January 23, 2025

Odia Express

Here, There and Everywhere

ଏହି ଧଳା ଦେଖାଯାଉଥିବା ଜିନିଷକୁ ମିଶ୍ରଣ କରି ଖାଇଲେ ପେଟର ପଥର ସବୁଦିନ ପାଇଁ ଭଲ ହୋଇଯିବ – ପଥରୀ ରୋଗ ର ଉପଚାର

ଆଜିକାଲି ପଥରୀ ରୋଗ ଧୀରେ ଧୀରେ ସବୁଆଡେ ଦେଖାଯାଉଛି।ଏହା ପେଟରେ ବହୁତ କଷ୍ଟ ଦେଇଥାଏ।ପଥରୀ ରୋଗ ହେଲେ ତୁରନ୍ତ ଅପରେସନ କରିବା ଉଚିତ ନୁହେଁ ପ୍ରଥମେ କିଛି ଘରୋଇ ଉପଚାର ଦ୍ୱାରା ଠିକ କରିବା ଉଚିତ।ପ୍ରଥମେ ୧୫ ଟା ବଡ ଅଳେଇଚ ର କିଛି ଦାନା ନିଅନ୍ତୁ, ହରବୁଜ ର ମଞ୍ଜି ର ଭିତର ଅଂଶ ନିଅନ୍ତୁ ଓ ୨ ଚାମଚ ମିଶ୍ରି ନିଅନ୍ତୁ।ଏହି ତିନୋଟି ଜିନିଷକୁ ମିଶାଇ ଏହାକୁ ପେଷି ଦିଅନ୍ତୁ।ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ସକାଳେ ସନ୍ଧ୍ୟାରେ ଖାଳିପେଟରେ ପି ଦିଅନ୍ତୁ।ଏହା ଧୀରେ କାମ କରିଥାଏ କିନ୍ତୁ ସମ୍ପୂର୍ଣ ଭାବେ ପେଟରେ ଥିବା ପଥର କୁ ବାହାର କରିଦେଇଥାଏ।ଏହା ସହିତ ତେଲ ଜାତୀୟ ଖାଦ୍ୟ ଓ ଟମାଟୋ ଆଦି ବନ୍ଦ କରିବା ଆବଶ୍ୟକ।ଅଧିକ ମାତ୍ରା ରେ ପାଣି ପିଇବା ଆବଶ୍ୟକ।

ପଥରୀ ରୋଗ ବୃକକ୍ ରେ ହେଇଥାଏ।ଏହାର ମୁଖ୍ୟ ଲକ୍ଷଣ ହେଉଛି ପୀଡା।ଏହି ପୀଡା ଓ ଯନ୍ତ୍ରଣା ଅଣ୍ଟା ପାଖରେ ହେଇଥାଏ ତାପରେ ପେଟରେ ହେଇଥାଏ।କିଛି ଲୋକଙ୍କ ର ବାନ୍ତି ହେଇଥାଏ, ପରିସ୍ରାରେ ରକ୍ତ ମଧ୍ୟ ପଡିଥାଏ ଓ ପରିସ୍ରା ବାରମ୍ବାର ଲାଗିଥାଏ,ପରିସ୍ରା କଲାବେଳେ କିମ୍ବା କରିସାରିବା ପରେ କଷ୍ଟ ଅନୁଭବ ହେଇଥାଏ।

ଆଜିକାଲି ର ଖାଦ୍ୟ ପଥରୀ ରୋଗ ର କାରଣ ହେଇଥାଏ।ଏହି ପଥରୀ ର ଆକାର କିଛି ବଡ ହେଇଥାଏ ଓ କିଛି ଛୋଟ।ଛୋଟ ଆକାର ର ପଥର ପାଣି ପିଇବା ଦ୍ୱାରା ମୂତ୍ର ଆକାର ରେ ବାହାରିଯାଇଥାଏ।କିନ୍ତୁ ଯେଉଁ ବଡ ପଥର ରହିଥାଏ ସେ ମୂତ୍ର ର ରାସ୍ତାରେ ବାହାରକୁ ଆସି ପାରିନଥାଏ ଯାହାଫଳରେ ବହୁତ କଷ୍ଟ ଅନୁଭବ ହେଇଥାଏ।ଉପରୋକ୍ତ ଉପଚାର ଦ୍ୱାରା କିମ୍ବା କୌଣସି ଆୟୁର୍ବେଦିକ ଘରୋଇ ଉପଚାର ଦ୍ୱାର ଛୋଟ ପଥର ଖଣ୍ଡ ବହାରିଯାଇଥାଏ ଓ ଆପଣ ସୁସ୍ଥ ହୋଇପାରିବେ।

କମ ପାଣି ପିଇଲେ, କିଡନୀ ରେ କାଲସିଅମ ଓ କୋଳେଷ୍ଟ୍ରୋଲ ର ମାତ୍ରା ବଢିଲେ ,ପରିସ୍ରା କୁ ରୋକିଲେ, ମାଟି ଖାଇଲେ କିମ୍ବା ଅଧିକ ପରିମାଣରେ ଟମାଟୋ ଓ ବାଇଗଣ ଖାଇଲେ ପେଟରେ ପଥରୀ ରୋଗ ହୋଇଥାଏ।

କୌଣସି ପଦାର୍ଥ କାରଣରୁ ଯେତେବେଳେ ମୂତ୍ର ଗାଢ଼ ହେଇଯାଇଥାଏ ସେତେବେଳେ ପେଟରେ ପଥରୀ ହୋଇଥାଏ ଯେପରି କି ପ୍ରଥମେ ଛୋଟ ଛୋଟ ଦାନା ପରି ହୋଇଥାଏ ଓ ଏହିଦାନା ବଡ ହୋଇ ପଥର ରେ ପରିଣତ ହୋଇଥାଏ।

ପ୍ରତିଦିନ ୧୨ ଗ୍ଲାସ ପାଣି ପିଇବା ଆବଶ୍ୟକ। ଖାଦ୍ୟରେ କାଲସିଅମ କମ ନେବା ଉଚିତ ଯଦି ବି କାଲସିଅମ ଜାତୀୟ ଖାଦ୍ୟ ଖାଉଛନ୍ତି ତା ସହିତ ଅକଜାଲେଟ ଜାତୀୟ ଖାଦ୍ୟ ମଧ୍ୟ ନିଅନ୍ତୁ।ପାଳଙ୍ଗ ଶାଗ ଓ ସାଲାଡ଼ ଖାଆନ୍ତୁ।କମ ସ୍ନେହସାର ଜାତୀୟ ଖାଦ୍ୟ ଖାଆନ୍ତୁ।ଅଧିକ ପରିମାଣରେ ଫଳ ଖାଆନ୍ତୁ।କମଳା କିମ୍ବା ଲେମ୍ବୁ ସରବତ କିମ୍ବା କୌଣସି ଫଳ ରସ ପିଇଲେ ପଥରୀ ରୋଗ ପାଇଁ ଭଲ।ମାଛ, ଅଣ୍ଡା , ମାଂସ, ଆଳୁ,ଲୁଣ, ବାଇଗଣ ଓ ଟମାଟୋ, ଭିଟାମିନ ସି ଜାତୀୟ ଖାଦ୍ୟ ଖାଇବେ ନାହିଁ।ବାହାରେ ମିଳୁଥିବା ଥଣ୍ଡା ପାନୀୟ ପିଇବା ଉଚିତ ନୁହଁ।ଅଧିକ ପରିମାଣରେ ପନିପରିବା ଓ ପାଣି ଅଂଶ ଅଧିକ ଥିବା ଫଳ ଯେପରିକି ତରଭୁଜ, କାକୁଡି ଭଳି ଫଳ ଖାଇବା ଆବଶ୍ୟକ।

ଆମ ଶରୀର ଆମ ହାତରେ।ଏହାକୁ କିପରି ସୁସ୍ଥ ଓ ସତେଜ ରଖିବା ଆମର କାମ ।କୋୖଣସି ରୋଗ ର ଲକ୍ଷଣ ଦେଖାଦେଲେ କିମ୍ବା ଶରୀରରେ କୌଣସି ଅସୁବିଧା ଦେଖାଦେଲେ ହଠାତ ଡାକ୍ତରଖାନା ନଯାଇ ଘରୋଇ ଉପଚାର କରିବା ଆବଶ୍ୟକ।ଖାଦ୍ୟ କୁ ଧ୍ୟାନ ଦେବା ଆବଶ୍ୟକ କାରଣ ଖାଦ୍ୟ କୁ ନେଇ ଶରୀର।

Leave a Reply

Your email address will not be published. Required fields are marked *