ଦୃଷ୍ଟିଶକ୍ତି ବଢିବାର ସରଳ ତରିକା ଚଷମା ବ୍ୟବହାରରୁ ପାଆନ୍ତୁ ଉପଶମ – ଏହି ଘରୋଇ ଉପାୟ ବିଷୟରେ ଜାଣିରଖନ୍ତୁ..
1 min readଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ। ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।
ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।ଆଖି ହେଉଛି ଆମ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।ଆଖି ବିନା ଏହି ସୁନ୍ଦର ଧରିତ୍ରୀକୁ ଦେଖିବା କଥା କଳ୍ପନା କରିବା ଅସମ୍ଭବ।ତେଣୁ ଆଖି ସବୁଠୁ ମୂଲ୍ୟବାନ ଅଟେ।ଏହା ମୁଖର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ।
କିନ୍ତୁ ଆଖି ଖରାପ ହେବା ସମସ୍ତଙ୍କ ପାଇଁ ଏକ ଦୁଃଖର ବିଷୟ ଅଟେ।ଦୂର ଦୃଷ୍ଟି, ସମୀପ ଦୃଷ୍ଟି ଆଦି ବିଭିନ୍ନ କାରଣ ଯୋଗୁଁ ଚଷମା ଲଗାଇବାକୁ ପଡେ।ଯାହାକି ବିରକ୍ତିକର ଅଟେ।ଅନେକ ବ୍ୟକ୍ତି ଏଥିରୁ ଉପଶମ ପାଇବାକୁ ଚାହାନ୍ତି।ତେଣୁ ନିଜ ଦୃଷ୍ଟି ଶକ୍ତି ବୃଦ୍ଧି କରିବା ନିମନ୍ତେ କିଛି ଗୁରୁତ୍ୱପୂର୍ଣ୍ଣ ଉପଦେଶ ନିମ୍ନରେ ବର୍ଣ୍ଣିତ ହୋଇଛି।
ଆଖିକୁ ୫ରୁ୧୦ ମିନିଟ ପର୍ଯ୍ୟନ୍ତ ଆଖିକୁ ମିଟି ମିଟି କରିବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ।ମଥାକୁ ମାଲିସ କରିବା ଦ୍ଵାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ।ବର୍ତ୍ତମାନ କରୋନା ସମସ୍ୟା ସମସ୍ତଙ୍କ ଜୀବନକୁ ବ୍ୟସ୍ତ ବହୁଳ କରିଛି।ବହୁତ କାର୍ଯ୍ୟ online ଜରିଆରେ ହେଉଛି।ଯାହାକି ଆଖି ଉପରେ ଚାପ ପକାଉଛି।dark circle ମଧ୍ୟ ଆସୁଛି।ଏସବୁରୁ ମୁକ୍ତି ପାଇଁ ପାଦରେ ସୋରିଷ ତେଲ ମାଲିସ କରିବା ଉଚିତ।ଯାହାକି ବହୁତ ଫଳପ୍ରଦ ଅଟେ।
ଏକ ପାତ୍ରରେ କିଛି ବୁଟ, ମଧୁରୀ, ଶୁଖିଲା ଗୋଲାପ ପାଖୁଡା, ଗୁଜୁରାତି, ମିଶ୍ରି ଏକାଠି ନେବା।ଓ ଏହାକୁ ଗୁଣ୍ଡ କରିଦେବା।ଏହାକୁ କ୍ଷୀର ସହ ମିଶାଇ ପାନ କରିବା।ଏହାକୁ ନିଜ ଖାଦ୍ୟରେ ସାମିଲ କଲେ ଏହା ବହୁତ ଫଳପ୍ରଦ ହୋଇଥାଏ।ଓ ଦୃଷ୍ଟି ଶକ୍ତି ବଢିଥାଏ।ଆଶା କରୁଛି ଏହାକୁ ଅନୁସରଣ କଲେ ଆଖି ଜନିତ ସମସ୍ତ ସମସ୍ୟା ଦୂର ହେବ।ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।