October 16, 2025

Odia Express

Here, There and Everywhere

ଦୁର୍ଗା ମା’ଙ୍କ ଉପଦେଶ – ଦୁଃଖ ସମୟରେ ନିଶ୍ଚୟ ଏହି କଥା ଗୁଡିକ ଆପଣଙ୍କ କାମ ରେ ଆସିବ..

ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।ଦେବୀଙ୍କ ପ୍ରଦତ୍ତ ଅମୃତମୟ ଉପଦେଶ ଯାହାକି ମନୁଷ୍ୟ ଜୀବନକୁ ବାସ୍ତବ ଖୁସି ପ୍ରଦାନ କରେ ତାହା ନିମ୍ନରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।

ଦେବୀ ମା’ ବିପଦ ସମୟରେ ମନୁଷ୍ୟକୁ ସାହାଯ୍ୟ କରିଥାନ୍ତି।ବୁଡ଼ି ଯାଉଥିବା ଭେଳାକୁ ଉଦ୍ଧାର କରନ୍ତି।।ଦୁଃଖ ସମୟରେ ଦେବୀ ଙ୍କର ଦଶଟି କଥା ବହୁତ ଉପକାରରେ ଆସିଥାଏ।ଏହି କଥା ପାଳନ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ।

ଯେଉଁ ମନୁଷ୍ୟ ଜୀବନରେ ଜପ ତପ ଓ ପୂଜାକରେ। ନିଜ ଇନ୍ଦ୍ରିୟ ମାନଙ୍କୁ ନିଜ ଆୟତ୍ତରେ ରଖେ ଏବଂ ସର୍ବଦା ସତ କୁହେ ସେ ଅବଶ୍ୟ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଏବଂ ତା ଜୀବନରୁ ସମସ୍ତେ ଦୁଃଖର ଅନ୍ତ ହୋଇଥାଏ।

ଯେଉଁ ବ୍ୟକ୍ତି ନିଜ ପିତା ମାତାଙ୍କ ସେବା କରେ; ସର୍ବଦା ସେମାନଙ୍କ କଥା ମାନେ ଏବଂ ଭାଇଙ୍କୁ ସଂମାନ କରେ ସେ ସର୍ବଦା ସୁଖୀ ହୁଏ ଓ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

ଯେଉଁ ବ୍ୟକ୍ତି ନିଜ ଜୀବନରେ ଜପ ତପ ଦାନ ଓ ହବନ କରିଥାଏ ସେ ସର୍ବଦା ସୁଖୀ ହୁଏ।ଏବଂ ମୋକ୍ଷ ପ୍ରାପ୍ତିର ମାର୍ଗ ତା ପାଇଁ ସୁଗମ ହୋଇଥାଏ।

ଭଗବାନ ବିଷ୍ଣୁଙ୍କ ଏକାଦଶୀ ପାଳନ କରିବା ଦ୍ୱାର ଗଙ୍ଗା ସ୍ନାନର ଫଳ ଲାଭ ହୋଇଥାଏ। ଏବଂ ଜୀବନର ସମସ୍ତ ଦୁଃଖ ଲାଘବ ହୋଇଥାଏ।

ଅଶ୍ୱତ୍ଥ, ଅଁଳା,ତୁଳସୀ ଆଦି ଵୃକ୍ଷ ନିକଟରେ ଭଗବାନ ବିଷ୍ଣୁଙ୍କ ଆରାଧନା କରୁଥିବା ମନୁଷ୍ୟ କେବେ ନର୍କ ପ୍ରାପ୍ତି ହୁଅନ୍ତି ନାହିଁ।ନାରାୟଣଙ୍କ ଶୁଭାଶିର୍ବାଦ ସବୁବେଳେ ତାଙ୍କ ନିକଟରେ ଥାଏ।

ଗୋମୂତ୍ର, ଗୋବର, ଗୋଧୂଳି, ଗୋକୁଳ ପ୍ରଭୁ ବିଷ୍ଣୁଙ୍କର ପ୍ରିୟ ହୋଇଥାଏ।ଏସବୁ ମାଧ୍ୟମରେ ତାଙ୍କ ପ୍ରାପ୍ତି ସୁଗମ ହୋଇଥାଏ।ଜୀବନର ସମସ୍ତ ଦୁଃଖ ଦୂର ହୋଇ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

ଯେଉଁ ପୁରୁଷ କାମନା ଶୂନ୍ୟ ହୋଇଥାଏ ଅର୍ଥାତ କ୍ରୋଧ ରହିତ, ଅହଂକାର ରହିତ, ଓ ଲାଳସା ରହିତ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ।ଏବଂ ଅତି ନିକଟରୁ ଭଗବାନଙ୍କ ସତ୍ତା ଅନୁଭବ କରିଥାଏ।

ଯେଉଁ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିକୁ ସମାନ ମନେ କରିଥାଏ; ସୁଖ ଦୁଃଖ, ହାନି ଲାଭ ଆଦିରେ ବିଚଳିତ ହୁଏନାହିଁ ସେ ପ୍ରକୃତ ଜ୍ଞାନୀ ଅଟେ। ମୋକ୍ଷର ଦ୍ୱାର ଦେଶ ତା ପାଇଁ ଉନ୍ମୁକ୍ତ ହୋଇଥାଏ।

ଯେଉଁ ବ୍ୟକ୍ତି କାହାକୁ ଶତ୍ରୁ ମନେ କରେନାହିଁ କି କାହା ଠାରୁ କିଛି ଆଶା ରଖେ ନାହିଁ ସେ ପରମାନନ୍ଦ ପ୍ରାପ୍ତି ହୋଇଥାଏ।ରାଗ ଦ୍ୱେଷ ରହିତ ମନୁଷ୍ୟ ପ୍ରକୃତ ଜ୍ଞାନୀ ଅଟେ।

ଯେଉଁ ବ୍ୟକ୍ତି ପ୍ରଣୀ ମାନଙ୍କ ସହ ହିଂସା କରେ ନାସ୍ତିକ ଲୋକର ଘରେ ରୁହେ ଭୁଲ ମାର୍ଗରେ ଯାଏ, ସେ ନିଶ୍ଚୟ ନର୍କ ପ୍ରାପ୍ତି ହୋଇଥାଏ। ଏସବୁରୁ ଦୂରରେ ରହିଥିବା ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି ହୋଇଥାଏ।