June 22, 2025

Odia Express

Here, There and Everywhere

ଯଦି ଆପଣଙ୍କ ପାଖରେ ଟଙ୍କା କେବେବି ସ୍ଥାୟୀ ଭାବରେ ରୁହେ ନାହିଁ ତେବେ ଏହି କଥା ବିଷୟରେ ନିଶ୍ଚିତ ଅବଗତ ହୁଅନ୍ତୁ।ଚାଣକ୍ୟ ନୀତି

ନମସ୍କାର ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚନା କରାଯାଇଥିବା ଏକ ଗ୍ରନ୍ଥ ଅଟେ ଏଥିରେ ଜୀବନର ପ୍ରତିଟି ମୂଲ୍ୟ ବିଷୟରେ ଅବଗତ କରା ଯାଇଅଛି।ଅଧା ଜ୍ଞାନ ସବୁବେଳେ କ୍ଷତି ପହଞ୍ଚାଇ ଥାଏ।ଯଦି ଆପଣ ମଧ୍ୟ ଅମୀର ହେବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ଘରେ ଟଙ୍କା କେବେବି ସ୍ଥାୟୀ ହୋଇ ରହେ ନାହିଁ ତେବେ ଏହି ଛଅଟି କଥା ଆପଣଙ୍କର ଜାଣିବା ବହୁତ ଜରୁରୀ ଅଟେ।ଆଚାର୍ଯ୍ୟ ଚାଣକ୍ୟଙ୍କୁ ମହାନ ଅର୍ଥଶାସ୍ତ୍ରୀ ବୋଲି କୁହାଯାଏ।ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଜୀବନ ସହ ଜଡିତ କେତେ ଗୁଡିଏ ସମସ୍ୟାର ସମାଧାନ କହିଛନ୍ତି।ସେ କୁହନ୍ତି ମନୁଷ୍ୟ ଧନକୁ ଅଧିକ ସମୟ ପାଇଁ କିପରି ସଞ୍ଚୟ କରି ପାରିବ।

ବର୍ତ୍ତମାନର ସମୟରେ ଏକ ଭଲ ଜୀବନ ବଞ୍ଚିବା ପାଇଁ ଟଙ୍କା ଥିବା ବହୁତ ଜରୁରୀ ଅଟେ।ଚାଣକ୍ୟ କୁହନ୍ତି କି ଯେଉଁ ବ୍ୟକ୍ତି କିଛି ଅଭ୍ୟାସ ଥାଏ ତାଙ୍କ ପାଖରେ ମା ଲକ୍ଷ୍ମୀ କେବେବି ରୁହନ୍ତି ନାହିଁ।ଏପରି ଲୋକ ଜୀବନ ସାରା ଆର୍ଥିକ ସମସ୍ୟାର ସାମ୍ନା କରିଥାନ୍ତି।ତେବେ ଚାଲନ୍ତୁ ଜାଣିବା ଆଜିର ଏହି ବିଷୟରେ ଆମେ ଆପଣଙ୍କୁ କିଛି ଏପରି ବିଶେଷ କଥା ବିଷୟରେ କହିବୁ ଯାହାକୁ ଆପଣେଇ ଆପଣ ସହଜରେ ଧନର ସଞ୍ଚୟ କରି ପାରିବେ।ଏବଂ ଧନୀ ହୋଇପାରିବେ।

ପ୍ରଥମେ ଯେଉଁ କଥା ବିଷୟରେ କୁହାଯାଇଛି ତାହା ହେଉଛି, ଟଙ୍କା ରୋଜଗାର କରିବା ଓ ସଞ୍ଚୟ କରିବା ଜରୁରୀ ଅଟେ।ଧନ ରୋଜଗାର କରିବାଠାରୁ ଅଧିକ ବ୍ୟକ୍ତିକୁ ସଞ୍ଚୟ କରିବା ବିଷୟରେ ଭାବିବା ଉଚିତ।ଯେଉଁ ଲୋକଙ୍କ ପାଖରେ ଧନ ସଞ୍ଚୟ କରିବାର କଳା ଥାଏ ସେ ଜୀବନରେ କେବେବି ପଛକୁ ଆସନ୍ତି ନାହିଁ।ତାଙ୍କର ସବୁ ସମୟ ସହଜ ହୋଇଯାଏ।ଏବଂ ଟଙ୍କାକୁ ଅଧିକ ଖର୍ଚ କରୁଥିବା ବ୍ୟକ୍ତିକୁ ବୁଦ୍ଧିହୀନ ବୋଲି କୁହାଯାଏ।କାରଣ ଅସୁବିଧା ସମୟରେ ତାକୁ ଅନ୍ୟକୁ ଟଙ୍କା ମାଗିବାକୁ ପଡିଥାଏ।

ଦ୍ଵିତୀୟରେ ଅସୁବିଧାର ସାମ୍ନା କରିବା।ଚାଣକ୍ୟ କୁହନ୍ତି ,ଟଙ୍କା ରୋଜଗାର କରିବା ପାଇଁ ବ୍ୟକ୍ତିକୁ ଅସୁବିଧାର ସାମ୍ନା କରିବାକୁ ପଡେ।ସଫଳ ସେ ହିଁ ହୋଇଥାଏ ଯିଏ ଅସୁବିଧାର ଦୃଢ ଭାବରେ ସାମ୍ନା କରେ।

ତୃତୀୟ କଥା ହେଉଛି,ଟଙ୍କାର ସଠିକ ବ୍ୟବହାର।ମା ଲକ୍ଷ୍ମୀଙ୍କୁ ଚଞ୍ଚଳ ସ୍ୱଭାବର କୁହାଯାଏ।ଚାଣକ୍ୟ କୁହନ୍ତି ଯେଉଁଭଳି ଟଙ୍କା ରୋଜଗାର କରିବା ଜରୁରୀ ଅଟେ ଠିକ ସେହିଭଳି ତାକୁ ଠିକ ଭାବରେ ଖର୍ଚ୍ଚ କରିବା ମଧ୍ୟ ଜରୁରୀ ଅଟେ।ଭୁଲ କାମ ପାଇଁ ବ୍ୟବହାର କରାଯାଇଥିବା ଧନ କିଛି ସମୟ ପରେ ସେହି ବ୍ୟକ୍ତିକୁ ବର୍ବାଦ କରିଦିଏ।

ଚର୍ତୁଥ କଥା ହେଉଛି, ଅଧର୍ମର ରାସ୍ତାରୁ ଦୂରରେ ରୁହନ୍ତୁ।ଚାଣକ୍ୟ କୁହନ୍ତି କି ଯଦି ବ୍ୟକ୍ତିକୁ ଟଙ୍କା ରୋଜଗାର କରିବା ପାଇଁ ଅଧର୍ମର ରାସ୍ତାରେ ଚାଲିବାକୁ ପଡେ କିମ୍ବା ନିଜ ଶତ୍ରୁ ସହ ହାତ ମିଳାଇବାକୁ ପଡେ ତେବେ ଏପରି ଧନ ଠାରୁ ଦୂରରେ ରୁହନ୍ତୁ।

ପଞ୍ଚମ କଥା ଯାହା ଚାଣକ୍ୟ କହିଛନ୍ତି, ଲକ୍ଷ ନିର୍ଦ୍ଦିଷ୍ଟ ହେବା ଜରୁରୀ ଅଟେ।ବ୍ୟକ୍ତିକୁ ନିଜ ଲକ୍ଷ ବିଷୟରେ ଜାଣିବା ଜରୁରୀ ଅଟେ।ଯଦି ଲକ୍ଷ ସ୍ଥିର ନଥିବ ତେବେ ବ୍ୟକ୍ତି ସଫଳତା ପ୍ରାପ୍ତି କରିପାରିବ ନାହିଁ।ଧନ ସମ୍ବନ୍ଧିତ କଥା କେବେବି ଅନ୍ୟ ସହ ବାଣ୍ଟିବା ଉଚିତ ନୁହେଁ।ଏହାଦ୍ଵାରା କାମ ଖରାପ ହେବାର ଆଶଙ୍କା ରହିଥାଏ।

ଷଷ୍ଠ କଥା ହେଉଛି,ଖର୍ଚ୍ଚ ଉପରେ ନିୟନ୍ତ୍ରଣ।ଧନ ସଞ୍ଚୟ କରିବାର ସବୁଠାରୁ ଭଲ ଉପାୟ ହେଉଛି ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।ଏହାର ବ୍ୟବହାର ଦାନ, ଧର୍ମ, ବ୍ୟବସାୟରେ କରିବା ଉଚିତ।ଏହା ଦ୍ଵାରା ଆପଣଙ୍କ ପାଖରେ ଧନ ବି ରହିବ ଓ ଧର୍ମ ଅର୍ଜନ କରିବେ।

Leave a Reply

Your email address will not be published. Required fields are marked *