January 23, 2025

Odia Express

Here, There and Everywhere

ତୁଳସୀ ଗଛର ଯତ୍ନ କିପରି ନେବା ଉଚିତ – ଗଛ ସୁଖୀ ଯାଇଥିଲେ ନିଶ୍ଚୟ ଏହି କାମ କରିଦିଅନ୍ତୁ..

ବୈଦିକ ଯୁଗରୁ ମନୁଷ୍ୟ ଜୀବନରେ ଔଷଧୀୟ ବୃକ୍ଷର ମାହାତ୍ମ୍ୟ ଅବର୍ଣ୍ଣନୀୟ।ତେଣୁ ଔଷଧୀୟ ବୃକ୍ଷ ମାନଙ୍କ ମଧ୍ୟରେ ତୁଳସୀ ଅନ୍ୟତମ।ଏହାର ଉପକାରୀତା ଅସରନ୍ତି।ଓ ଏହା ବିଭିନ୍ନ ଚିକିତ୍ସାରେ ବ୍ୟବହୃତ ହୁଏ।ଏହା ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ପ୍ରିୟ ବୃକ୍ଷ ଅଟେ।ବୈଜ୍ଞାନିକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛିକି ଏହା ସବୁଠୁ ବେଶି ଅମ୍ଳଜାନ ତ୍ୟାଗ କରିଥାଏ।ଯାହାକି ବାୟୁ ମଣ୍ଡଳର ଅସରନ୍ତି ଉପକାର କରିଥାଏ।ଓ ବାୟୁ ପ୍ରଦୂଷଣକୁ ରୋକିଥାଏ।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ।ହିନ୍ଦୁ ଧର୍ମରେ ମଧ୍ୟ ଏହାକୁ ପୂଜନୀୟ ବୋଲି ମନାଯାଏ।ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ଅଗଣାରେ ଶୋଭା ପାଏ।ଓ ଶୁଭର ପ୍ରତୀକ ବୋଲି ଅଭିହିତ ହୋଇଥାଏ।

ତେଣୁ ଏହାର ଯତ୍ନ ନେବା ନିହାତି ଆବଶ୍ୟକ।ଯାହାକି ନିମ୍ନରେ ବର୍ଣ୍ଣିତ ହୋଇଛି।ଏହାକୁ ନଶୁଖିବାରୁ ବଞ୍ଚାଇବା ନିହାତି ଆବଶ୍ୟକ।ତୁଳସୀ ଗଛ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ସହି ପାରେ ନାହିଁ।ଏହାକୁ ଅଧିକ ପାଣି ଦେବା ଦ୍ୱାରା ଏହା ଶୁଖି ଯାଇଥାଏ।ତେଣୁ ଏହାକୁ ଆବଶ୍ୟକ ଅନୁସାରେ ପାଣି ଦେବା ଆବଶ୍ୟକ।ଏହାର ମଞ୍ଜି ଅଧାରୁ କଟିବା ଉଚିତ।ଫଳରେ ଏହା ଭଲ ଭାବରେ ବଢ଼ିଥାଏ।ଏହି ଗଛରେ ଆଦୋୖ ରାସାୟନିକ ପଦାର୍ଥର ବ୍ୟବହାର କରିବା ଉଚିତ ନୁହେଁ।ଜୈବିକ ଜିନିଷର ଉପଯୋଗ କରିବା ଉଚିତ।ଫଳରେ ଏହାର ବୃଦ୍ଧି ଭଲ ହୋଇଥାଏ।ଏହା ବାୟୁ ପ୍ରଦୂଷଣ ରୋକିବା ସହିତ ସ୍ୱାସ୍ଥ୍ୟ ପ୍ରତି ଏହାର ଅସୁମାରୀ ଉପକାରୀତା ରହିଛି।

ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ବର୍ତ୍ତମାନ ଅଧିକ ବାୟୁ ପ୍ରଦୂଷଣ ଶ୍ଵାସକ୍ରିୟା ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ବିଶେଷ ପ୍ରଭାବିତ କରିଛି।ଛୋଟ ଠାରୁ ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏଥିରେ ପୀଡିତ ହେଉଛନ୍ତି।ସକାଳୁ ଉଠିବା ପରେ ବହୁତ ଛିଙ୍କ ହେବା, ଛାତିରେ କଫ ଜମି ଯନ୍ତ୍ରଣା ହେବା ଓ ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ ହେବା ଆଦି ସମସ୍ୟା ସାଧାରଣତଃ ଅଧିକ ଦେଖା ଦେଇଛି।

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।

Leave a Reply

Your email address will not be published. Required fields are marked *