ଗଣ୍ଠିର କଷ୍ଟ ଓ ଦରଜକୁ ଶେଷ କରନ୍ତୁ, ପ୍ରସ୍ତୁତ କରନ୍ତୁ ଏହି ଚମତ୍କାରୀ ମଲମ – ଆଜି ବ୍ୟବହାର କରି ଦେଖନ୍ତୁ..
1 min readନମସ୍କାର ବନ୍ଧୁଗଣ,କଷ୍ଟ ଆଣ୍ଠୁରେ ହଉ କିମ୍ବା ଗୋଇଠିରେ ଯେବେ ଏହା ଶରୀରର ବିଭିନ୍ନ ଅଂଶରେ ଦରଜ ହେବା ଆରମ୍ଭ ହୋଇଯାଏ ତେବେ ଏହା ବଢିଯାଏ।ଏହା ଶୁଣିବାରେ ବହୁତ ସାଧାରଣ ସମସ୍ୟା ହୋଇଥାଏ କିନ୍ତୁ ପ୍ରକୃତରେ ଏହା ବହୁତ ଗମ୍ଭୀର ସମସ୍ୟା ଅଟେ।ଯଦି ଆପଣ ମଧ୍ୟ ଗଠିଆ,ଅର୍ଥ୍ରାଇଟିସ, ଇଉରିକ ଏସିଡ ଭଳି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ଉପଚାର ବିଷୟରେ ଜଣାଇବୁ।ଗଣ୍ଠିରେ ଓ ମାଂସପେଶୀରେ କଷ୍ଟର ଆରମ୍ଭ ହେଲେ ତେବେ ସବୁଠୁ ପ୍ରଥମେ ସେହି କଷ୍ଟରୁ ମୁକ୍ତି ପାଇବା ପାଇଁ ଆମେ ଉପରୁ ଏହାର ଉପଚାର କରୁ।ଆମେ ବିଭିନ୍ନ ପ୍ରକାରର ମଲମ ଓ ଔଷଧର ବ୍ୟବହାର କରୁ।ଏହା କେବଳ ଅଳ୍ପ ସମୟ ପାଇଁ ଆଶ୍ୱସ୍ତି ଦେଇଥାଏ।ଯେଉଁଥି ପାଇଁ ପୁଣି କଷ୍ଟ ଆରମ୍ଭ ହୋଇଯାଏ।ଆଜି ଆମେ ଏକ ଘରୋଇ ଉପାୟରେ ଏକ ମଲମ ପ୍ରସ୍ତୁତ କରିବା ଶିଖିବା ଏହା ବହୁତ ଶୀଘ୍ର ପ୍ରସ୍ତୁତ ହୋଇଯାଏ।
ଏହାକୁ ତିଆରି କରିବା ପାଇଁ ଆମକୁ ଆବଶ୍ୟକ ହେବ ରାଶି ତେଲ,ଲବଙ୍ଗ, ଅଦା, ଡାଲଚିନି, ଗୁଜୁରାତି, ରସୁଣ, ତେଜ ପତ୍ର ,ମେଥି ଦାନା,ଜୁଆଣି,କପୁର, ନୀଳଗିରି ତୈଳ ଓ ମହମ।ଏଥିରୁ ପ୍ରାୟ ସବୁ ଜିନିଷ ଆମ ଘରେ ଉପଲବ୍ଧ ଥାଏ।
ଏହାକୁ ତିଆରି କରିବା ପାଇଁ ସବୁଠୁ ପ୍ରଥମେ ଏକ ପାତ୍ରରେ ୭-୮ ବଡ ଚାମଚ ରାଶି ତେଲକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ।ଏହାପରେ ଏକ ବଡ ଚାମଚ ଡାଲଚିନିକୁ ଖଣ୍ଡକରି ପକାନ୍ତୁ।ଏହାକୁ ଗରମ କରନ୍ତୁ।ଏଥିରେ ଦୁଇଟି ବଡ ଚାମଚ କଟା ହୋଇଥିବା ଅଦା, ଓ ଏକ ବଡ ଚାମଚ ଲବଙ୍ଗ (୨୦ରୁ ୨୫ଟି) ପକାଇ ଏହାକୁ ୨ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ।ଏହା ପରେ ଏଥିରେ ଏକ ବଡ ଚାମଚ ମେଥି ଦାନା ଓ ଏକ ଚାମଚ କଟାଯାଇଥିବା ରସୁଣ ପକାନ୍ତୁ।ଏକ ଚାମଚ ଗୁଜୁରାତିକୁ ଖୋଲି ଏହା ସହ ମିଶାନ୍ତୁ।ଏବେ ଗରମ କରନ୍ତୁ।ଏହା ପରେ ଏଥିରେ ଅଧା ଚାମଚ ଜୁଆଣି ଓ ଦୁଇଟି ତେଜ ପତ୍ର ପକାଇ ଏହାକୁ ଆଉ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ।ଏହା ଫୁଟିବା ପରେ ଏହାକୁ ଥଣ୍ଡାକରି ତେଲକୁ ଛାଣି ଦିଅନ୍ତୁ।
ତେଲ ଥଣ୍ଡା ହେବା ପରେ ଡବଲ ବଏଲର ସାହାଯ୍ୟରେ ବାକିଥିବା ସାମଗ୍ରୀକୁ ମିଶାଇବା।ଏଥିପାଇଁ ଏକ ପାତ୍ରରେ ପାଣି ଗରମ କରି ଏହା ଉପରେ କାଚର ପାତ୍ର ରଖନ୍ତୁ।ଏବେ ଏଥିରେ ସେହି ତେଲକୁ ପକାଇ ଏଥିରେ କପୁର ପକାନ୍ତୁ।କପୁର ଏଥିରେ ଧୀରେ ଧୀରେ ତରଳି ଯାଏ।ଏବେ ଏଥିରେ ଅଧା ଚାମଚ ନୀଳଗିରି ତେଲ ଓ ପାଖାପାଖି ଦୁଇ ଚାମଚ ମହମ ମିଶାଇ ଏହାକୁ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ।ଏହା ଗରମ ହୋଇଯିବା ପରେ ଏଥିରେ ଥିବା ମହମ ଓ କପୁର ପୁରାପୁରି ଭାବେ ତରଳି ଯିବ।ଏହା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।ଏବେ ଏହି ତେଲକୁ ଥଣ୍ଡା ହେବା ପୂର୍ବରୁ ହିଁ ଏହାକୁ ଏକ ପାତ୍ରରେ ପୁରାଇ ବନ୍ଦ କରି ଦିଅନ୍ତୁ।ଯେପରି ଯେପରି ଏହି ତେଲ ଥଣ୍ଡା ହୋଇ ଯିବ ସେମିତି ହିଁ ଏହା ଜମି ଯିବ।ଏବଂ ଏହା ଜମିଯିବା ପରେ ସମ୍ପୂର୍ଣ୍ଣ ଭାବେ ବଜାରରେ ମିଳୁଥିବା ମଲମ ଭଳି ହୋଇଯିବ।ଏତେ ଅଲଗା ଅଲଗା ଜିନିଷରେ ପ୍ରସ୍ତୁତ ହେବା ପରେ ମଧ୍ୟ ଏଥି ମଧ୍ୟରୁ କୌଣସି ଜିନିଷର ଗନ୍ଧ ଆସେ ନାହିଁ।ଏଥିରୁ କେବଳ କପୁର ଓ ନୀଳଗିରି ତେଲର ଗନ୍ଧ ଆସେ।
ଏହାର ବ୍ୟବହାର ଶରୀରରେ ଯେକୌଣସି ଗଣ୍ଠି କିମ୍ବା ମାଂସପେଶୀର କଷ୍ଟ ହେବା ଦ୍ଵାରା କରନ୍ତୁ।ଏହାକୁ ଲଗାଇବା ପରେ ଘୋଡାଇ ଦିଅନ୍ତୁ।