June 20, 2025

Odia Express

Here, There and Everywhere

ପେଟକୁ ଭଲଭାବରେ ସଫା କରିବାର ଚମତ୍କାର ଉପାୟ – ଥରେ ଖାଇଲେ ଆଉ ପେଟ ସମ୍ପୂର୍ଣ ସଫା ହେଇଯିବ..

1 min read

ଆଜି ଆମେ ଜାଣିବା ପେଟ ସଫା କରିବା ପାଇଁ ଏକ ଘରୋଇ ବା ଆୟୁର୍ବେଦିକ ଉପାୟ ବିଷୟରେ। ଏହା କରିବା ଦ୍ୱାରା ଆପଣଙ୍କୁ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦିଏ ନାହିଁ, ଯେପରି ଆପଣ ମେଡିସିନ ଖାଇବା ଦ୍ବାରା କିଛି ସମୟ ପାଇଁ ଏହା ଠିକ୍ ହୋଇଥାଏ କିନ୍ତୁ ଏହା ପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଥାଏ। ଖାଦ୍ୟ ଠିକ୍ ଭାବରେ ହଜମ ନହେବା ଏବଂ କୋଷ୍ଠ କାଠିନ୍ୟ ହେବା ଦ୍ଵାରା ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ବିନା ପାର୍ଶ୍ଵ ପ୍ରତିକ୍ରିୟାରେ ଆପଣଙ୍କ ପେଟ ଠିକ୍ ଭାବରେ ସଫା ହେବାର ଉପାୟ ବିଷୟରେ ଚାଲନ୍ତୁ ଜାଣିବା।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପେଟ ଏବଂ ଶରୀର ସୁସ୍ଥ ରହୁ ତେବେ ଆପଣଙ୍କୁ କୋଷ୍ଠ କାଠିନ୍ୟରୁ ଦୂରେଇ ରହିବା ଉଚିତ୍। ତେଣୁ ସୁଖୀ ଜୀବନ ବଞ୍ଚିବାକୁ ହେଲେ ଏସବୁରୁ ଦୂରେଇ ରହିବା ଉଚିତ୍। କୋଷ୍ଠ କାଠିନ୍ୟ ରୋଗ ହେବା ଦ୍ଵାରା ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ, ଯେପରି ମୁଣ୍ଡ ବିନ୍ଧିବା। କୋଷ୍ଠ କାଠିନ୍ୟ ହେବା ଦ୍ବାରା ଏହା ପେଟରେ ଗ୍ୟାସ୍ ସୃଷ୍ଟି କରିଥାଏ।ଆଉ ଯାହା ମୁଣ୍ଡ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ସେଥିପାଇଁ ମୁଣ୍ଡ ବିନ୍ଧା ହୋଇଥାଏ,ଆଉ ଏହା ଆମ ଶରୀରରେ ଆମର ବହୁତ ଖରାପ ପ୍ରଭାବ ପକେଇଥାଏ।

ଚାଲନ୍ତୁ ଜାଣିବା ଏହି ରୋଗର ପ୍ରତିକାର ଗୁଡିକ ବିଷୟରେ ଆଉ ଏହା ପାଇଁ ଆମେ କି କି ପ୍ରକାରର ଯୋଗ ଓ ବ୍ୟାୟାମ କରିବା ସେ ବିଷୟରେ ଜାଣିବା ନିହାତି ଆଵଶ୍ୟକ ହୋଇଥାଏ। ତାହେଲେ ଆମକୁ ପ୍ରଥମ ଜିନିଷ ଯାହା ଆମକୁ ନବାର ଅଛି ସେ ହେଉଛି ଦୁଇଟି ଅଳେଇଚ ଏବଂ ଏଥିରୁ ଗୋଟିଏ ଦିନରେ ଏବଂ ଗୋଟିଏ ରାତିରେ ଚୋବେଇ କରି ଖାଆନ୍ତୁ। ଧ୍ୟାନ ରଖିବେ ପ୍ରତିଦିନ ଖାଇସାରିବା ପରେ ବଜ୍ରାସନ ରେ ନିଶ୍ଚିତ ବସନ୍ତୁ ଏହା ଖାଦ୍ୟ ହଜମ କରିବାରେ ବହୁତ ସାହାଯ୍ୟ କରିଥାଏ,ଆଉ ଖାଦ୍ୟ ହଜମ ହେବାଦ୍ୱାରା ପେଟରେ ଗ୍ୟାସ ଜନିତ ସମସ୍ୟା ପରିଲିଖିତ ହୋଇନଥାଏ। ଏହା କରିବା ସହିତ ଆପଣ ନିଜ ଖାଦ୍ୟ ରେ ହେଙ୍ଗୁ ମିଶାଇ ଖାଆନ୍ତୁ, ଏହା ଖାଇବା ଦ୍ଵାରା ଆମେ ଖାଉଥିବା ଖାଦ୍ୟ ଠିକ୍ ଭାବରେ ହଜମ ହୋଇଥାଏ ଏବଂ କୋଷ୍ଠ କାଠିନ୍ୟ ଓ ଗ୍ୟାସ ଭଳି ସମସ୍ୟା ଦୂର ହୋଇଯାଏ।

କୋଷ୍ଠ କାଠିନ୍ୟ ଦୂର କରିବା ପାଇଁ ଆପଣ ଅଁଳା ଗୁଣ୍ଡରୁ ନିଅନ୍ତୁ ଏବଂ ଉଷୁମ ପାଣିରେ ଏକ ଚାମଚ୍ ଅଁଳା ଗୁଣ୍ଡ ମିଶାଇ ରାତ୍ରି ଭୋଜନ କରିସାରିବାର ଠିକ ଅଧ ଘଣ୍ଟା ପରେ ସେବନ କରି ନିଅନ୍ତୁ। ଧ୍ୟାନ ରଖିବେ କେବଳ ଉଷୁମ ପାଣିରେ ଅଁଳା ପାଉଡର ମିଶାଇ ପିଇବେ, କେବେ ମଧ୍ୟ ଉଷୁମ କ୍ଷୀର ରେ ମିଶାଇ ପିଇବେ ନାହିଁ,ଆଉ ଯଦି ଆମେ ଏହାକୁ କ୍ଷୀରରେ ମିଶାଇ ପିଉଛନ୍ତି ତାହେଲେ ଏହାର କୌଣସି ପ୍ରଭାବ ଆମ ଶରୀର ଉପରେ ପଡେନାହିଁ। ଅଁଳାରେ ଭିଟାମିନ-ସି ପ୍ରଚୁର ପରିମାଣରେ ରହିଥାଏ ଯାହାକୁ କ୍ଷୀର ସହ ମିଶାଇ ପିଇବା ଅନୁଚିତ୍ ଅଟେ, ତେଣୁ ଆପଣ ଉଷୁମ ପାଣିରେ ଅଁଳା ପାଉଡର ମିଶାଇ ପିଅନ୍ତୁ।

କିଛି ଗୁଡ଼ ନିଅନ୍ତୁ ଏବଂ ସେଥିରେ କିଛି ପାନମଧୁରୀ ମିଶାଇ ଦିଅନ୍ତୁ, ଖରାବେଳେ ଏବଂ ରାତିରେ ଖାଦ୍ୟ ଖାଇସାରିବା ପରେ ତାହା ଖାଆନ୍ତୁ, ଏହା ଖାଇବା ଦ୍ଵାରା ଆପଣ ଖାଇଥିବା ଖାଦ୍ୟ ଠିକ୍ ଭାବରେ ହଜମ ହୋଇଥାଏ ଏବଂ ଆପଣଙ୍କୁ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ। ଯଦି ଆପଣ ଖାଲି ପାନମଧୁରୀ ଖାଇବାକୁ ପସନ୍ଦ କରନ୍ତି ତେବେ ଆପଣ ଖାଲି ପାନମଧୁରୀ ମଧ୍ୟ ଚୋବେଇ କରି ଖାଇପାରିବେ। ଏହା ମଧ୍ୟ ଖାଦ୍ୟ ହଜମ ପାଇଁ ବହୁତ ସାହାଯ୍ୟ କରିଥାଏ। ଯଦି ଆପଣବି ଏହିପରି ଭାବେ କୋଷ୍ଠକାଠିନ୍ୟ ରୋଗରେ ପୀଡ଼ିତ ଅଛନ୍ତି ତେବେ ଏହିସବୁ ଉପାୟ ଅବଲମ୍ବନ କରି କୋଷ୍ଠକାଠିନ୍ୟ ସମସ୍ୟା ରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବେ।ତେଣୁ ଆପଣ ଏହି ଉପାୟ ସବୁକୁ ନିଶ୍ଚିତଭାବରେ ନିଜ ଜୀବନରେ ପ୍ରୟୋଗ କରନ୍ତୁ।

Leave a Reply

Your email address will not be published. Required fields are marked *