ଏହି ସ୍ବପ୍ନ ଦେଖିଲେ ଆପଣ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି – ନିଶ୍ଚୟ ଜାଣିରଖନ୍ତୁ ସ୍ବପ୍ନ ବିଷୟରେ ଏହି କଥା..
1 min read
ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।
ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛିନାକିଛି ନିଆରା ରହସ୍ୟ ରହିଥାଏ।ଓ ତାହା ସେମାନଙ୍କ ପରିଚୟକୁ ଅତ୍ୟନ୍ତ ଦୃଢୀଭୂତ କରିଥାଏ।
ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।ସେହିପରି ସ୍ୱପ୍ନ ଏକ ନିଆରା ଜିନିଷ ଅଟେ।ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଓ ରହସ୍ୟମୟ ହୋଇଥାଏ।ଆମେ ସ୍ୱପ୍ନରେ ଯାହା ଦେଖୁ ତାପଛରେ କିଛିନାକିଛି ରହସ୍ୟ ତଥା ଉଦ୍ଦେଶ୍ୟ ରହିଥାଏ।ଏହି ସମ୍ପର୍କରେ ନିମ୍ନରେ ବର୍ଣ୍ଣନା କରାଯାଇଛି।
ସ୍ୱପ୍ନରେ ଗାଈ ଦେଖିବା- ଗାଈକୁ ପୂଜନୀୟ ବୋଲି ସମସ୍ତେ ମଣିଥାନ୍ତି।ସ୍ୱପ୍ନରେ ଗାଈ ଦେଖିବା ବହୁତ ଶୁଭଙ୍କର ହୋଇଥାଏ।ଓ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।ଗାଈ କ୍ଷୀର ଦେଉଥିବା ଦେଖିଲେ ଆପଣଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ଅଛି।ଓ ଆପଣଙ୍କ ବେପାରରେ ବହୁତ ଲାଭ ମିଳିବ।
ସ୍ୱପ୍ନରେ ହାତୀ ଦେଖିବା- ହାତୀ ସୁଖ ସଂବୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ହୋଇଥାଏ।ତେଣୁ ସ୍ୱପ୍ନରେ ହାତୀ ଦେଖିବା ବହୁତ ଶୁଭଙ୍କର ହୋଇଥାଏ।ଓ ଆପଣଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଥାଏ।
ସ୍ୱପ୍ନରେ ପେଚା ଦେଖିବା- ପେଚା ମହାଲକ୍ଷ୍ମୀଙ୍କର ବାହାନ ଅଟେ।ତେଣୁ ସ୍ୱପ୍ନରେ ପେଚା ଦେଖିବା ବହୁତ ଶୁଭଙ୍କର ହୋଇଥାଏ।ଓ ଆପଣଙ୍କୁ ଧନପ୍ରାପ୍ତିର ସଙ୍କେତ ଦେଇଥାଏ।ସେହିପରି ସକାଳୁ ପୂର୍ବ ଦିଗରେ ପେଚା ଦେଖିବା ମଧ୍ୟ ବହୁତ ଶୁଭଙ୍କର ହୋଇଥାଏ।
ସ୍ୱପ୍ନରେ ମାଛ ଦେଖିବା- ସ୍ବପ୍ନଶାସ୍ତ୍ର ଅନୁସାରେ ସ୍ୱପ୍ନରେ ମାଛ ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ।ଓ ଏହା ଧନପ୍ରାପ୍ତିର ସଂକେତ ଅଟେ।ସ୍ୱପ୍ନରେ ରଙ୍ଗବେରଙ୍ଗ ମାଛ ଦେଖିବା ମଧ୍ୟ ଶୁଭଙ୍କର ହୋଇଥାଏ।
ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ।ଓ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧରେ ଏହା ଏକ ନୂତନ ତଥ୍ୟ।ଆପଣମାନେ ମଧ୍ୟ ସ୍ୱପ୍ନରେ ଏପରି କିଛି ଦେଖିଲେ ତାର ରହସ୍ୟ ସମ୍ପର୍କରେ ଅବଗତ ହୋଇପାରିବେ।ଓ ଏହା ନିଶ୍ଚିତ ଆପଣଙ୍କ ପାଇଁ ଫଳପ୍ରଦ ହେବ।