ଭଲ ଲୋକଙ୍କ ସହ ଖରାପ କଣ ପାଇଁ ହୋଇଥାଏ – ଏହାର ଅସଲ କାରଣ କଣ ଏବେ ଜାଣିରଖନ୍ତୁ..
ଭଲ ଲୋକଙ୍କ ସହ ଖରାପ କଣ ପାଇଁ ହୋଇଥାଏ ।ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ।ମୁଁ ତ କାହାର କିଛି ଖରାପ କାମ କରିନି।ମୁଁ ତ ସବୁବେଳେ ଧର୍ମ ଏବଂ ନୀତିର ମାର୍ଗ ପାଳନ କରୁଛି।ତାହାଲେ ମୋ ସହ ସବୁବେଳେ ଖରାପ କଣ ପାଇଁ ହେଉଛି।ଏପରି କେତେ କଥା ଆସିଥାଏ ଅଧିକାଂଶ ଲୋକଙ୍କ ମନରେ।ଏପରି ସବୁ ପ୍ରଶ୍ନର ଉତ୍ତର ଭଗବାନ ଶ୍ରୀକୃଷ୍ଣ ନିଜେ ଦେଇଛନ୍ତି।
ଗୋଟେ ଦିନରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରନ୍ତି ହେ ବାସୁଦେବ ଭଲ ଏବଂ ସତ୍ୟ କହୁଥିବା ଲୋକଙ୍କ ସହ ଖରାପ କଣ ପାଇଁ ହୋଇଥାଏ।ଏହା ଉପରେ ଭଗବାନ ଶ୍ରୀକୃଷ୍ଣ ଏକ କାହାଣୀ କହିଲେ ।ଶ୍ରୀକୃଷ୍ଣ କହିଲେ ଗୋଟିଏ ନଗରରେ ଦୁଇଟି ପୁରୁଷ ରହୁଥିଲେ।ପ୍ରଥମ ଜଣକ ହେଉଛି ଏକ ବ୍ୟାପାରିକ ଯିଏକି ବହୁତ ଭଲ ମଣିଷ ଥିଲା।ଧର୍ମ ଏବଂ ନୀତିର ପାଳନ କରୁଥିଲା।ଭଗବାନଙ୍କ ପୂଜା କରୁଥିଲା ଏବଂ ମନ୍ଦିରକୁ ଯାଉଥିଲା। ସବୁ ପ୍ରକାରର ଭୁଲ କାମରୁ ଦୁରେଇ ରହୁଥିଲା।ଆଉ ଦ୍ୱିତୀୟ ବ୍ୟକ୍ତି ଜଣକ ଦୁଷ୍ଟ ପ୍ରକୃତିର ଥିଲା। ସବୁବେଳେ ଅନୀତି ଏବଂ ଅଧର୍ମ କାମ କରୁଥିଲା ,ମନ୍ଦିରରୁ ପଇସା ଏବଂ ଚପଲ ଚୋରି କରୁଥିଲା।ସବୁବେଳେ ମିଛ କହୁଥିଲା ଏବଂ ମଦ୍ୟପାନ କରୁଥିଲା।ଗୋଟେ ଦିନ ସେହି ନଗରରେ ବହୁତ ଜୋରରେ ବର୍ଷା ହେଉଥିଲା ଏବଂ ମନ୍ଦିରରେ କେହି ବି ନଥିଲେ।
ଏହା ଦେଖି ସେହି ନିଚ୍ଚ ବ୍ୟକ୍ତି ମନ୍ଦିରର ସବୁ ପଇସା ଚୋରି କରିନେଲା ଏବଂ ପୂଜାରୀଙ୍କ ନଜରରୁ ବଞ୍ଚିକି ସେଠାରୁ ପଳେଇଆସିଲା ।କିଛି ସମୟ ପରେ ଯେତେବେଳେ ସେହି ବ୍ୟାପାରି ଜଣକ ମନ୍ଦିରକୁ ଭଗବାନଙ୍କ ଦର୍ଶନ କରିବାକୁ ଗଲା ସେତେବଳେ ତା ଉପରେ ଚୋରି କରିବାର ଦୋଷ ଲଗା ହେଲା ।ସେଠାରେ ଉପସ୍ଥିତ ସବୁ ଲୋକ ତାକୁ ଭଲ ମନ୍ଦ କହିବାକୁ ଲାଗିଲେ।ତାର ବହୁତ ଅପମାନ ହେଲା।ଏମିତି ସେମିତି କିଛି କରି ସେହି ବ୍ୟପାରି ଜଣକ ସେହି ମନ୍ଦିରରୁ ବାହାରକୁ ଆସିଗଲା।ବାହାରକୁ ଆସୁ ଆସୁ ଏକ ଗାଡି ସହ ତାର ଧକ୍କା ହେଇଗଲା ଏବଂ ସେ ପୁରା ଖଣ୍ଡିଆ ଖାବରା ହୋଇଗଲା ।ସେହି ସମୟରେ ସେହି ଦୁଷ୍ଟକୁ ଏକ ପଇସା ଥଳି ମିଳିଲା।ଏତେ ସାରା ପଇସା ଦେଖି ସେହି ଦୁଷ୍ଟ ଖୁସିରେ ପାଗଳ ହୋଇଗଲା।ପ୍ରଥମେ ତ ସେ ମନ୍ଦିରରୁ ଏତେ ପଇସା ଚୋରି କରିଥିଲା ପୁଣି ଦ୍ଵିତୀୟରେ ପଇସାର ପୂର୍ଣ୍ଣ ଏକ ଥଳି ।
ଏହି ଦୁଷ୍ଟର ଏପରି କଥା ଶୁଣି ବ୍ୟାପାରି ଭିତରେ ଏକ ବିଶୃଙ୍ଖଳା ସୃଷ୍ଟି ହେଲା।ଘରେ ଥିବା ସବୁ ଠାକୁରଙ୍କ ଫଟୋ କାଢ଼ିଦେଲା ଏବଂ ଭଗବାନଙ୍କ ଉପରେ ରାଗି ନିଜ ଜୀବନ ଅତିବାହିତ କରିବାରେ ଲାଗିଲା।ବହୁ ବର୍ଷ ପରେ ଯେତେବେଳେ ସେହି ଦୁଇ ଜଣଙ୍କର ମୃତ୍ୟୁ ହେଲା ଏବଂ ସେ ଦୁଇ ଯମରାଜାଙ୍କ ପାଖକୁ ଯେତେବେଳେ ଗଲେ ସେତେବେଳେ ସେ ବ୍ୟାପାରି ନାରାଜ ହୋଇକି ପଚାରିଲା କି ମୁଁ ତ ସବୁବେଳେ ଭଲ କାମ କରୁଥିଲି ହେଲେ ଯାହା ବଦଳରେ ମତେ ଅପମାନ ଏବଂ କଷ୍ଟ ମିଳିଲା।ହେଲେ ଏହି ଅଧର୍ମ କରିବା ଵାଲା ଦୁଷ୍ଟକୁ ପଇସାର ଥଳି।ଏହା କଣ ପାଇଁ ?
ବ୍ୟାପାରି କଥା ଶୁଣି ଯମରାଜା କହିଲେ ଯେଉଁଦିନ ତୁମ ସହ ଦୁର୍ଘଟଣା ଘଟିଥିଲା ସେହି ଦିନ ତୁମ ଜୀବନର ଶେଷ ଦିନ ଥିଲା ହେଲେ ତୁମର ସବୁ ଭଲ ଗୁଣ ଯୋଗୁ ତୁମର ମୃତ୍ୟୁ ଏକ ଛୋଟ ଦୁର୍ଘଟଣାରେ ଶେଷ ହୋଇଗଲା।ସେହି ଦିନ ଏହି ଦୁଷ୍ଟକୁ ରାଜଭୋଗ ଆସିବାର ସମ୍ଭାବନା ଥିଲା କିନ୍ତୁ ତାର ସବୁ କୁକର୍ମ ଯୋଗୁ ତାକୁ ସେହି ଛୋଟ ପଇସାର ଥଳି ମିଳିଲା।ଏହି କାହାଣୀ ପରେ ଶ୍ରୀକୃଷ୍ଣ କହିଲେ ଭଗବାନ ଆମ ସହ କେଉଁ ରୂପରେ କେଉଁ ସମୟରେ ଥାଆନ୍ତି ଏହା ଆମକୁ ଜଣା ନଥାଏ।ହେଲେ ଭଗବାନ ଆମ ସହ ସବୁବେଳେ ଥାଆନ୍ତି।