March 8, 2025

Odia Express

Here, There and Everywhere

ହଳଦିଆ ଦାନ୍ତରୁ ଏବଂ ପାଟିରୁ ବାହାରୁଥିବା ଦୁର୍ଗନ୍ଧରୁ ବଞ୍ଚିବାର ଉପାୟ – ମାତ୍ର କିଛି ମିନିଟ ରେ ଦାନ୍ତ ହେଇଯିବ ଚକଚକ..

ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଆପଣ ନିଜ ହଳଦିଆ ଏବଂ କଳା ପଡିଯାଇଥିବା ଦାନ୍ତଗୁଡିକୁ ସଫା କରିବାର ଏକ ଏପରି ଉପାୟ ଯାହା ଆପଣ ଆଗରୁ କେବେ ଶୁଣିନଥିବେ।ଏହାଦ୍ୱାରା ଆପଣଙ୍କ ହଳଦିଆ ଏବଂ ମଇଳା ଦାନ୍ତ ସବୁବେଳ ପାଇଁ ଦୂର ହୋଇଯିବ।ଯାହା ଆମେ ଜଣାଇବୁ ତାହାକୁ ଆପଣ ଯଦି ବ୍ୟବହାର କରିବେ ତେବେ ଆପଣଙ୍କ ଯେତେ ମଇଳା ଦାନ୍ତ ଥାଉନା କାହିଁକି ତାହା ମୋତି ଭଳି ଚମକିବାକୁ ଲାଗିବ।କେବେଳ ଏତିକି ଧ୍ୟାନ ରଖନ୍ତୁ ଯେପରି ଆମେ କହୁଛୁ ସେହିଭଳି ଅପଣଙ୍କ ଦାନ୍ତ ସଫା କରନ୍ତୁ।ଆପଣ ଦେଖିବେ ଆପଣଙ୍କ ଯେଉଁ ହଳଦିଆ ଦାନ୍ତ ଥିଲା ତାହା ଧୀରେ ଧୀରେ କିଛି ଦିନ ମଧ୍ୟରେ ଧଳା ହେବାକୁ ଲାଗିବ।

ତେବେ ଚାଲନ୍ତୁ ଦେଖିବା ଆପଣ ନିଜ ହଳଦିଆ ଦାନ୍ତ କିପରି ସଫା କରିପାରିବେ।ସର୍ଵପ୍ରଥମେ ଆପଣଙ୍କୁ ଦରକାର ହେବ ବେକିଂସୋଢା।ଆପଣଙ୍କୁ ଏଠାରେ ବେକିଂସୋଢା ହିଁ ନେବାର ଅଛି ବେକିଂ ପାଉଡର ନିଅନ୍ତୁ ନାହିଁ।ବହୁତ ଲୋକ ଏହା ଭାବନ୍ତିଯେ ବେକିଂସୋଢା ଏବଂ ବେକିଂ ପାଉଡର ଏକା ଜିନିଷ ହୋଇଥାଏ।କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଅଲଗା।ଅପଣଙ୍କୁ ଏହା ଆପଣଙ୍କୁ ବହୁତ ସହଜରେ ଅନଲାଇନ ମିଳିଯିବ।ଏହା ପରେ ନିଅନ୍ତୁ ଯେକୋୖଣସି ଟୂଥପେଷ୍ଟ ଯାହାକୁ ଆପଣ ବ୍ୟବହାର କରିବା ପସନ୍ଦ କରନ୍ତି।ପ୍ରଥମେ ଆପଣ ଟୂଥବ୍ରସକୁ ଭଲଭାବେ ସଫା କରିଦିଅନ୍ତୁ।ସଫା କରିବା ପରେ ଏଥିରେ ଟୂଥପେଷ୍ଟ ଲଗାନ୍ତୁ।ଏହାପରେ ଏଥିରେ ଏକ ଚିମୁଟା ବେକିଂସୋଢା ପକାନ୍ତୁ।ଏହାପରେ ଆପଣଙ୍କୁ ନେବାର ଅଛି ଏକ ଗ୍ଲାସ ଗରମ ପାଣି।ଅଧା ଗ୍ଲାସ ମଧ୍ୟ ନେଇପାରିବେ।ଏହାପରେ ପାଣିରେ ଅଧା ଚାମଚ ଲୁଣ ପକାନ୍ତୁ ଏବଂ ଏହାପରେ ଲେମ୍ୱୁର ଅଧା ଅଂଶ ନେଇ ସେହିପାଣିରେ ତାହାର ରସ ପକାନ୍ତୁ।

ଏହାପରେ ଆପଣଙ୍କୁ ବ୍ରସଦ୍ୱାରା ନିଜ ଦାନ୍ତକୁ ସଫା କରିବାର ଅଛି।ବହୁତ ଲୋକ ଦାନ୍ତକୁ ଠିକଭାବରେ ସଫା କରିନଥାନ୍ତି।ଆପଣ ଦାନ୍ତର ଚାରିପଟେ ଭଲ ଭାବରେ ସଫା କରନ୍ତୁ।ଅତିକମରେ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ଆପଣଙ୍କୁ ଏହା କରିବାର ଅଛି।ଯେତେବେଳେ ଦୁଇରୁ ତିନି ମିନିଟ ହୋଇଯିବ ତେବେ ଆପଣ ପାଣିଦ୍ୱାରା ପାଟି ସଫା କରିଦିଅନ୍ତୁ।ଏହାପରେ ଆପଣ ତିଆରି କରିଥିବା ପାଣି ନେଇ ତାହାକୁ ପାଟିରେ ରଖି ନିଶ୍ୱାସ ଦ୍ୱାରା ଗଳଗଳ କରନ୍ତୁ।

ଏବଂ ଏହି ପ୍ରକ୍ରିୟାକୁ ଆପଣ ସକାଳେ ଏବଂ ସନ୍ଧ୍ୟାସମୟରେ କରନ୍ତୁ।ଏହକୁ କରିବାପରେ ଅପଣଙ୍କ ମୁଖରୁ ଦୁର୍ଗନ୍ଧ ମଧ୍ୟ ବାହାରିବ ନାହିଁ ଏବଂ ତଣ୍ଟି ମଧ୍ୟରେ ଥିବା ଅପରିଷ୍କାର ପଦାର୍ଥ ମଧ୍ୟ ବହାରିଯିବ।ଏବଂ ଆପଣଙ୍କ ତଣ୍ଟି ମଧ୍ୟ ଭଲ ଭାବରେ ସଫା ହୋଇଯିବ।ଏବଂ ଆପଣଙ୍କ ଦାନ୍ତ ମଧ୍ୟ ମୋତି ଭଳି ଚମକିବାକୁ ଆରମ୍ବ କରିବ।ଏହାକୁ ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ ଏହା ଶତପ୍ରତିଶତ କାର୍ଯ୍ୟକାରୀ ଅଟେ।

ଯଦି ଆପଣଙ୍କ ମୁଖରୁ ଦୁର୍ଗନ୍ଧ ଆସୁଥାଏ ଏବଂ ଆପଣ କାହା ନିକଟକୁ ଯେତେବେଳେ ଯାଆନ୍ତି ତେବେ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ମୁଖରୁ ଆସୁଥିବା ଦୁର୍ଗନ୍ଧ ଯୋଗୁଁ ଠିକ ଭାବରେ କଥାହୋଇ ପାରେ ନାହିଁ ତେବେ ଏହି ଉପାୟକୁ ବ୍ୟବହାର କରନ୍ତୁ।ଏଥିରେ ଆପଣ ପ୍ରଥମେ ନିଅନ୍ତୁ ଅଳେଇଚ।ଅଳେଇଚକୁ ସବୁବେଳେ ନିଜସହ ରଖନ୍ତୁ।ଏକ ଅଳେଇଚ ନେଇ ନିଜ ପାଟିରେ ରଖନ୍ତୁ ଏବଂ ତାହାକୁ ଅଳ୍ପଅଳ୍ପ ଚୋବାନ୍ତୁ।ଏହାଦ୍ୱାରା ଆପଣଙ୍କ ପାଟିରୁ କେବେହେଲେ ଦୁର୍ଗନ୍ଧ ଆସିବନାହିଁ।ଏବଂ ଉପରେ କୁହାଯାଇଥିବା ଲେମ୍ୱୁପାଣିର ପ୍ରକ୍ରିୟା ମଧ୍ୟ କରନ୍ତୁ ଏହାଦ୍ୱାରା ମଧ୍ୟ ପାଟିରୁ ଦୁର୍ଗନ୍ଧ ଆସିନଥାଏ।ତେବେ ଏହାକୁ ନିଶ୍ଚିତ ବ୍ୟବହାର କରିଦେଖାନ୍ତୁ।ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ।

Leave a Reply

Your email address will not be published. Required fields are marked *