June 23, 2025

Odia Express

Here, There and Everywhere

ଚାଣକ୍ୟଙ୍କ ମତରେ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି ନାମର ଝିଅ..

1 min read

ପ୍ରତ୍ୟେକ ଝିଅ ମାନଙ୍କ ଜୀବନରେ କିଛି ନିଆରା ସ୍ବପ୍ନ ଥାଏ। ସେହି ସ୍ବପ୍ନ ମାନଙ୍କ ମଧ୍ୟରେ ବାହାଘର ସବୁଠୁ ନିଆରା ତଥା ସ୍ୱତନ୍ତ୍ର ହୋଇଥାଏ। ବାହାଘର କୁ ନେଇ ପ୍ରତ୍ୟେକ ଝିଅ ମାନଙ୍କ ମନରେ ଏକ ଅନନ୍ୟ ଆବେଗ ତଥା ଭୟ ରହିଥାଏ। ବୈଦିକ ଯୁଗ ରୁ ଏକ ପ୍ରବାଦ ରହି ଆସିଛି- ” ଦୁହିତା; ଦୁଇ କୁଳ କୁ ହିତା”।ଅର୍ଥାତ ଝିଅ ମାନଙ୍କ ଜନ୍ମ ଦୁଇ ପରିବାର ର ମଙ୍ଗଳ ନିମନ୍ତେ ହୋଇଥାଏ। ବାହାଘର ପୂର୍ବରୁ ପ୍ରତ୍ୟେକ ଝିଅ ନିଜ ଘରେ ବହୁତ ସ୍ନେହ ରେ ବଢିଥାନ୍ତି। ସେମାନଙ୍କୁ ଫୁଲ ସହ ତୁଳନା କରାଯାଏ। ବାହାଘର ସେମାନଙ୍କ ଜୀବନ ରେ ସବୁଠୁ ସ୍ବର୍ଗୀୟ ତଥା ସୁନ୍ଦର ମୁହୂର୍ତ୍ତ ହେଲେ ମଧ୍ୟ ଏହାକୁ ନେଇ ସେମାନଙ୍କ ମନରେ ଅଗଣିତ ଉତ୍କଣ୍ଠା ଏବଂ ପ୍ରଶ୍ନ ଉଙ୍କି ମାରେ। ବାହାଘର ପୂର୍ବରୁ ସବୁ ଝିଅ ମାନଙ୍କ ମନରେ ଏକ ଆଶଙ୍କା ଥାଏ କି ନିଜ ବାପା,ମାଆ ଏବଂ ପରିବାର ରୁ ପାଉଥିବା ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଶଶୁର ଘରୁ ପାଇବେ କି ନାହିଁ।

ଝିଅମାନେ ବାହାଘର ପରେ ନିଜ ଜୀବନ ସାଥି ଙ୍କ ଉପରେ ପ୍ରଗାଢ ବିଶ୍ୱାସ ରଖି ଏକ ନୂତନ ଜୀବନ ର ଅୟମାରମ୍ଭ କରିଥାନ୍ତି। ନିଜ ଜୀବନ ସାଥି ଙ୍କୁ ତାଙ୍କ ଆଶା ମୁତାବକ ଭଲପାଇବା ଦେବାକୁ ଚେଷ୍ଟା କରନ୍ତି। ନିଜ ଶଶୁର ଘରେ ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କରନ୍ତି। ନିଜ ଶ୍ବଶୁର ଘରେ ବୋହୁ ନୁହେଁ; ଝିଅ ପରି ରହିବାକୁ ଚାହାନ୍ତି।

ପୌରାଣିକ ଯୁଗ ରୁ ଜ୍ୟୋତିଷ ଶାସ୍ତ୍ର ସବୁ ସମୟରେ ମଣିଷ ର ଅଗାଧ ବିଶ୍ୱାସ କୁ ଜୟ କରି ଆସିଛି। ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଜୀବନ ର ଏକ ଅଙ୍ଗ ରୂପେ ପରିଗଣିତ ହୋଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୫ଜଣ ଝିଅ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି। ତାହା ନିମ୍ନ ରେ ଦର୍ଶା ଯାଇଛି।

B – ଏହି ନାମ ରେ ଥିବା ଝିଅ ମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ସେମାନଙ୍କୁ ଏକ ସୁନ୍ଦର ପରିବାର ସହ ସୁନ୍ଦର ଜୀବନସାଥୀ ମିଳିଥାଏ। ସେମାନେ ସବୁବେଳେ ନିଜ ଶ୍ୱଶୁର ଘର ଲୋକଙ୍କୁ ଖୁସି ରେ ରଖିବାକୁ ଚାହାଁନ୍ତି। ଏବଂ ସବୁବେଳେ ଅନ୍ୟମାନଙ୍କ ମଙ୍ଗଳ ଚିନ୍ତା କରିଥାନ୍ତି। ଏମାନେ ନିଜ ଶ୍ବଶୁର ଘରେ ବୋହୁ ନୁହେଁ ଝିଅ ହୋଇ ରହିଥାନ୍ତି।

N – ଏହି ନାମ ରେ ଥିବା ଝିଅମାନେ ହୃଦୟରେ ବହୁତ ସଫା ଓ ଖୁସି ମିଜାଜ ର ହୋଇଥାନ୍ତି। ଏମାନେ ସବୁବେଳେ ନିଜ ଶ୍ବଶୁର ଘର ଲୋକଙ୍କୁ ଖୁସି ରେ ରଖିଥାନ୍ତି। ଏମାନେ ନିଜ ଜୀବନ ସହ ଜଡିତ ସମସ୍ତ ସମ୍ପର୍କ କୁ ଠିକ ଭାବେ ନିଭାଇଥାନ୍ତି। ଏମାନେ ଶାଶୁଘର ଲୋକଙ୍କ ଠାରୁ ନିଜ ମାଆ ଙ୍କ ପରି ଭଲପାଇବା ପାଇଥାନ୍ତି।

P: ନାମ ରେ ଥିବା ଝିଅମାନେ ବହୁତ ଶାନ୍ତ ଏବଂ ଭାଗ୍ୟଶାଳି ହୋଇଥାନ୍ତି। ଏମାନେ ନିଜ ଜୀବନସାଥୀ ଙ୍କୁ ଗଭୀର ଭଲ ପାଇବା ଦେଇଥାନ୍ତି। ଏମାନେ ନିଜ ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ସବୁବେଳେ ଖୁସିରେ ରଖିଥାନ୍ତି। ଅନ୍ୟମାନଙ୍କୁ ଖୁସିରେ ରଖିବାର ଉପାୟ ଏମାନେ ଭଲ ଭାବେ ଜାଣନ୍ତି।

V – ଏହି ନାମରେ ଥିବା ଝିଅମାନେ ଶ୍ବଶୁର ଘରେ ସମସ୍ତଙ୍କ ଆଦର ର ପାତ୍ର ହୋଇଥାନ୍ତି। ଏମାନେ ସବୁବେଳେ ସତ କୁ ପସନ୍ଦ କରନ୍ତି। ଏମାନେ ମିଛ ର ପକ୍ଷପାତି ହୋଇନଥାନ୍ତି। ଏମାନେ ନିଜ ଜୀବନ ସାଥୀଙ୍କ ସହିତ ତାଙ୍କ ପରିବାର କୁ ନେଇ ଖୁସି ରେ ରୁହନ୍ତି।

Y – ଏହି ନାମରେ ଥିବା ଝିଅମାନେ ମଧ୍ୟ ଶ୍ୱଶୁର ଘରେ ବହୁତ ଭାଗ୍ୟଶାଳି ହୋଇଥାନ୍ତି। ବହୁତ ସହଜ ରେ ଏମାନେ ଅନ୍ୟ ମାନଙ୍କ ହୃଦୟ କୁ ଜିତିଯାନ୍ତି। ଏମାନଙ୍କ ବିଶ୍ୱାସ କୁ ଜିତିବା ବହୁତ କଷ୍ଟ ହେଲେ ମଧ୍ୟ ଏମାନେ ଅନ୍ୟମାନଙ୍କ ବିଶ୍ୱାସ କୁ ସହଜ ରେ ଜିତିଥାନ୍ତି। ଏମାନେ ନିଜ ପରିବାର ପ୍ରତି ଥିବା ନିଜ ଦାୟିତ୍ତ୍ୱ କୁ ସଠିକ ଭାବେ ପାଳନ କରନ୍ତି।

Leave a Reply

Your email address will not be published. Required fields are marked *