ମାତ୍ର ୨ ମିନିଟରେ ନିଜ ହଳଦିଆ ପଡ଼ିଯାଇଥିବା ଦାନ୍ତକୁ ମୋତି ଭଳି ଚମକେଇ ପାରିବେ..
ଆପଣ ସମସ୍ତେ ଦାନ୍ତ ଜନିତ ବିଭିନ୍ନ ସମସ୍ୟା ଭୋଗ କରିଥିବେ।ଦାନ୍ତ ହଳଦିଆ ପଡିଯିବା,ପାଟିରୁ ଦୁର୍ଗନ୍ଧ ବାହାରିବା,ତଥା ଥଣ୍ଡା କିମ୍ବା ଗରମ ଖାଇବା ସମୟରେ ଦାନ୍ତ ଝିମ୍ ଝିମ୍ ହେଇଯିବା ଆଦି ଅନେକ ଅସୁବିଧା ଅନେକଙ୍କର ରହିଛି।କିନ୍ତୁ ଏପରି ଏକ ଘରୋଇ ଉପଚାର ଅଛି ଯାହା ଦ୍ୱାରା ଆପଣଙ୍କର ଏହି ସବୁ ସମସ୍ୟା ଦୂର ହେଇଯିବ।କିନ୍ତୁ ତାହାକୁ ଜାଣିବା ପୂର୍ବରୁ ଆପଣଙ୍କୁ ଆଉ କିଛି କଥା ଜାଣିବାର ଆବଶ୍ୟକତା ରହିଛି।ଆପଣ ଯେତେବେଳେ ଘରୁ ବାହାରକୁ ଯାଆନ୍ତି ତେବେ ଭଲ ଭାବେ ବ୍ରସ୍ କରିଥାନ୍ତି ଅବା ନ କରି ମଧ୍ୟ ଥାନ୍ତି କିନ୍ତୁ ଭଲ ଡ୍ରେସ୍ ପିନ୍ଧିଥାନ୍ତି,ଭଲ ଭାବେ ନିଜ କେଶକୁ କୁଣ୍ଢେଇ ଥାନ୍ତି,ନିଜକୁ ଏପରି ଭାବେ ସଜେଇଥାନ୍ତି ଯେପରିକି ଅନ୍ୟ ମାନଙ୍କ ଆଗରେ ନିଜକୁ ପ୍ରତିନିଧିତ୍ୱ କରିପାରିବେ।କିନ୍ତୁ ଏତେ ସବୁ କରିସାରିଲାପରେ ମଧ୍ୟ ଯଦି ଆପଣଙ୍କ ଦାନ୍ତ ହଳଦିଆ ହେଇଥିବ ଏବଂ ସେଥିରୁ ଦୁର୍ଗନ୍ଧ ବାହାରୁଥିବ ତେବେ ଆପଣମାନେ ଭାବନ୍ତୁ ଯେ ଏହା ସାମ୍ନା ଲୋକ ଉପରେ କଣ ପ୍ରଭାବ ପକେଇବ।
ଅନେକଲୋକ ଭାବିଥାନ୍ତି ଯେ ଭଲ ଡ୍ରେସ୍ ତ ପିନ୍ଧିଛେ , ଦାନ୍ତ ସାମନ୍ୟ ହଳଦିଆ ପଡିବାଦ୍ୱାର କଣ ପ୍ରଭାବ ପକେଇବ।ମାତ୍ର ଏହା ବହୁତ ପ୍ରଭାବ ପକେଇବ।ଆପଣ ଯଦି ଏକ ଇଣ୍ଟରଭିଉ ଦେବାକୁ ଯାଇଛନ୍ତି କିମ୍ବା ଆପଣ ନିଜ ସାଙ୍ଗମାନଙ୍କୁ ଦେଖା କରିବାକୁ ଯାଇଛନ୍ତି ମାତ୍ର ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିବା ସହ ଆପଣଙ୍କ ଦାନ୍ତ ମଧ୍ୟ ହଳଦିଆ ପଡ଼ିଯାଇଛି।ତେବେ ସେହି ସମୟରେ ସାମ୍ନା ଲୋକର ମନରେ ଆପଣଙ୍କ ପାଇଁ ଏକ ଘୃଣ୍ୟଭାବ ଆସିଥାଏ।ସେ ଆପଣଙ୍କର ବହୁତ ନିନ୍ଦା କରେ।
ତେଣୁ ଆପଣ ଯେତେବେଳବି କୁଆଡେ ଯାଉଛନ୍ତି ସେହି ସମୟରେ ନିଜକୁ ପରଫେକ୍ଟ କରିକି ଯାଆନ୍ତୁ।ନିଜ ହଳଦିଆ ଦାନ୍ତ ବଦଳରେ ଧଳା ଦାନ୍ତ କରିକି ଯାଆନ୍ତୁ।ଆପଣ ଅନେକ ମାତ୍ରାରେ ସୁଫଳ ପାଇପାରିବେ।ଆପଣଙ୍କ ମଧ୍ୟରୁ ତ ଅନେକ ଏହି ହଳଦିଆ ଦାନ୍ତ ସମସ୍ୟା ପାଈଁ ଡେଣ୍ଟିଷ୍ଟଙ୍କ ପାଖକୁ ଯାଇଥାନ୍ତି।ଡେଣ୍ଟିଷ୍ଟ ମଧ୍ଯ ମେସିନରେ ଆପଣଙ୍କ ଦାନ୍ତକୁ ସଫା କରିଦିଏ।ମାତ୍ର ଏହା ଦ୍ୱାରା ଆପଣଙ୍କ ଦାନ୍ତ ଧଳା ହେଇଯାଏ ମାତ୍ର ଦାନ୍ତର ଉପରିଭାଗରେ ଥିବା ଆସ୍ତରଣ ହଟିଯାଏ ଫଳରେ ଯେତେବେଳେ ଆପଣ କୌଣସି ଜିନିଷ ଖାଇଥାନ୍ତି ସେତେବେଳେ ଆପଣଙ୍କ ଦାନ୍ତ ଦରଜ ହେବା ସହ ରକ୍ତ ମଧ୍ୟ ବାହାରିଥାଏ।ଯେତେବେଳେ କୌଣସି ଥଣ୍ଡା କିମ୍ଵା ଗରମ ଜିନିଷ ଆପଣ ଖାଇବେ ସେତେବେଳେ ଆପଣଙ୍କୁ ଭୀଷଣ କଷ୍ଟ ହେବ।ଏହା ସହ ଆପଣଙ୍କ ମାଢ଼ି ମଧ୍ୟ ଢ଼ିଲା ହେଇଯାଏ।ତେଣୁ ଡେଣ୍ଟିଷ୍ଟ ପାଖକୁ ଯାଇ ଏତେ ପଇସା ଖର୍ଚ୍ଚ କରିମଧ୍ୟ ଆପଣ ଯଦି ଏହି ସମସ୍ୟାରୁ ମୁକ୍ତି ନ ପାଇବେ ତେବେ ଆପଣଙ୍କ କଣ ଲାଭ ହେବ।
କିନ୍ତୁ ଏପରି ଏକ ଘରୋଇ ଉପଚାର ଅଛି ଯାହାଦ୍ୱାରା ଆପଣ ଘରେ ବସି ଡେଣ୍ଟିଷ୍ଟଙ୍କ ପାଖକୁ ନ ଯାଇ ଏହି ହଳଦିଆ ଦାନ୍ତ ସମସ୍ୟାରୁ ମୁକ୍ତିପାଇପାରିବେ।ଏଥିପାଇଁ ପ୍ରଥମେ କିଛି ରସୁଣର ପାଖୁଡ଼ା ନିଅନ୍ତୁ।ଏହାକୁ ଭଲଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ।ଏଥିରେ ଅଧା ଗ୍ଲାସ୍ ଲେମ୍ବୁ ରସ,କିଛି ପରିମାଣର ଆପଣ ବ୍ୟବହୃତ କରୁଥିବା ପେଷ୍ଟ,ଏକ ଚିମୁଟାଏ କସ୍ତୁରୀ ହଳଦୀ ମିସେଇଦିଅନ୍ତୁ।ଏହାକୁ ଆପଣ ନିଜର ଟୁଥବ୍ରସ୍ ରେ ଲଗେଇ ଭଲ ଭାବେ ବ୍ରସ୍ କରିଦିଅନ୍ତୁ।ବ୍ରସ୍ କରିସାରିଲା ପରେ ଥଣ୍ଡା ପାଣି କିମ୍ଵା ଗରମ ପାଣିରେ କୁଳୁକୁଚା କରିଦିଅନ୍ତୁ।୨ ରୁ ୪ ଦିନ ଭିତରେ ଆପଣ ଦେଖିପାରିବେ ଯେ ଆପଣଙ୍କ ହଳଦିଆ ପଡିଯାଇଥିବା ଦାନ୍ତ ମୋତିମାନଙ୍କ ପରି ଝଲସୁଛି।ଏହି ଉପଚାର ଆପଣ ନିଶ୍ଚିତ ଭାବେ ପ୍ରୟୋଗ କରନ୍ତୁ।ଆପଣଙ୍କର ସବୁ ସମସ୍ୟା ଦୂର ହେଇଯିବ।