June 23, 2025

Odia Express

Here, There and Everywhere

ଉକୁଣୀ ମାରିବାର ଘରୋଇ ଉପାୟ – ଏହି ଉପାୟ କଲେ ଜୀବନସାରା ଆପଣଙ୍କ ମୁଣ୍ଡରେ ହେବ ନାହିଁ ଉକୁଣୀ ସମସ୍ୟା..

ମୁଣ୍ଡରେ ଉକୁଣୀ ଏକ ବହୁତ ବଡ଼ ସମସ୍ୟା ହୋଇଥାଏ।ବିଶେଷ କରି ଏହା ଛୋଟ ପିଲା ମାନଙ୍କ ଠାରେ ବହୁତ ଅସୁବିଧା କରିଥାଏ।ଛୋଟ ପିଲା ମାନେ ସ୍କୁଲ ଯାଆନ୍ତି,ସାଙ୍ଗ ସାଥି ହୋଇ ଖେଳନ୍ତି,ଏହା ଯୋଗୁଁ ଉକୁଣୀ ହୋଇଥାଏ।ଯଦି ଗୋଟିଏ ପିଲା ମୁଣ୍ଡରେ ଉକୁଣୀ ହୁଏ ତ ପରେ ଏହା ଅନ୍ୟ ସମସ୍ତ ପିଲା ଓ ପରିବାର ମାନଙ୍କ ଠାରେ ବି ଦେଖାଦିଏ। ତ ଏହାଠୁ ଛୁଟି କେମିତି ମିଳିବ,ଆଜି ମୁଁ ଆପଣ ମାନଙ୍କୁ ଏକ ବହୁତ ଲାଭକାରି ଦେଶୀ ଉପାୟ କହିବି ଯାହା ଦ୍ଵାରା ଆପଣଙ୍କ ମୁଣ୍ଡରୁ ଉକୁଣୀ ସବୁଦିନ ପାଇଁ ଚାଲିଯିବ।

ବଜାରରେ ଯେଉଁ ସବୁ ଉକୁଣୀ ମାରିବା ପାଇଁ ଔଷଧ ମିଳିଥାଏ,ସେସବୁ ଉକୁଣୀ ତ ମାରିଥାଏ,କିନ୍ତୁ ଯେବେ ସେ ଉକୁଣୀକୁ ମରିଥାଏ ତ ଏହା ପାଖରେ କିଛି ତ କେମିକାଲ ଅଛି ଯାହା କୀଟନାଶକ ପରି କାମ କରୁଛି ଯାହା ଆପଣଙ୍କ ପିଲା ର ମୁଣ୍ଡରେ ଖରାପ ପ୍ରଭାବ ପକାଇ ଥାଏ।ଆଜି ମୁଁ ଆପଣଙ୍କୁ ଏକ ଘରୋଇ ଉପାୟ କହିବି ଯାହା ଆପଣଙ୍କ ମୁଣ୍ଡରୁ ଉକୁଣୀ ତ ଦୂର କରିବ ଓ କିଛି ଖରାପ ପ୍ରଭାବ ପକାଇବ ନାହିଁ।

ଆପଣଙ୍କୁ ପ୍ରଥମେ ୧୦୦ରୁ ୧୫୦ ଗ୍ରାମ ନିମ୍ବ ପତ୍ର ଆଣିବାକୁ ହେବା ଓ ଏହା ସତେଜ ଥିବା ଦରକାର।ଏହାକୁ ୨୫୦ ରୁ ୩୦୦ ଗ୍ରାମ ପାଣି ରେ ସିଝାଇ ଦିଅନ୍ତୁ।ଏହା ଭଲ ଭାବରେ ସିଝି ଯିବା ପରେ ଏହାକୁ ଛାଣି କରି ରଖନ୍ତୁ।ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।ଏହା ପୁରା ଥଣ୍ଡା ହୋଇଯିବ ପରେ ଏହି ପାଣିକୁ ପିଲା ର ମୁଣ୍ଡ ରେ ଲଗାଇ କରି ଅଧ ଘଣ୍ଟା ପର୍ଯ୍ୟନ୍ତ ରଖିଦେବେ।ତା ପରେ ଥଣ୍ଡା ପାଣି ରେ ମୁଣ୍ଡ ଧୋଇଦେବେ।ଉକୁଣୀ ନିମ୍ବର ବାସ୍ନା ପାଇବା ମାତ୍ରେ ସେ ଜାଗା ଛାଡି ଚାଲିଯିବେ।

ଦ୍ଵିତୀୟ ଉପାୟ ହେଉଛି ପିଆଜର ରସ।ଏକ ପିଆଜକୁ ଛୋଟ ଛୋଟ ଖଣ୍ଡରେ କାଟି ଦେବା ପରେ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦେବ। ତା ପରେ ଏହାକୁ ଛାଣି ଦେବେ।ଏହାକୁ ଭଲ ଭାବେ ମୁଣ୍ଡ ରେ ମସାଜ କରିଦେବେ ଓ ଅଧ ଘଣ୍ଟା ସେମିତି ଛାଡ଼ିଦେବେ।ଏହା ପରେ ପାଣି ରେ ଭଲ ଭାବେ ଧୋଇ ଦେବେ।ଏପରି କରିବା ଦ୍ବାରା ଆପଣ ଉକୁଣୀ ମୁକ୍ତ ହୋଇପାରିବେ।

Leave a Reply

Your email address will not be published. Required fields are marked *