June 23, 2025

Odia Express

Here, There and Everywhere

ମନୁସ୍ମୃତି ଅନୁସାରେ ଏହି ୮ପ୍ରକାରର ଲୋକଙ୍କ ରାସ୍ତାରୁ ତୁରନ୍ତ ହଟିଯିବା ଉଚିତ – ନିଶ୍ଚୟ ଏମାନଙ୍କୁ ରାସ୍ତା ଛାଡ଼ନ୍ତୁ

ନମସ୍କାର ବନ୍ଧୁଗଣ,ହିନ୍ଦୁ ଧର୍ମରେ ମନୁସ୍ମୃତିର ବିଶେଷ ମହତ୍ତ୍ୱ ଅଛି।ଏହି ଗ୍ରନ୍ଥରେ ଜୀବନରେ ସୁଖୀ ଓ ସଂସ୍କାର ଯୁକ୍ତ କରିବାର ବହୁତ ଉପାୟ କୁହା ଯାଇଛି।ଏହି ମହାନ ଗ୍ରନ୍ଥକୁ ମନୁ ଋଷି ଲେଖିଥିଲେ।ଏହି ଗ୍ରନ୍ଥରେ ଜୀବନ ସମ୍ପାଦନ କରିବାର ଅନେକ ସୂତ୍ର କୁହା ଯାଇଛି।ଯାହା ଆଜି ମଧ୍ୟ ଜୀବନ ପାଇଁ ପ୍ରାସଙ୍ଗିକ ଅଟେ।ମନୁସ୍ମୃତିର ଏକ ଶ୍ଳୋକରେ କୁହା ଯାଇଅଛି କି କେଉଁ ୮ଜଣ ଲୋକଙ୍କର ସାମ୍ନାକୁ ଆସିବା ଦ୍ଵାରା ନିଜକୁ ହିଁ ସେହି ରାସ୍ତାରୁ ହଟିଯିବା ଦରକାର।

ଏହି ଶ୍ଳୋକ ହେଉଛି,ଚକ୍ରିନୋ ଦଶମୀସ୍ତସ୍ୟ ରୋଗୀନୋ ଭରିନଃ ସ୍ତ୍ରୀୟଃ।ସ୍ନାତକସ୍ୟ ଚ ରାଜ୍ୟଶ୍ଚ ପନ୍ଥା ଦେୟୋ ବରସ୍ୟ ଚ।।

ଆସନ୍ତୁ ଜାଣିବା କିଏ ହେଉଛନ୍ତି ସେ ୮ଜଣ ଲୋକ ଯାହା ରାସ୍ତାରେ କେବେ ଆସିବା କଥା ନୁହଁ।

ପ୍ରଥମ ବ୍ୟକ୍ତି ହେଉଛନ୍ତି,ବୃଦ୍ଧ ଯଦି ରାସ୍ତାରେ କୌଣସି ବୃଦ୍ଧ ସ୍ତ୍ରୀ କିମ୍ବା ପୁରୁଷ ଆସିଯାନ୍ତି ତେବେ ନିଜେ ପଛକୁ ହଟି ତାଙ୍କୁ ପ୍ରଥମେ ରାସ୍ତା ଦେବା ଉଚିତ।ଏମାନେ ସର୍ବଦା ସମ୍ମାନର ପାତ୍ର ହୋଇଥାନ୍ତି।ସେମାନଙ୍କୁ କୌଣସି ସ୍ଥିତିରେ ଅପମାନିତ କରିବା ଉଚିତ ନୁହେଁ।ସେମାନଙ୍କୁ ଅପମାନିତ କରିବାଦ୍ଵାରା ସମାଜରେ ମଧ୍ୟ ଅପମାନିତ ହେବାକୁ ପଡିପାରେ।

ଦ୍ଵିତୀୟରେ ରୋଗୀ, ରୋଗୀ ବ୍ୟକ୍ତି ଦୟା ଓ ସ୍ନେହର ପାତ୍ର ହୋଇଥାଏ।ଯଦି ରାସ୍ତାରେ କୌଣସି ରୋଗୀ ସାମ୍ନାରେ ଆସିଯାଏ ତେବେ ତାଙ୍କୁ ପ୍ରଥମେ ଯିବାକୁ ଦେବା ହିଁ ଉଚିତ।ଯଦି ସେମାନଙ୍କୁ ରାସ୍ତା ନ ଦେଇ ଆମେ ନିଜେ ଆଗ ଚାଲିଯିବା ତେବେ ହୋଇପାରେ ରୋଗୀକୁ ଚିକିତ୍ସା ମିଳିବାରେ ଡେରି ହୋଇଯିବ ଏହା ଦ୍ଵାରା ରୋଗୀକୁ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ।ଏହା ଭୁଲ ଅଟେ।ଏଥିପାଇଁ ରାସ୍ତାରୁ ହଟିଯିବା ଉଚିତ।

ତୃତୀୟରେ ବୋଝ ଉଠାଇଥିବା ବ୍ୟକ୍ତି, ଯଦି ରାସ୍ତାରେ ଗୋଟିଏ ଲୋକର ଯିବାପାଇଁ ବାଟ ଅଛି ତେବେ ନିଜେ ନ ଯାଇ ପ୍ରଥମେ ବୋଝ ଉଠାଇଥିବା ବ୍ୟକ୍ତିଙ୍କୁ ଯିବାକୁ ଦିଅନ୍ତୁ।

ଚର୍ତୁଥରେ ସ୍ତ୍ରୀ, ଯଦି ରାସ୍ତାରେ କୌଣସି ସ୍ତ୍ରୀ ଆସିଯାନ୍ତି ତେବେ ନିଜେ ପଛକୁ ହଟି ପ୍ରଥମେ ତାଙ୍କୁ ହିଁ ଯିବାକୁ ଦିଅନ୍ତୁ।କାରଣ ହିନ୍ଦୁ ଧର୍ମରେ ସ୍ତ୍ରୀକୁ ବହୁତ ସମ୍ମାନୀୟ ଧରାଯାଏ।

ପଞ୍ଚମରେ ସ୍ନାତକ, ପୁରୁଣା ସମୟରେ ଗୁରୁକୂଳରେ ବିଦ୍ୟା ସମାପ୍ତ କରିବା ପରେ ସେମାନଙ୍କୁ ପବିତ୍ର ଜଳରେ ସ୍ନାନ କରାଇ ସମ୍ମାନିତ କରାଯାଏ।ଏମାନଙ୍କୁ ରାସ୍ତା ଦେଇ ନିଜେ ପଛକୁ ହଟିଯିବା ଉଚିତ।କି ଏପରି ବ୍ୟକ୍ତି ଯାହାକୁ ବେଦର ଜ୍ଞାନ ଥିବ ସେମାନଙ୍କୁ ମଧ୍ୟ ରାସ୍ତା ଦେବା ଉଚିତ।ଏବଂ ତାଙ୍କୁ ପ୍ରଥମେ ଯିବାକୁ ଦିଅନ୍ତୁ।କାରଣ ଏପରି ବ୍ୟକ୍ତି ସମାଜରେ ଜ୍ଞାନ ପ୍ରସାରଣ କରିଥାଏ।

ଷଷ୍ଠରେ ବର, ଅର୍ଥାତ ଯେଉଁ ବ୍ୟକ୍ତିର ବିବାହ ହେବାକୁ ଯାଉଥିବ ସେ ଆପଣଙ୍କ ରାସ୍ତାରେ ଆସିଗଲେ ପ୍ରଥମେ ତାକୁ ହିଁ ଯିବାକୁ ଦେବା ଉଚିତ।ଏପରି କୁହାଯାଏ ବର ହୋଇଥିବା ବ୍ୟକ୍ତି ଭଗବାନ ଶିବଙ୍କର ସ୍ୱରୂପ ହୋଇଥାଏ।

ସପ୍ତମରେ ରାଜା, ରାଜା ପ୍ରଜାମାନଙ୍କର ପାଳନପୋଷଣ କରିଥାଏ ଓ ଶତ୍ରୁଙ୍କ ଠାରୁ ରକ୍ଷା କରିଥାଏ।ରାଜା ନିଜ ପ୍ରଜାର ହିତ ପାଇଁ ନିର୍ଣ୍ଣୟ ନେଇଥାଏ।ତେଣୁ ଯଦି ରାଜା ଆପଣଙ୍କ ରାସ୍ତାରେ ରାଜା ଆସିଥାନ୍ତି ତେବେ ତାଙ୍କୁ ପ୍ରଥମେ ଯିବାକୁ ଦିଅନ୍ତୁ।

ଅଷ୍ଟମରେ ରଥରେ ବିରାଜମାନ ବ୍ୟକ୍ତି,ଯଦି ରଥ ଉପରେ ବିରାଜିତ କୌଣସି ବ୍ୟକ୍ତି ଆସିଯାଏ ତେବେ ନିଜେ ପଛକୁ ହଟିଯାଇ ତାଙ୍କୁ ପ୍ରଥମେ ଯିବାକୁ ଦିଅନ୍ତୁ।କାରଣ ରଥରେ ବିରାଜିତ ବ୍ୟକ୍ତି କୌଣସି ରାଜ୍ୟର ଉଚ୍ଚ ପଦବୀରେ ଥାଇପାରେ।କିମ୍ବା ସେ ରାଜାଙ୍କ ନିକଟତମ ବ୍ୟକ୍ତି ହୋଇଥାଇପାରେ।ରାସ୍ତା ନ ଦେଲେ ସେ ଆପଣଙ୍କର କ୍ଷତି ମଧ୍ୟ କରାଇପାରେ।ତେଣୁ ଯଦି ଏପରି ବ୍ୟକ୍ତି ଆପଣଙ୍କ ରାସ୍ତାରେ ଆସିଯାଏ ତେବେ ତାକୁ ପ୍ରଥମେ ଯିବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *