ଆଣ୍ଠୁ ଗଣ୍ଠି ଆଦି ଯନ୍ତ୍ରଣାରୁ ଉପଶମ ପାଇବାର ସରଳ ତରିକା – ଥରେ ନିଶ୍ଚୟ ବ୍ୟବହାର କରି ଦେଖନ୍ତୁ
ସ୍ୱାସ୍ଥ୍ୟର ତ୍ରୁଟି ମନୁଷ୍ୟକୁ ଭାରାକ୍ରାନ୍ତ କରିଦିଏ।ବିଭିନ୍ନ କ୍ଷେତ୍ରରେ ଏହାର ଆଗ୍ରହକୁ ପ୍ରତିରୋଧ କରିଥାଏ।ଜୀବନରେ ଦୁଃଖ ଆଣେ ଓ ମାନସିକ ସ୍ଥିତିକୁ ମଧ୍ୟ ଖରାପ କରିଥାଏ।ତେଣୁ ଛୋଟ ଠାରୁ ବଡ଼ ଯାଏ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁସ୍ଥ ଓ ନିରୋଗ ରହିବାକୁ ଚାହାଁନ୍ତି। ହେଲେ ବୟସ ବଢ଼ିବା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସାଧାରଣତଃ ଦେଖା ଯାଇଥାଏ।ତେଣୁ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ବୟସ ବଢ଼ିବା ଯୋଗୁଁ ଆଣ୍ଠୁଗଣ୍ଠି ବ୍ୟଥା ହେବା ଓ ଦରଜ ହେବା ଏକ ସାଧାରଣ ସମସ୍ୟା।ଯାହାଫଳରେ ଚାଳିବାରେ କଷ୍ଟ ହୁଏ।ସିଡ଼ି ଚଢ଼ିବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ।ଏଥି ସହିତ ଅନ୍ୟ କାର୍ଯ୍ୟ କରିବାକୁ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ।ତେଣୁ ଏହି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପଇବାକୁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ଉପକାରରେ ଆସିବ।ଓ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହେବ।ଆମ ଶରୀରରେ ଥିବା ହାଡରେ କ୍ୟାଲସିୟମର ଉପସ୍ଥିତି ହାଡକୁ ମଝବୁତ କରିଥାଏ। ବୟସ ବଢ଼ିବା ଯୋଗୁଁ ଏହା କମ ହୋଇଥାଏ।ତେଣୁ ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ।
ଏଥିପାଇଁ ଏକ ଘରୋଇ ଉପଚାର ବର୍ଣ୍ଣିତ ହୋଇଛି।ପ୍ରଥମେ ଏକ ପାତ୍ରରେ କିଛି ଗାଈ କ୍ଷୀର ନେବ ଓ ଏହାକୁ ଗରମ କରିବ।ଓ ଏଥିରେ ଗୋଟିଏ ଚାମଚ ହଳଦୀ ଓ ଗୋଟିଏ ଚାମଚ ଶୁଦ୍ଧ ଗାଈ ଘିଅ ମିଶାଇ ଭଲ ଭାବରେ ଗୋଲାଇବ।ଏହି ମିଶ୍ରଣକୁ ପ୍ରତ୍ୟେକ ଦିନ ସକାଳେ ଓ ରାତିରେ ସେବନ କରିବ।ଏହା ଶରୀର ପାଇଁ ବହୁତ ଉପକାରୀ ଅଟେ।ଓ ଖୁବ କମ ଦିନରେ ଆଣ୍ଠୁ ଗଣ୍ଠିର ବ୍ୟଥାରୁ ଉପଶମ ଦେବ।
ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।
ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।