୨୦୨୧ ନିମନ୍ତେ ବାସ୍ତୁ ଉପଦେଶ – କୌଣସି କାମ ଆରମ୍ଭ ଆଗରୁ ନିଶ୍ଚୟ ଏହି କଥା ଜାଣିରଖନ୍ତୁ..
ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।
ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।
ନବବର୍ଷର ଆଗମନ ସମସ୍ତଙ୍କ ମନରେ ଗଭୀର ଉତ୍କଣ୍ଠା ଭରି ଦେଇଛି ଓ ସମସ୍ତଙ୍କ ଖୁସି ଦ୍ବିଗୁଣିତ ହୋଇଛି।ଏହି ପରିପ୍ରେକ୍ଷୀରେ ବାସ୍ତୁ ସମ୍ବନ୍ଧୀୟ କିଛି ଉପଦେଶ ତଥା ପଇସା ଓ ଧନର ଆଗମନ ବିଷୟରେ କିଛି ଟିପସ ନିମ୍ନରେ ବର୍ଣ୍ଣିତ ହୋଇଛି।
ଲାଫିଙ୍ଗ ବୁଦ୍ଧ ନବବର୍ଷରେ ଗୃହକୁ ଆଣିବା କିମ୍ବା କାହାକୁ ଉପହାର ଦେବା ଦ୍ୱାରା ବହୁତ ଶୁଭ ହୋଇଥାଏ ଓ ଧନର ଆଗମନ ହୋଇଥାଏ।
ଲକ୍ଷ୍ମୀଙ୍କ ପାଦୁକା କିମ୍ବା ଗଣେଶଙ୍କ ମୂର୍ତ୍ତି ନବବର୍ଷରେ ଗୃହକୁ ଆଣିବା ଦ୍ୱାରା ବହୁତ ଶୁଭ ତଥା ମଙ୍ଗଳ ହୋଇଥାଏ।ଓ ସୁଖ ପ୍ରଦାନ ହୋଇଥାଏ।ଓ ଗୃହରେ ଧନର ବର୍ଷା ହୁଏ।
କଚ୍ଛପର ମୂର୍ତ୍ତି ଗୃହକୁ ଆଣିବା ଦ୍ୱାରା ମଧ୍ୟ ବହୁତ ଶୁଭ ହୋଇଥାଏ।ଏହା ଭଗବାନ ବିଷ୍ଣୁଙ୍କର ଏକ ରୂପ ଅଟେ।ତେଣୁ ଯେଉଁ ଗୃହରେ କଛପ ମୂର୍ତ୍ତି ଥାଏ ସେଠାକୁ ଲକ୍ଷ୍ମୀ ଆଗମନ କରିଥାନ୍ତି।ଓ ସେଠାରୁ ସମସ୍ତ ନକରାତ୍ମକ ଶକ୍ତି ଦୂର ହୁଏ।
ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା ମଧ୍ୟ ନବବର୍ଷରେ ଘରକୁ ଆଣିବା ବହୁତ ଶୁଭ ଅଟେ।ଗୃହର ମଙ୍ଗଳ ହେବା ସହିତ ସମସ୍ତ ବାସ୍ତୁ ତ୍ରୁଟି ଦୂର ହୋଇଥାଏ।ଓ ଧନର ଆଗମନ ହୋଇଥାଏ।
ମୟୁରପଙ୍ଖ ମଧ୍ୟ ଗୃହକୁ ଆଣିବା ବହୁତ ଶୁଭ ହୋଇଥାଏ।ଏହା ଶ୍ରୀକୃଷ୍ଣଙ୍କ ପ୍ରିୟ ଅଟେ।ଏହା ବହୁତ ଶୁଭ ଅଟେ।ଓ ଗୃହର ମଙ୍ଗଳ ହୋଇଥାଏ।ଏହାକୁ ଉତ୍ତର ପଶ୍ଚିମ ଦିଗରେ ରଖିବା ବହୁତ ଶୁଭ ଅଟେ।ଓ ଗୃହରେ ସକାରତ୍ମକ ଶକ୍ତି ପ୍ରଵେଶ କରିଥାଏ।ଓ ଧନର ଆଗମନ ହୋଇଥାଏ।
ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିବ ଓ ଆପଣଙ୍କ ମଙ୍ଗଳ ସାଧନରେ ସହାୟକ ହେବ।