ମଶା ମାରିବା ପାଇଁ ଦୁନିଆର ନଂ୧ ଉପାୟ।ମାତ୍ର ୫ ସେକେଣ୍ଡରେ ମଶା ମାନଙ୍କଠାରୁ ଆଶ୍ୱସ୍ତି ପାଆନ୍ତୁ..
1 min readନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କିପରି ଆପଣ କେବଳ ୫ସେକେଣ୍ଡରେ ଘରର ମଶା ମାନଙ୍କୁ ଘର ବାହାରକୁ ଘଉଡ଼ାଇ ପାରିବେ।ଏବଂ ଶାନ୍ତିରେ ଶୋଇ ପାରିବେ।ଏହା ସମ୍ପୂର୍ଣ୍ଣ ରୂପରେ ଏକ ଦେଶୀ ଉପଚାରର ଉପାୟ ଅଟେ।ଏହାର କୌଣସି କୁପ୍ରଭାବ ଆପଣଙ୍କ ଶରୀର ଉପରେ ପଡିବ ନାହିଁ।ବରଂ ଏହା ବହୁତ ଭଲ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ।ଏହାର ଯେଉଁ ଧୂଆଁ ଅଛି ଯଦି ଆପଣ ଏହାକୁ ନେଉଛନ୍ତି ତେବେ ଆପଣଙ୍କ ଶରୀରରେ ଯେଉଁ ସବୁ କୀଟାଣୁ ଥାଏ ତାକୁ ମାରିଦିଏ।ତେବେ ଏହି ଉପଚାରକୁ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ।
ଆପଣ ପ୍ରାୟ ବଜାରରେ ବିକ୍ରି ହେଉଥିବା ଲିକ୍ବିଡ଼ ବ୍ୟବହାର କରୁଥିବେ କିମ୍ବା ମଶା ମାରୁଥିବା ଅଗରବତୀର ବ୍ୟବହାର କରୁଥିବେ କିନ୍ତୁ କଣ ଆପଣ ଜାଣିଛନ୍ତିକି ଏଥିରେ ଯେଉଁ ୩ପ୍ରକାରର ରାସାୟନିକ ପଦାର୍ଥ ମିଶାଯାଏ ତାହା ବ୍ୟବହାର ୟୁରୋପ ଓ ଆମେରିକା ଭଳି ୫୬ଟି ଦେଶରେ ବନ୍ଦ କରାଯାଇଛି।ଗତ ୨୦ବର୍ଷରୁ କେବଳ ଭାରତରେ ହିଁ ଏହାର ବ୍ୟବହାର କରାଯାଉଛି।ଏଥିରେ ମିଶାଯାଉଥିବା ରାସାୟନିକ ପଦାର୍ଥ ହେଉଛି ଡି-ଏଥିଲିନ,ମେଲଫୋକ୍ୱିନ ଓ ଫୋକ୍ସଫିନ ଅଟେ।ଏହିସବୁ ଆମର ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ।
ଆମେ କଣ କରୁନା କି ଏହି କଏଲକୁ ନେଇ ଯେଉଁଠାରେ ଛୋଟପିଲା ଶୁଅନ୍ତି ତାଙ୍କ ପାଖରେ ନେଇ ଜଳାଇ ରଖିଦେଉ।ଏହାର ଧୂଆଁ ସଙ୍ଗେ ସଙ୍ଗେ ତ ନୁହେଁ ହେଲେ ଧୀରେ ଧୀରେ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ।ତେଣୁ ଆପଣ ଏହାର ବ୍ୟବହାର ନକରି ଯେଉଁ ଉପାୟ ଆମେ ଜଣାଇବୁ ତା’ର ବ୍ୟବହାର କରନ୍ତୁ।ଏହା ଅତି କମ ଖର୍ଚ୍ଚରେ ତିଆରି ହୋଇଯିବ ପାଖାପାଖି ୨୫ପଇସାରେ ହିଁ ଏହା ତିଆରି ହୋଇଯିବ।
ସବୁଠୁ ପ୍ରଥମେ ଆପଣଙ୍କୁ ଦରକାର ହେବ ତାହା ହେଉଛି ତେଜ ପତ୍ର।ଆପଣଙ୍କୁ କେବଳ ଗୋଟିଏ ତେଜ ପତ୍ର ହିଁ ଆବଶ୍ୟକ ହେବ।ଏହାପରେ ଏକ ଖାଲି ପାତ୍ର ନିଅନ୍ତୁ।ଏବେ ଆପଣଙ୍କୁ ଏଥିରେ କେବଳ ଏକ ଚାମଚ ନିମ୍ବର ତେଲ ନେଇ ପକାନ୍ତୁ।ଏହାକୁ ଆପଣ ଘରେ ମଧ୍ୟ ତିଆରି କରିପାରିବେ।ଏହାପରେ ଯେଉଁ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି କର୍ପୂର।ଏଥିରେ କେବଳ ୩ରୁ ୪ଟି ଖଣ୍ଡ କର୍ପୂର ନେବାକୁ ହେବ।ଏବଂ ଏହାକୁ ଗୁଣ୍ଡ କରି ଏହି ପାତ୍ରରେ ପକାନ୍ତୁ।ଯେତେବେଳେ ଏହି କର୍ପୂର ଭଲ ଭାବରେ ଏଥିରେ ମିଶିଯିବ ତାପରେ ଏକ ବୋତଲରେ ଏହି ତେଲକୁ ରଖିଦିଅନ୍ତୁ।
ଆପଣଙ୍କ ହିସାବରେ ଆପଣ ଏହାକୁ ତିଆରି କରିପାରିବେ।ଏହାପରେ ଆପଣଙ୍କୁ ଫାଷ୍ଟକାର୍ଡ ତିଆରି କରିବା ପାଇଁ ଏକ ତେଜପତ୍ର ଓ ଏହା ଉପରେ ତିଆରି କରିଥିବା ତେଲକୁ ପକାଇ ଦିଅନ୍ତୁଏହାକୁ ଭଲ ଭାବରେ ପକାନ୍ତୁ ଯାହାଦ୍ଵାରା କି ଆପଣଙ୍କ ଉପାୟ ଭଲ ଭାବରେ କାମ କରିବ ଏବଂ ଏହାର ଧୂଆଁରେ ମଶାକୁ ଅତି ସହଜରେ ଘଉଡାଇ ପାରିବେ।ଆପଣ ଜାଣିଥିବେ କି ଆପଣଙ୍କୁ କଣ କରିବାକୁ ହେବ।ତେବେ ଏହା ପରେ ଏହି ତେଜ ପତ୍ରକୁ ଧରି ଏଥିରେ ନିଆଁ ଲଗାନ୍ତୁ।ଏହା ଦ୍ଵାରା ଆପଣଙ୍କ ଘରେ ଗୋଟିଏ ବି ମଶା ଆସିବ ନାହିଁ।ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହେବ।ତେବେ ଏହାକୁ ପ୍ରତିଦିନ ନିଜ ଘରେ ବ୍ୟବହାର କରନ୍ତୁ।
ଦେଖିବେ ଧୀରେ ଧୀରେ ଆପଣ ଏହାର ପ୍ରଭାବ ଦେଖି ପାରିବେ।ଏହି ନୂଆ ଉପଚାରକୁ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରନ୍ତୁ ଓ ନିଜ ପ୍ରିୟଜନ ମାନଙ୍କୁ ଏହା ବିଷୟରେ ଅବଗତ କରାନ୍ତୁ।ଏହାଦ୍ଵାରା ଆପଣ ନିଜ ସହ ସେମାନଙ୍କର ମଧ୍ୟ ସାହାଯ୍ୟ କରି ପାରିବେ।ଏବଂ ସେମାନଙ୍କୁ ମଧ୍ୟ ମଶାମାନଙ୍କ କବଳରୁ ରକ୍ଷାକରିପାରିବେ।