January 23, 2025

Odia Express

Here, There and Everywhere

ଚାଉଳ କୁ ବର୍ଷ ସାରା ସୁରକ୍ଷିତ ରଖନ୍ତୁ ଏବଂ ଏଥିରୁ ପୋକ ବାହାର କରିବାର ସବୁଠାରୁ ସହଜ ଉପାୟ…

ପ୍ରତ୍ୟେକଙ୍କ ଘରେ ଚାଉଳ ଯଥେଷ୍ଟ ପରିମାଣରେ ରହିଥାଏ।ବିଭିନ୍ନ ଉପାୟରେ ଲୋକମାନେ ଏହାକୁ ସଂରକ୍ଷିତ କରି ରଖିଥାନ୍ତି।ମାତ୍ର ଯେତେବେଳେ ଆପଣ ଚାଉଳକୁ ସଂରକ୍ଷିତ କରି ରଖିଥାନ୍ତି ସେତେବେଳେ ଏଥିରେ ଅନେକ ପୋକ ହେଇଥାନ୍ତି।ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥାନ୍ତି।ଏହି ପୋକମାନଙ୍କ ଯୋଗୁଁ ଅନେକ ସମସ୍ୟା ହେଇଥାଏ।ସେମାନେ ସମ୍ପୂର୍ଣ୍ଣଭାବେ ଚାଉଳକୁ ନଷ୍ଟ କରିଦେଇଥାନ୍ତି।ଫଳରେ ତାହାକୁ ଆଉ ବ୍ୟବହାର କରି ହେଇ ନଥାଏ।କିନ୍ତୁ ଏପରି କିଛି ଘରୋଇ ଉପାୟ ରହିଛି ଯାହାଦ୍ୱାରା ଏହି ପୋକ ମାନଙ୍କ ଦାଉରୁ ଆପଣ ରକ୍ଷା ପାଇ ପାରିବେ।ଆପଣଙ୍କୁ କିଛି ଆୟୁର୍ବେଦିକ ଗୁଳି କରିବାର ଆବଶ୍ୟକତା ରହିଛି,ଏହାକୁ ଯଦି ଆପଣ ଚାଉଳ ଡ଼ବାରେ ରଖିବେ ତେବେ ବର୍ଷସାରା କୌଣସି ପୋକ ରହିବେ ନାହିଁ।ଏହା ସହ ଆପଣଙ୍କର ଚାଉଳ ମଧ୍ୟ ସୁରକ୍ଷିତ ରହିବ।ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀର ଆବଶ୍ୟକତା ରହିଛି।ତେବେ ଆସନ୍ତୁ ଜାଣିବା।

ପ୍ରଥମେ କିଛି ସତେଜ ନିମ୍ବ ପତ୍ର ଆପଣ ନେବେ।ରହିଯାଇଥିବା ପତ୍ରର କିଛି ଆବଶ୍ୟକତା ରହିବ ନାହିଁ।ସତେଜ ପତ୍ର ନେବାଦ୍ଵାରା ହିଁ ଏହା ଯଥେଷ୍ଟ ଉପାଦେୟ ହେଇପାରିବ।ପତ୍ରକୁ ତାହାର ଡାଳରୁ ସମ୍ପୂର୍ଣ୍ଣରୂପେ ଛିଣ୍ଡେଇ ରଖି ଦିଅନ୍ତୁ।ଏହା ସହ ଏହି ପତ୍ରକୁ ଭଲଭାବେ ଧୋଇ ଦିଅନ୍ତୁ।ଏହା ସହ ଆପଣ କିଛି ରସୁଣ ଏବଂ ଏହାର ଚୋପା ତଥା କିଛି ଲବଙ୍ଗ ଏବଂ ଗୋଲମରିଛ ନିଅନ୍ତୁ।

ରସୁଣ ନେବାର କାରଣ ହେଉଛି ଏଥିରୁ ଏପରି ଏକ ଦୁର୍ଗନ୍ଧ ଆସିଥାଏ ଯେ ଯାହା ଦ୍ୱାରା ପୋକ ଗୁଡିକ ଆଦୌ ରହିପାରନ୍ତି ନାହିଁ।ଏହାକୁ ଆମେ ସେହି ନିମ୍ବ ପତ୍ର ସହ ମିଶାଇ ଦେବା।ଏହା ପରେ ଏହାକୁ ଆମେ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦେବା।ଏଥିରେ ଆପଣ ଆବଶ୍ୟକତା ଅନୁସାରେ ପାଣି ମଧ୍ୟ ମିଶାଇ ପାରିବେ।ଏହାକୁ ଆପଣ ଶିଳପୁଆରେ ମଧ୍ୟ ପେସିପାରିବେ।ଏହାକୁ ପେସି ସାରିଲା ପରେ ଏହାର ଛୋଟ ଛୋଟ ଗୁଳା କରିବେ।ଏହାକୁ ଛୋଟ ବଡ ଆପଣଙ୍କର ସୁବିଧା ଅନୁସାରେ କରି ପାରିବେ।ଏହାକୁ କରି ସାରିବା ପରେ ଖରାରେ ଏହାକୁ ଭଲଭାବେ ସୁଖାଇ ଦେବେ।ଏହାକୁ ସୁଖାଇବା ପାଇଁ ୧ କିମ୍ବା ୨ଦିନ ଲାଗିବ।

ଆମେ ଆପଣଙ୍କୁ ଏକ ସ୍ଥାୟୀ ସମାଧାନ କହୁଛୁ।ଏବେ ଆପଣଙ୍କୁ ଆଉ କିଛି କରିବାକୁ ପଡ଼ିବ ନାହିଁ।ଯଦି ୫କିଲୋ ଚାଉଳ ରହୁଛି ତେବେ ଆପଣ ୫ଟି ଗୁଳା ସେଥିରେ ରଖିବେ।ଯେତେ ଅଧିକ ଚାଉଳ ସେତେ ଅଧିକ ଆପଣ ଗୁଳା ପ୍ରସ୍ତୁତ କରିବେ।ଆପଣ ଅଧିକ ଗୁଳା ପ୍ରସ୍ତୁତ କରି ମଧ୍ୟ ରଖି ପାରିବେ।

ଆବଶ୍ୟକତା ସମୟରେ ଏହାକୁ ଆପଣ ଚାଉଳରେ ପକେଇପାରିବେ।ଆପଣ କିଛିଦିନ ପରେ ଅବଶ୍ୟ ଏହାର ପ୍ରଭାବ ଅନୁଭବ କରି ପାରିବେ।ଆପଣ ଦେଖିବେ ଯେ ଏହାଦ୍ବାରା କୌଣସି ପୋକ ଆଉ ହେଉନାହିଁ।ଆପଣ ବର୍ଷସାରା ଚାଉଳକୁ ସୁରକ୍ଷିତ ରଖିପାରିବେ।ଏହାଦ୍ୱାରା ଆପଣଙ୍କର ଆଉ କୌଣସି ସମସ୍ୟା ହେଉନାହିଁ।

ତେଣୁ ଏହା ନିଶ୍ଚିତ ରୂପେ ଏକ ଉପାଦେୟ ଉପାୟ।ବିନା ଖର୍ଚ୍ଚରେ ଘରୋଇ ଭାବେ ଏହାକୁ ଅବଲମ୍ବନ କରି ଚାଉଳପୋକ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇପାରୁଛନ୍ତି। ପ୍ରତ୍ୟେକ ଏହି ଉପାୟକୁ ଅବଲମ୍ବନ କରିବାର ଆବଶ୍ୟକତା ରହିଛି।ଏହାକୁ ପ୍ରୟୋଗ କରନ୍ତୁ ଏବଂ ସୁଖରେ ରୁହନ୍ତୁ।

Leave a Reply

Your email address will not be published. Required fields are marked *