବ୍ୟକ୍ତିଙ୍କ ଶରୀରରେ କିଛିନା କିଛି ଗନ୍ଧ ନିଶ୍ଚିତ ଥାଏ।ଯେବେ ଶରୀରରୁ ଭଲ ବାସ୍ନା ଆସିଥାଏ ତେବେ ତାହା ସଭ ସ୍ଥିତିରେ ଆପଣଙ୍କ ଆତ୍ମବିଶ୍ୱାସ ବଢାଇଥାଏ।ଯଦି ଆପଣଙ୍କ ଶରୀରରୁ ଝାଳ, ଦୁର୍ଗନ୍ଧ କିମ୍ବା ଖରାପ ବାସ୍ନା ଆସିଥାଏ ତେବେ ଥା ଆପଣଙ୍କ ଆଖ ପାଖ ଲୋକମାନଙ୍କ ପାଇଁ ଏହା ଏକ ଅସୁବିଧାର ବିଷୟ ହୋଇଥାଏ।ଝାଳ କିମ୍ବା ଶରୀରରୁ ଆସୁଥିବା ଯେକୌଣସି ଗନ୍ଧର ମୁଖ୍ୟ କାରଣ ଆମ ଶରୀରର ଚର୍ମ ହୋଇଥାଏ।ଏହି ଚର୍ମ ମଧ୍ୟରେ ତେଲ ତିଆରି କରିବାଭଳି ବହୁତ ପ୍ରକାର ଗ୍ରନ୍ଥି ମିଳିଥାଏ।ଯେଉଁଥିରୁ ପୁରା ସମୟରେ ଶରୀରକୁ ଥଣ୍ଡା ରଖିବାପାଇଁ ପାଣି ବାହାରକୁ ଆସୁଥାଏ।ଯାହାକୁ ଆମେ ଝାଳ କହିଥାଉ।ଝାଳ ମୁଖ୍ୟତଃ ମୁଣ୍ଡରେ ଚାପ କିମ୍ବା ଶରୀରରେ ଗରମ ହେଲେ ଆସିଥାଏ କାରଣ ଏହାଦ୍ୱାରା ଶରୀର ପୁର୍ନବାର ଥଣ୍ଡା ହୋଇପାରିବ।କଣ ଆପଣ ଏହା ଜାଣିଛନ୍ତି ଯେ ଆମ ଶରୀରରୁ ବାହାରୁଥିବା ଝଲର କୌଣସି ଗନ୍ଧ ନଥାଏ?ଏହା ପାଣି ଭଳି ଗନ୍ଧହୀନ ହୋଇଥାଏ।ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଝାଳ ଦ୍ୱାରା ଶରୀରକୁ ଗନ୍ଧ କେଉଁଠାରୁ ଆସିଥାଏ?

ଆମ ଶରୀରର ଭିତରେ ଏବଂ ବାହାରେ ଅନେକ ପ୍ରକାର ବ୍ୟାକ୍ଟେରିଆ ରହିଥାଏ।ସେମାନଙ୍କ ମଧ୍ୟରୁ କିଛି ବ୍ୟାକ୍ଟେରିଆ ଆମପାଇଁ କ୍ଷତିକାରକ ହୋଇଥାଏ ଏବଂ କିଛି ବ୍ୟାକ୍ଟେରିଆ ଆମ ପାଇଁ ଲାଭଦାୟୀ ହୋଇଥାଏ।ଯେବେ ଆମଶରୀର ମଧ୍ୟରୁ ଝାଳ ଚର୍ମଦେଇ ବାହାରକୁ ଆସିଥାଏ ତେବେ ଏହା ଚର୍ମରେ ଥିବା ବ୍ୟାକ୍ଟେରିଆର ସମ୍ପର୍କରେ ଆସିଯାଇଥାଏ।ଏବଂ ସେହି ବ୍ୟାକ୍ଟେରିଆ ଶରୀରରେ କିଛି ତତ୍ୱକୁ ଖାଇଥାନ୍ତି ଏବଂ ଶରୀର ମଧ୍ୟରେ ଏକପ୍ରକାର ଗନ୍ଧ ସୃଷ୍ଟି କରିଥାଆନ୍ତି।ଆମ ଶରୀରର ଗରମ ଏବଂ ବନ୍ଦ ହୋଇଥିବା ଭାଗ ଏହି ବ୍ୟାକ୍ଟେରିଆର ସବୁଠାରୁ ପସନ୍ଦର ସ୍ଥାନ ହୋଇଥାଏ।ଏଥିପାଇଁ ଏହି ଜାଗାମାନଙ୍କରୁ ବାହାରୁଥିବା ଗନ୍ଧ ବେଶି ଥାଏ।ଝାଳ କିମ୍ବା ଶରୀରରୁ ଅସୁଥିବା ଯେକୌଣସି ଗନ୍ଧକୁ ଦୂର କରିବାର ଉପାୟ ହେଉଛି ଗନ୍ଧ ପ୍ରସ୍ତୁତକାରି ବ୍ୟାକ୍ଟେରିଆକୁ ଶେଷ କରିବାଏହାକୁ ଆପଣ କିଛି ଅସରଦାର ଘରୋଇ ଵାଚର ଦ୍ୱାରା ସହଜରେ କରିପାରିବେ।

ଆଜି ଆମେ ଆପଣଙ୍କୁ ଏହିପରି ଘରୋଇ ଉପଚାର ବତାଇବୁ ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ବଞ୍ଚିପାରିବେ।ଏବଂ ଏଥିପାଇଁ ଆପଣଙ୍କୁ କୌଣସି ପରଫୟୁମର ଆବଶ୍ୟକତା ପଡିବନାହିଁ।ଏଥିପାଇଁ ଆପଣଙ୍କୁ ଦରକାର ହେବ ଲେମ୍ବୁ ଏବଂ ଗୋଲାପ ଜଳର।ଆପଣ ଅଧା ପାତ୍ର ଲେମ୍ବୁରସ ଏବଂ ଅଧା ପାତ୍ର ଗୋଲାପ ଜଳ ନେଇ ଭଲଭାବରେ ମିଶାଇ ଏକ ସ୍ପ୍ରେ ହୋଇପାରୁଥିବା ପାତ୍ରରେ ରାଖନ୍ତୁ ଏବଂ ଏହାକୁ ପ୍ରତିଦିନ ଗାଧୋଇବାପରେ ଯେଉଁ ଜାଗାରୁ ଗନ୍ଧ ଆସୁଛି ସେହି ଜାଗାରେ ଲଗାନ୍ତୁ।ଏହାକୁ ଆପଣ ନିଜ ପୋଷାକ,ଏବଂ ଜୋତାରେ ମଧ୍ୟ କରିପାରିବେ।

ଦୂତୀୟ ଉପାୟ ପାଇଁ ଆପଣଙ୍କୁ ଦରକାର ହେବ ବେସନ, ବେକିଂ ସୋଢା ଏବଂ ପାଣି।ଆପଣ ୫୦ଗ୍ରାମ ବେକିଂ ସୋଢାରେ ୫୦ଗ୍ରାମ ବେସନ ମିଶାଇ ତାହାକୁ ଏକ ପାତ୍ରରେ ରଖିଦିଅନ୍ତୁ।ଏବଂ ଗାଧୋଇବା ପୂର୍ବରୁ ଏହାକୁ ପାଣିରେ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ଯେଉଁ ଜାଗାରୁ ଝାଳ ଆସୁଛି ସେହି ଜାଗାରେ ଲଗାନ୍ତୁ।ଏହାଦ୍ୱାରା ଗନ୍ଧରୁ ଉପଶମ ମିଳିଥାଏ।ଏବଂ ଆପଣ ସବୁଜ ପାରିବା ଖାଇବା ଦ୍ୱାରା ସେଥିରେ କ୍ଲୋରୋଫିଲର ମାତ୍ରା ବଢିଥାଏ ଏହାଦ୍ୱାରା ଆପଣଙ୍କୁ ଝାଳ ଆସିଲେ ମଧ୍ୟ ଶରୀରରୁ ଗନ୍ଧ ଆସିନଥାଏ।ଏବଂ ଯଦି ଆପଣ ଗୋଟିଏ ପୋଷାକ ପିନ୍ଧୁଛନ୍ତି ତେବେ ଏହାଦ୍ୱାରା ମଧ୍ୟ ଶରୀରରୁ ଗନ୍ଧ ଆସିଥାଏ।ଆପଣ ପୋଷାକ ପିନ୍ଧିବାପରେ ଏହାକୁ ଭଲ ଭାବରେ ସଫାକରି ତାହାକୁ ଟାଣ ଖରାରେ ସୁଖନ୍ତୁ।

Leave a Reply

Your email address will not be published. Required fields are marked *