November 22, 2024

Odia Express

Here, There and Everywhere

୨୦୨୧ ଚଳିତ ବର୍ଷ ରେ କଣ ରହିବ ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଭବିଷ୍ୟ- R ଓ T ନାମର ଲୋକ ନିଶ୍ଚୟ ଜାଣିରଖନ୍ତୁ

1 min read

ତୁଳା ରାଶିର ବ୍ୟକ୍ତି ମାନଙ୍କର ନାମ ପ୍ରାୟତଃ ଇଂରାଜୀ ଅକ୍ଷର R ଏବଂ T ରୁ ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ୨୦୨୧ ଚଳିତ ବର୍ଷ ରେ କଣ ରହିବ ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଭବିଷ୍ୟ । କଣ ଏହି ବର୍ଷ ଆପଣଙ୍କ ଭାଗ୍ୟ ବଦଳିବ , ଆପଣଙ୍କ ଚାକିରି ହେବ , କଣ ଆପଣଙ୍କର ପଦୋନ୍ନତି ହେବ, କଣ ଆପଣଙ୍କ ବ୍ୟବସାୟ ରେ ଉନ୍ନତି ହେବା ଏହିପରି ଅନେକ ପ୍ରଶ୍ନ ଆପଣଙ୍କ ମନ ରେ ସୃଷ୍ଟି ହେଉଥିବା । ତେବେ ଆସନ୍ତୁ ଜାଣିବେ ଆପଣଙ୍କ ଏହି ସବୁ ପ୍ରଶ୍ନ ର ଉତ୍ତର । ତେବେ ଆସନ୍ତୁ ଜାଣିବା ଏହି ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ କଣ କଲେ ଶୁଭ ଏବଂ କଣ କଲେ ଅଶୁଭ ହୋଇ ନଥାଏ ।

ଆର୍ଥିକ ସ୍ଥିତି:- ଏହି ବର୍ଷ ଆପଣଙ୍କ ପାଇଁ ଆର୍ଥିକ ସ୍ଥିତି ରେ ମିଶ୍ରିତ ଫଳ ପ୍ରଦାନ କରିବ କାରଣ ଏହି ବର୍ଷ ଆପଣଙ୍କ ୪ର୍ଥ ଘରେ ବୃହସ୍ପତି ଏବଂ ଶନି ରହିବେ । ଏହି ବର୍ଷ ଆପଣଙ୍କ ତ୍ ବହୁତ୍ ଟଙ୍କା ରୋଜଗାର କରିବେ ହେଲେ କେଉଁ ବାଟ ରେ ସେହି ସବୁ ଟଙ୍କା ଖର୍ଚ୍ଚ ହୋଇଯିବ । ଆପଣ ଆଶା ଅନୁରୂପ ଧନ ସଞ୍ଚୟ କରି ପାରିବେ ନାହିଁ ।ଏହି ବର୍ଷ ରେ ରାହୁ ଆପଣଙ୍କ ଅଷ୍ଟମ ଯୋଗ ରେ ରହୁଥିବାରୁ ଆପଣଙ୍କ ବହୁତ୍ ଖର୍ଚ୍ଚ ହେବାର ଅଛି ଯାହାକି ଆପଣଙ୍କୁ ଟିକେ ଅଧିକ ଚିନ୍ତିତ କରିପାରେ । ଗୁପ୍ତ ଧନ କିମ୍ବା ପୈତୃକ ସଂପତ୍ତି ରୁ ଆପଣଙ୍କ ଲାଭ ମିଳିବାର ସମ୍ଭାବନା ରହିଛି ।

କ୍ୟାରିଅର :- ଏହି ବର୍ଷ ଟି ଆପଣଙ୍କୁ ପାଇଁ ବହୁତ୍ ଭଲ ରହିବ । ଏହି ବର୍ଷରେ ଆପଣ ଉନ୍ନତି କରିବେ । ଆପଣଙ୍କ ୧୦ ମ ଘରେ ଶନି ରହିବେ ଯିଏ କି ଆପଣଙ୍କୁ ବହୁତ୍ ପରିଶ୍ରମ କରିବାକୁ ପ୍ରେରିତ କରିବ ଏବଂ ସେହି ୧୦ ମ ଘରେ ବୃହସ୍ପତି ଆପଣଙ୍କୁ ପ୍ରଗତି ଦିଗରେ ଆଗକୁ ବଢ଼ାଇବା ପାଇଁ ସାହାଯ୍ୟ କରିବେ। ଜୁନ ଏବଂ ଜୁଲାଇ ମାସ ରେ ଆପଣଙ୍କ ଘରେ ମଙ୍ଗଳ ରହିବେ ଯାହା ଦ୍ଵାରା କି ଆପଣଙ୍କ ସମସ୍ତ କାର୍ଯ୍ୟ ସାଧନ ହୋଇଯିବ।

ପାରିବାରିକ ଜୀବନ :- ଏହି ବର୍ଷ ରେ ସ୍ବାମୀ ସ୍ତ୍ରୀ ବକ ସଂପର୍କ ଅଧିକ ନିବିଡ ହେବ । ଜୁନ ରେ ମଙ୍ଗଳ କର୍କଟ ରାଶି କୁ ଚାଲିଯିବ ଯାହା ଫଳରେ ଆପଣଙ୍କ ମନରେ ଭାବନା ତ୍ମକ ଅସ୍ଥିରତା ଆସିପାରେ ଯାହା ଦ୍ଵାରା ଆପଣଙ୍କ ସଂପର୍କ ରେ ମଧ୍ୟ ଟିକେ କଳି ଝଗଡ଼ା ହୋଇପାରେ । ଏହି ବର୍ଷ ଟି ଆପଣଙ୍କ ପ୍ରଥମ ପିଲା ପାଇଁ ଶୁଭ ହେବ ଏବଂ ଏହି ବର୍ଷ ରେ ଆପଣଙ୍କ ପ୍ରଥମ ପିଲା ର ଶୁଭ ଏବଂ ପ୍ରଗତି ହୋଇପାରେ । ପ୍ରେମିକ ଏବଂ ପ୍ରେମିକା ମାନଙ୍କ ପାଇଁ ଏହି ବର୍ଷ ଟି ବହୁତ୍ ଅନୁକୂଳ ଅଟେ ସେମାନଙ୍କ ପ୍ରେମ ଜୀବନ ବହୁତ୍ ଆନନ୍ଦମୟ ହେବ ।

ସ୍ବାସ୍ଥ୍ୟ :- ଏହି ବର୍ଷ ର ଆରମ୍ଭ ରୁ ଆପଣଙ୍କୁ ଥଣ୍ଡା କାଶ ହୋଇପାରେ ।ଆପଣଙ୍କୁ ବେଳେବେଳେ ଅଳସୁଆ ଲାଗିପାରେ । ଆପଣଙ୍କ ପେଟ ଜନିତ କିଛି ସମସ୍ୟା ଦେଖା ଯାଇପାରେ । ଆପଣ ଯୋଗାସନ କରନ୍ତୁ ନିଜ ଶରୀର ଠିକ୍ ରଖିବା ପାଇଁ ।

Leave a Reply

Your email address will not be published. Required fields are marked *