June 23, 2025

Odia Express

Here, There and Everywhere

ବୃଷ ରାଶିର ବ୍ୟକ୍ତି ବିଶେଷ୍ୟଙ୍କ ଯୋଡି କେଉଁମାନଙ୍କ ସହ ଭଲ ଜମିବ ଆସନ୍ତୁ ଜାଣିବା – ଯଦି ଆପଣଙ୍କର ଏହି ରାଶି ତେବେ ନିଶ୍ଚୟ ପଢନ୍ତୁ

ନମସ୍କାର ବନ୍ଧୁଗଣ,ଆଜି ଆମେ ବୃଷ ରାଶିର ଜାତକର ଯୋଡି କାହା ସହ ଭଲ ଜମିବ।ସେ ବିବାହ ହେଉ,ବନ୍ଧୁ ହେଉ କିମ୍ବା ବ୍ୟବସାୟର ଭାଗିଦାରୀ।ରାଶି ଏକ ଏପରି ଜରିଆ ଅଟେ ଯାହା ଦ୍ଵାରା ଆମେ ଆମ ଜୀବନଶୈଳୀ ଓ ନିଜ ଭବିଷ୍ୟ ବିଷୟରେ ବହୁତ କଥା ଜାଣିପାରିବା।ବୃଷ ରାଶିକୁ ନିଆଁର ପ୍ରତୀକ ମଧ୍ୟ କୁହାଯାଏ।ଏମାନଙ୍କୁ ଆୟ ଓ ବିକ୍ରିର ମାମଲାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।କାରଣ ସେମାନେ ତରବରିଆ ଭାବରେ କାମ କରିବାକୁ ପସନ୍ଦ କରନ୍ତିନାହିଁ ।ସେମାନେ ଆର୍ଥିକ ମାମଲାରେ ବହୁତ ଧୀର କାର୍ଯ୍ୟ କରନ୍ତି।ଏମାନଙ୍କର ବଂଚିବାର ଶୈଳୀ ଅଲଗା ହୋଇଥାଏ।

ଯଦି ବୃଷ ରାଶି ଓ ମେଷ ରାଶିର ବ୍ୟକ୍ତି ସହ ଜୀବନ କାଟିବାର ବିଷୟରେ ଚିନ୍ତା କରୁଥାଏ ତେବେ ସେମାନଙ୍କର ମୂଳ ସ୍ଵଭାବ ଓ ବ୍ୟକ୍ତିତ୍ୱରେ ଅସମାନତା ସତ୍ଵେ ତାଙ୍କ ଯୋଡି ସଫଳ କୁହାଯାଇ ପାରିବ।କାରଣ ଜୀବନର କେତେକ ଏପରି କ୍ଷେତ୍ର ଅଛି ଯେଉଁଠି ଆପଣଙ୍କ ଏହି ଅସମାନତା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।ଏମାନେ ପରସ୍ପରର ସାଥ ସବୁ କ୍ଷେତ୍ରରେ ଦେବେ।

ଏହି ରାଶିର ଲୋକ ବହୁତ ସରଳ ହୋଇଥାନ୍ତି।ଯେବେ ସେମାନେ ନିଜ ରାଶିର ଜାତକ ସହ ଯୋଡି ହେବେ ତେବେ ସେମାନଙ୍କର ବୁଝାମଣା ବହୁତ ଶୀଘ୍ର ହୋଇଯାଏ।ଏମାନେ ପରସ୍ପର ସହ ଖୁସିରେ ରହନ୍ତି।ଦୁହିଁଙ୍କ ମଧ୍ୟରୁ କେହି ମଧ୍ୟ ନିଜ ସାଥି ଉପରେ କୌଣସି ପ୍ରକାରର ଚାପ ପକାଏ ନାହିଁ।

ବୃଷ ରାଶି ଓ ମିଥୁନ ରାଶିର ଯୋଡି ବିଷୟରେ କହିବା ତେବେ ଯଦିଓ ଏହି ଦୁହିଁଙ୍କର ସଂଚାଳକ ଗ୍ରହ ମିତ୍ର ଅଟନ୍ତି ଏହା ସତ୍ଵେ ମଧ୍ୟ ଏମାନଙ୍କର ବ୍ୟକ୍ତିତ୍ୱରେ ବହୁତ ଫରକ ଥାଏ।ବୃଷ ରାଶିର ଲୋକଙ୍କୁ କୌଣସି କଥାର ଜଲଦି ନଥାଏ ସେହିପରି ମିଥୁନ ରାଶିର ଲୋକଙ୍କ ପାଇଁ ଧର୍ଯ୍ୟ ରଖିବା ଅସମ୍ଭବ ଅଟେ।ଏଥିପାଇଁ ଏହି ଦୁହେଁ ପରସ୍ପର ସହ କେବେବି ସାମଞ୍ଜସ୍ୟ ରଖନ୍ତି ନାହିଁ।

କର୍କଟ ରାଶି ଓ ବୃଷ ରାଶିର ଯୋଡି ବିଷୟରେ କହିବା ତେବେ କର୍କଟ ରାଶିର ଲୋକଙ୍କର ସବୁଠୁ ବଡ ସମସ୍ୟା ହେଉଛି ତାଙ୍କର ଅଧିକ ଭବବିହୁଳ ସ୍ଵଭାବ।ବୃଷରାଶି ମଧ୍ୟ ଏହିପରି ହୋଇଥାନ୍ତି ।ଏମାନଙ୍କ ଯୋଡି ଏକ ଆଦର୍ଶ ଯୋଡି ଅଟେ।ଦୁହେଁ ପରସ୍ପରର ଭାବନାକୁ ବୁଝିଥାନ୍ତି।

ବୃଷ ଓ ସିଂହ ରାଶିର ଯୋଡି କଥା କହିବା ତେବେ,ସିଂହ ରାଶିର ଲୋକ ନିଜକୁ ଆଗରେ ରଖି ଚାଲନ୍ତି।ସେମାନେ ବୁଝାମଣା ଠାରୁ ନିଜ ପସନ୍ଦକୁ ମହତ୍ତ୍ୱ ଦିଅନ୍ତି।ସେମାନେ କାହା ସାମ୍ନାରେ ମୁଣ୍ଡ ତଳକୁ କରିବାକୁ ଚାହାନ୍ତି ନାହିଁ।ଯଦି ଏମାନଙ୍କୁ ନିଜ ପସନ୍ଦର ବ୍ୟକ୍ତି ମିଳେ ତେବେ ସେ ସିଂହ ରାଶିର ହଉ ପଛକେ ସେମାନେ ଅତି ସହଜରେ ତାଙ୍କ ସହ ଜୀବନ ଅତିବାହିତ କରି ପାରିବେ।

ବୃଷ ରାଶି ଓ କନ୍ୟା ରାଶିର ଯୋଡି ବିଷୟରେ କହିବା ତେବେ, କନ୍ୟା ରାଶିର ଲୋକ ବହୁତ କଥାକୁହା ହୋଇଥାନ୍ତି।ଏବଂ ଚାହାନ୍ତି ଯେବେବି ସେ କହିବେ ତାଙ୍କ ସାଥି ତାଙ୍କ କଥା ଶୁଣିବେ।ଏହି ମାମଲାରେ ଏହି ଦୁଇ ରାଶିର ଯୋଡିକୁ ଦୁର୍ବଳ କୁହାଯାଇ ପାରେ।କାରଣ ବୃଷ ରାଶିର ଲୋକ ଶାନ୍ତ ରହିବାକୁ ଚାହାନ୍ତି ଓ କନ୍ୟା ରାଶିର ଲୋକ କହିବାରେ ବିଶ୍ୱାସ କରନ୍ତି।

ବୃଷ ଓ ତୁଳା ରାଶିର ଯୋଡି ବିଷୟରେ କହିବା ତେବେ, ଏହି ଦୁଇ ରାଶିର ଲୋକ ପରସ୍ପର ପ୍ରତି ବହୁତ ଜଲଦି ଆକର୍ଷିତ ହୋଇଯାନ୍ତି।ଏହି ଦୁହିଁଙ୍କର ଯୋଡି ବହୁତ ଭଲ ରହିବ।

ବୃଷ ଓ ମେଷ ଏବଂ ବୃଷ ଓ ଧନୁ ରାଶିର ଯୋଡିର କଥା କହିବା ତେବେ ଏମାନେ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି।ଧନ୍ୟବାଦ।

Leave a Reply

Your email address will not be published. Required fields are marked *