June 27, 2025

Odia Express

Here, There and Everywhere

କାଶ ଓ କଫରୁ ଉପଶମ – ଏହି ଘରୋଇ ଉପାୟ କଲେ ଆଉ କେବେ କାଶ ହେବ ନାହିଁ ଆପଣକୁ – ନିଶ୍ଚୟ ଜାଣିରଖନ୍ତୁ..

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ବର୍ତ୍ତମାନ ଅଧିକ ବାୟୁ ପ୍ରଦୂଷଣ ଶ୍ଵାସକ୍ରିୟା ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ବିଶେଷ ପ୍ରଭାବିତ କରିଛି।ଛୋଟ ଠାରୁ ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏଥିରେ ପୀଡିତ ହେଉଛନ୍ତି।ସକାଳୁ ଉଠିବା ପରେ ବହୁତ ଛିଙ୍କ ହେବା, ଛାତିରେ କଫ ଜମି ଯନ୍ତ୍ରଣା ହେବା ଓ ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ ହେବା ଆଦି ସମସ୍ୟା ସାଧାରଣତଃ ଅଧିକ ଦେଖା ଦେଇଛି।ତେଣୁ ଏହାର ଉପଚାର ପାଇଁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।

ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।

କାଶ ଓ ଥଣ୍ଡା ଓ କଫ ଏପରି ଏକ ରୋଗ ଏହା ସବୁବେଳେ ବ୍ୟସ୍ତ ବିବ୍ରତ କରିଦିଏ।ଶ୍ଵାସକ୍ରିୟା ବାଧାପ୍ରାପ୍ତ ହୁଏ।ତେଣୁ ଏଥିରୁ ସମସ୍ତେ ଉପଶମ ପାଇବାକୁ ଚାହାନ୍ତି।ଏହା ଯେକୌଣସି ଋତୁ ଓ ପରିବେଶରେ ଅନ୍ୟମିତତା ଯୋଗୁଁ ହୋଇଥାଏ।ଓ ନିମ୍ନରେ ଏଥରୁ ଉପଶମ ପାଇବାର ସରଳ ଓ ହିତକାରୀ ତରିକା ବର୍ଣ୍ଣନା କରାଯାଇଛି।

ଏଥିପାଇଁ ପ୍ରଥମେ ଏକ ପାତ୍ରରେ ଏକ ଲବଙ୍ଗ ନେବା।୪ କି ୫ ଟା କଳା ମରିଚ,ତୁଳସୀ ପତ୍ର, ଏକ ବତାଶା, ଓ ସୁଣ୍ଠି ଗୁଣ୍ଡ ଏକାଠି ନେବା।ପ୍ରଥମେ ତୁଳସୀ ପତ୍ର କୁ ଛାଡିଦେବା।ତାପରେ ଅନ୍ୟ ଉପାଦାନ ଗୁଡିକ ମିଶାଇ ପାଉଡର କରିବା।ଓ ଏହାକୁ ପାଣିରେ ମିଶାଇ ତୁଳସୀ ପତ୍ର ପକାଇ ଖାଇବାକୁ ଦେବେ।ପତ୍ୟକ ଦିନ ଏହାକୁ ନିୟମିତ ସେବନ ଦ୍ୱାରା ଥଣ୍ଡାରୁ ଉପଶମ ମିଳିଥାଏ।

Leave a Reply

Your email address will not be published. Required fields are marked *