November 22, 2024

Odia Express

Here, There and Everywhere

ପିଆଜକୁ ଏହି ପ୍ରକାରରେ ଘରେ ଲଗାଇ ନିଅନ୍ତୁ ଗୋଟିଏ ବି ମଶା ଘର ପାଖକୁ ଆସିପାରିବେ ନାହିଁ ଜାଣନ୍ତୁ କିପରି?

ନମସ୍କାର ବନ୍ଧୁଗଣ,ମଶା ଯଦି କାମୁଡି ଦେବ ତେବେ ବହୁତ କୁଣ୍ଡେଇ ହୋଇଥାଏ ଏବଂ କେତେ ଥର ତ ଏପରି ମଶା ବି ଘରେ ଥାନ୍ତି ଯାହାଦ୍ଵାରା ଆମକୁ ବହୁତ ପ୍ରକାରର ରୋଗ ହୋଇପାରେ।ଆପଣ ମଶାକୁ ଘଉଡାଇବା ପାଇଁ ପ୍ରାୟତଃ ବହୁତ ପ୍ରକାରର ଲିକ୍ୱିଡ଼ ମିଳିଥାଏ ତାକୁ ବ୍ୟବହାର କରୁଥିବେ ଏବଂ ମଶାବତୀ ମଧ୍ୟ ବ୍ୟବହାର କରନ୍ତି।କିନ୍ତୁ କଣ ଆପଣଙ୍କୁ ଜଣା ଅଛିକି ଏଥିରେ ଯେଉଁ ବିଷାକ୍ତ ପଦାର୍ଥ ମିଶାଯାଏ ତାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ।ଆପଣ ବୋଧହୁଏ ଜାଣିନଥିବେ କି ଏଥିରେ ଯେଉଁ ବିଷାକ୍ତ ପଦାର୍ଥ ମିଶାଯାଏ ତାହା ୨୦ରୁ ଅଧିକ ଦେଶରେ ବ୍ୟବହାର ନିଷେଧ ଅଛି ଯେଉଁଥିରେ ଆମେରିକା ମଧ୍ୟ ସାମିଲ ଅଛି।କାରଣ ଏଥିରେ ଯେଉଁ ବିଷାକ୍ତ ପଦାର୍ଥ ମିଶାଯାଇଛି ତାହା ପ୍ରଭାବରେ ମନୁଷ୍ୟ ମଧ୍ୟ ଧୀରେ ଧୀରେ ମରିଯାଏ,ମଶା ତ ମରିଥାନ୍ତି କିନ୍ତୁ ତାସହିତ ଘରେ ଥିବା ଛୋଟ ପିଲାମାନଙ୍କୁ ବହୁତ କ୍ଷତି ପହଞ୍ଚାଇଥାଏ।

ଆଜି ଆମେ ଆପଣଙ୍କୁ ଏକ ଉପଚାର ଜଣାଇବୁ ଯାହାଦ୍ଵାରା ଆପଣ ଏପ୍ରକାରର ଅଗରବତୀ କିମ୍ବା ଲିକ୍ୱିଡ଼ ବ୍ୟବହାର କରିବେନାହିଁ।ଆପଣଙ୍କୁ କେବଳ ଗୋଟିଏ ପିଆଜର ଆବଶ୍ୟକତା ପଡିବ।ଯାହା ଫଳରେ ସବୁ ମଶା ଘରର ବାହାରେ ହିଁ ରହିବେ।ଗୋଟିଏ ମଶା ମଧ୍ୟ ଭିତରକୁ ଆସିପାରିବ ନାହିଁ।ତେବେ ଆସନ୍ତୁ ଜାଣିବା କିପରି ଆପଣ ମଶାମାନଙ୍କୁ ଘରଠାରୁ ଦୂରରେ ରଖି ପାରିବେ।

ସବୁଠୁ ପ୍ରଥମେ ଆପଣ ଏକ ପିଆଜ ନିଅନ୍ତୁ ଏବଂ ଏହାର ସବୁ ଚୋପା ଛଡେଇ ଦିଅନ୍ତୁ।ପିଆଜର ସବୁ ଚୋପା ଛଡେଇ ସାରିବା ପରେ ଆପଣଙ୍କୁ ଦରକାର ପଡିବ ଛୁଞ୍ଚି ଓ ସୁତାର।ଛୁଞ୍ଚି ଓ ସୁତାକୁ ନେଇ ଏହି ପିଆଜରେ ଫୁଟାଇ ଦିଅନ୍ତୁ।ଏହାକୁ ଝୁଲିଲା ପରି କରିଦିଅନ୍ତୁ।ଏହାପରେ ଏଥିରେ ଆପଣଙ୍କୁ ବ୍ୟବହାର କରିବାକୁ ହେବ ଲୋବାନ ର ତେଲ।ଏହି ତେଲକୁ ଆପଣଙ୍କୁ ଏହା ଉପରେ ଲଗେଇବାକୁ ହେବ।

ଏହାକୁ ଆମେ ଏଥିପାଇଁ ବ୍ୟବହାର କରୁଛୁ କାରଣ ଏହି ଦୁଇଟି ଜିନିଷ ଯେବେ ଏକା ସହିତ ମିଶିଯିବ ତେବେ ଏପରି ଗନ୍ଧ ହେବ ଯାହା ମଶାମାନଙ୍କୁ ବହୁତ ହାଇରଣ କରାଇବ।ଏହି କାରଣରୁ ମଶା ଏହାର ପାଖକୁ ମଧ୍ୟ ଆସନ୍ତି ନାହିଁ।ଏବଂ ଏଥିପାଇଁ ଏହା ଆମ ଘରର ଚାରିପାଖକୁ ମଧ୍ୟ ଆସିପାରିବେ ନାହିଁ।ତେବେ ଆପଣ ଲୋବାନ ର ତେଲ ନେଇ ଏହି ପିଆଜ ଉପରେ ଚାରିପଟରେ ଭଲ ଭାବରେ ଲଗାଇ ଦିଅନ୍ତୁ।ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ଲଗାଇବା ପରେ ଘରର ଏକ କୋଣରେ ଆପଣ ଏହି ଗୁନ୍ଥା ହୋଇଥିବା ପିଆଜକୁ ଲଟକାଇ ଦିଅନ୍ତୁ।ଏହା ପରେ ଏହି ପିଆଜକୁ ଏହି ଅବସ୍ଥାରେ ରାତି ସାରା ରହିବାକୁ ଦିଅନ୍ତୁ।ମନେ ରଖନ୍ତୁ ଗୋଟିଏ ପିଆଜକୁ ଆପଣ କେବଳ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ହିଁ ବ୍ୟବହାର କରିପାରିବେ।

ଏପରି କରିବା ଦ୍ଵାରା ଆପଣଙ୍କ ଘରକୁ କିମ୍ୱା ଘର ଚାରିପଟକୁ ଗୋଟିଏ ବି ମଶା ଆସିପାରିବ ନାହିଁ।

ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର କୁପ୍ରଭାବ ମଧ୍ୟ ପକାଇବ ନାହିଁ।ଏବଂ ଆପଣଙ୍କର ବେଶୀ ଟଙ୍କା ମଧ୍ୟ ଖର୍ଚ୍ଚ ହେବ ନାହିଁ।ଏହା ଅତି ଶସ୍ତାରେ ଓ ସୁଲଭ ମୂଲ୍ୟରେ ମିଳିଯିବ।ଏହାକୁ ଆପଣ ଅତି ସହଜ ଭାବରେ ପ୍ରସ୍ତୁତ କରିହେବ।ଏହାଦ୍ଵାରା ଆପଣଙ୍କୁ ଅନ୍ୟ କୌଣସି ମଶା ମାରୁଥିବା ଲିକ୍ୱିଡ଼ କିମ୍ବା ଅଗରବତୀ ର ଆବଶ୍ୟକତା ମଧ୍ୟ ପଡିବନାହିଁ।ଯାହାକି ଅତି ବିଷାକ୍ତ ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ।ମନେରଖନ୍ତୁ ଆପଣ ଗୋଟିଏ ପିଆଜ କେବଳ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ହିଁ ବ୍ୟବହାର କରିପାରିବେ କାରଣ ଏହା ପରେ ଏଥିରୁ ବାହାରୁଥିବା ଗନ୍ଧ ପୂର୍ବ ଭଳି ଶକ୍ତିଶାଳୀ ରହିନଥାଏ ଓ କାମ ମଧ୍ୟ କରେନାହିଁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *