June 26, 2025

Odia Express

Here, There and Everywhere

ମଜାଦାର ପ୍ରଶ୍ନ ଉତ୍ତର – ନା ତାହାର କେବେ କାହା ସହ ଝଗଡ଼ା ହେଇଛି,ନା କାହା ସହ ଲଢେ଼ଇ ହେଇଛି।କିନ୍ତୁ ପ୍ରତ୍ୟେକଦିନ ତାହା ଉପରେ ମାଡ଼ ହେଇଥାଏ।”ତେବେ କୁହନ୍ତୁ ସେ କିଏ..

1 min read

ପହେଲୀ ସମାଧାନ କରିବାକୁ କାହାକୁ ଅବା ଭଲ ନ ଲାଗିଥାଏ।ଏହା ଦ୍ୱାରା ଆପଣଙ୍କର ବୁଦ୍ଧିକୁ ବିଚକ୍ଷଣ ହେବା ସହ ଆପଣଙ୍କର ଭାବିବାର ଶକ୍ତି ମଧ୍ୟ ବଢ଼ିଥାଏ।ଏହା ସହ ପହେଲୀ ଗୁଡିକ ଦ୍ୱାରା ଆପଣଙ୍କର ମନୋରଞ୍ଜନ ମଧ୍ୟ ହେଇଥାଏ।ଏହି ପହେଲୀ ଗୁଡିକରେ ଆପଣଙ୍କୁ କିଛି ମଜାଦାର ପ୍ରଶ୍ନ ଦିଆଯିବ।ଏହି ପ୍ରଶ୍ନଗୁଡ଼ିକର ସମାଧାନ ଦ୍ୱାରା ସମ୍ପୂର୍ଣ୍ଣ ପହେଲୀର ସମାଧାନ ହେଇଯିବ।ଏହାର ସମାଧାନ ପାଇଁ ଆପଣଙ୍କୁ କିଛି ସମୟ ଦିଆଯିବ।ଯଦି ଆପଣ ଧାର୍ଯ୍ୟ ସମୟସୀମା ମଧ୍ୟରେ ପହେଲୀର ସମାଧାନ କରିପାରୁଛନ୍ତି ତେବେ ଆପଣ ବୁଦ୍ଧିମାନ ଅଟନ୍ତି।ଆଜି ଆମେ ଆପଣଙ୍କୁ ୭ ଗୋଟି ପହେଲୀ ସମାଧାନ କରିବାକୁ ଦେବୁ। ତେବେ ଆସନ୍ତୁ ଜାଣିବା ପହେଲୀ ଗୁଡିକ ବିଷୟରେ।

ପହେଲୀ ନମ୍ବର ୧-“ମୁଁ ସବୁଜ,ମୋ ଛୁଆ କଳା।ମତେ ଛାଡିଦିଅ ମୋ ଛୁଆମାନଙ୍କୁ ଖାଇଦିଅ।”

ଉତ୍ତର-ଏହାର ସଠିକ ଉତ୍ତର ହେଉଛି ଗୁଜୁରାତି।ଗୁଜୁରାତିର ଉପର ସବୁଜ ରଙ୍ଗର ହେଇଥାଏ।ମାତ୍ର ତାହାର ମଞ୍ଜି କଳାରଙ୍ଗର ବେଇଥାଏ।ଅର୍ଥାତ ତାର ଛୁଆ କଳା ରଙ୍ଗର ହେଇଥାଏ।ସମସ୍ତେ ଗୁଜୁରାତିର ମଞ୍ଜି କୁ ଖାଇଥାନ୍ତି।ତେଣୁ ଲେଖାଯାଇଛି ଯେ ମତେ ଛାଡ଼ିଦିଅ ଏବଂ ମୋ ଛୁଆମାନଙ୍କୁ ଖାଇଦିଅ।

ପହେଲୀ ନମ୍ବର ୨-ସମାଧାନ କରନ୍ତୁ ଏହି ପହେଲୀକୁ।ଯେତେବେଳେ କାଟିବେ ସେତେବେଳେ ନୂଆରୂପରେ ତାହାକୁ ପାଇବେ?

ଉତ୍ତର-ସଠିକ ଉତ୍ତର ହେଉଛି ପେନସିଲ।ପେନସିଲ୍ ରେ ଲେଖିବାକୁ ତାହାର ମୁନ କରିବାକୁ ପଡେ।ତେଣୁ ମୁନ କରିବାପାଇଁ ତାହାକୁ କାଟିବାର ଆବଶ୍ୟକତା ରହିଛି।ଆପଣ ପେନସିଲ୍ କୁ ଯେତେ କାଟିବେ ତାହାକୁ ନୂଆରୂପରେ ପାଇବେ।ତାହା ଆହୁରି ସୁନ୍ଦର ଭାବେ ଚାଲିଥାଏ।

ପହେଲୀ ନମ୍ବର ୩-କଳାରଙ୍ଗର ମାଁ,ନାଲି ରଙ୍ଗର ଛୁଆ,ମା ଯେଉଁଆଡେ ଯାଏ ପିଲାମାନେ ସେହିଆଡ଼େ ଯାଇଥାନ୍ତି।ତେବେ ଆପଣମାନେ କୁହନ୍ତୁ ଯେ ସେହି ମାଁ ଜଣକ କିଏ?

ଉତ୍ତର-ସଠିକ ଉତ୍ତର ହେଉଛି ରେଳଗାଡି।ଆପଣମାନେ ସମସ୍ତେ ରେଳଗାଡିକୁ ଦେଖିଥିବେ ନିଶ୍ଚୟ।ରେଳଗାଡ଼ିର ଇଞ୍ଜିନ ସର୍ବଦା କଳାରଙ୍ଗର ହେଇଥାଏ।ମାତ୍ର ସେହି ରେଳଗାଡ଼ିର ଅନ୍ୟ ଡବାସବୁ ନାଲି ରଙ୍ଗର ହେଇଥାଏ।ଇଞ୍ଜିନ ଯୁଆଡେ ଯାଏ ଡ଼ବାଗୁଡିକ ସିଆଡେ ଯାଇଥାନ୍ତି।ତେଣୁ ଲେଖା ଯାଇଛି ଯେ ମାଁ ଯୁଆଡେ ଯାଏ ଛୁଆମାନେ ସିଆଡେ ଯାଇଥାନ୍ତି।

ପହେଲୀ ନମ୍ବର ୪-“ମୁଁ ମରିବି।ମୁଁ କଟିବି।କିନ୍ତୁ ତୁମେ କାହିଁକି କାନ୍ଦିବ।”ତେବେ କୁହନ୍ତୁ ସେ କିଏ?

ଉତ୍ତର-ସଠିକ ଉତ୍ତର ହେଉଛି ପିଆଜ।ଆପଣମାନେ ଦେଖିଥିବେ ଯେ ପିଆଜ କାଟିଲା ବେଳେ ଆଖିରୁ ଲୁହ ବାହାରିଥାଏ।କଟାହେଉଛି ପିଆଜର।ମାତ୍ର ପାଣିବାହାରୁଛି ଆପଣଙ୍କ ଆଖିରୁ।ପିଆଜକୁ କଷ୍ଟ ହେବା ପରିବର୍ତ୍ତେ ଆପଣଙ୍କୁ କଷ୍ଟ ହେଉଛି।

ପହେଲୀ ନମ୍ବର ୫-“ତିନି ଗୋଡ଼ ବିଶିଷ୍ଟ ପ୍ରଜାପତି।ଗାଧୋଇ ପାଧୋଇ ବାହାରିଲା କଡେଇ ଭିତରୁ”ତେବେ କୁହନ୍ତୁ ସେ କିଏ?

ଉତ୍ତର-ସଠିକ ଉତ୍ତର ହେଉଛି ସିଙ୍ଗଡା।ସିଙ୍ଗଡା ୩କୋଣିଆ ହେଇଥାଏ।ଏହାକୁ ତେଲରେ ଛଣାଯାଇ ପ୍ରସ୍ତୁତ କରାଯାଇଥାଏ।ତେଣୁ ସିଙ୍ଗଡା ପ୍ରଜାପତି ସଦୃଶ ହେଇଥାଏ।କଡେଇରେ ଗାଧୋଇ ପାଧୋଇ ଅର୍ଥାତ ତେଲରେ ଛଣା ହେଇକି ଏହା କଡେଇରୁ ବାହାରିଥାଏ।

ପହେଲୀ ନମ୍ବର ୬-“ଦିନରେ ଶୁଏ,ରାତିରେ କାନ୍ଦେ।ଯେତେ ଅଧିକ କାନ୍ଦେ ସେତେ ଅଧିକ ସରିଥାଏ।”ତେବେ କୁହନ୍ତୁ ସେ କିଏ?

ଉତ୍ତର-ମହମବତୀ।ଏହାକୁ ଆପଣ ଦିନବେଳେ ବ୍ୟବହାର କରନ୍ତି ନାହିଁ।ଅର୍ଥାତ ଏହା ଦିନବେଳା ଶୋଇଥାଏ।ମାତ୍ର ରାତିହେଲେ ଏହାକୁ ଲଗାଯାଇଥାଏ।ଏହା ଯେତେ କାନ୍ଦେ ଅର୍ଥାତ ଏହା ଯେତେ ଅଧିକ ତରଳିଥାଏ ସେତେ ଅଧିକ ସରିଥାଏ।

ପହେଲୀ ନମ୍ବର ୭-“ନା ତାହାର କେବେ କାହା ସହ ଝଗଡ଼ା ହେଇଛି,ନା କାହା ସହ ଲଢେ଼ଇ ହେଇଛି।କିନ୍ତୁ ପ୍ରତ୍ୟେକଦିନ ତାହା ଉପରେ ମାଡ଼ ହେଇଥାଏ।”ତେବେ କୁହନ୍ତୁ ସେ କିଏ?

ଉତ୍ତର-ଢୋଲକ।ଏହାର କେବେ କାହା ସହ ଲଢେ଼ଇ କିମ୍ବା ଝଗଡା ହେଇନାହିଁ।ମାତ୍ର ଏହାକୁ ସର୍ବଦା ମାଡ଼ ହେଇଥାଏ।ଅର୍ଥାତ ଏହାକୁ ବଜେଇବା ପାଇଁ ଏହାକୁ ବାଡେଇବାକୁ ପଡିଥାଏ।

Leave a Reply

Your email address will not be published. Required fields are marked *