November 22, 2024

Odia Express

Here, There and Everywhere

ଚୁଟି ଯେତେ ବି ଧଳା ହେଉ କି ଛୋଟ ହେଉ ଏହା ଲଗାଇବା ପରେ ଚୁଟି କଳା ଏବଂ ଲମ୍ବା ହୋଇଯିବ..

ଆପଣ ଯଦି ଏହାର ବ୍ୟବହାର କରିବେ ତା ଆପଣଙ୍କ ଚୁଟି କଳା ଏବଂ ଲମ୍ବା ହେଇଯିବ । ବଜାରରେ ଚୁଟିକୁ କଳା କରିବା ପାଇଁ ବହୁତ ତେଲ ଏବଂ ରଙ୍ଗ ମିଳୁଛି । ଏହାକୁ ଆମେ ଘରେ ବନେଇପାରିବା । ଏଥିରେ କୌଣସି ପ୍ରକାରର ରାସାୟନିକ ପଦାର୍ଥ ମିଶି ନଥାଏ । ଏହା ଦ୍ୱାରା ଆମର ବହୁତ ଉପକାର ହେଇପାରିବ । ଏହା ଦ୍ୱାରା ଆମ ଚୁଟି କଳା ଏବଂ ଲମ୍ବା ହୋଇପାରିବ । ଚାଲନ୍ତୁ ଜାଣିବା କଣ ଏହି ଜିନିଷଟି ।ଆପଣ ଏହାକୁ ବନେଇବା ପାଇଁ ୩ଟି ରୁ ୪ଟି ନଡ଼ିଆ ଆବଶ୍ୟକ । ଏହାକୁ ଦୁଇ ଭାଗରେ ବହୁତ ଭଲ ଭାବରେ କାଟି ଦିଅନ୍ତୁ । ଏହା ପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଛୋଟ କରିବା ପରେ ଏହାକୁ ଗ୍ରାଇଣ୍ଡରରେ ମିକ୍ସ କରିଦିଅନ୍ତୁ । ଯଦି ନାହିଁ ତ ତାହେଲେ ଏହାକୁ ବାଟି ଭଲସେ ମିକ୍ସ କରି ଦିଅନ୍ତୁ । ଏଥିରେ ଅଧା ଗ୍ଲାସ ଗରମ ପାଣି ମିଶେଇ ତାହାକୁ ଭଲସେ ବାଟି ଦିଅନ୍ତୁ । ବହୁତ ଭଲ ଭାବରେ ପେଷ୍ଟ ତିଆରି କରିଦିଅନ୍ତୁ ।


ତାପରେ ଗୋଟିଏ ସାଧା କପଡା ଆପଣଙ୍କୁ ନବାକୁ ପଡିବ । ତାପରେ ଏହି ନଡ଼ିଆର ରସକୁ ଚିପୁଡି ବାହାର କରନ୍ତୁ । ଅର୍ଥାତ ଆପଣ ଗୋଟିଏ ବାଟି ନିଅନ୍ତୁ ସେଥିରେ କପଡା ପକାନ୍ତୁ ତାପରେ ଏହାକୁ ଚିପୁଡି ଏହାର ରସ ବାହାର କରନ୍ତୁ । ଏହାକୁ ବାହାର କରି ସରିବା ପରେ ୭ ରୁ ୮ ଘଣ୍ଟା ଗୋଟିଏ ଭଲ ଜାଗାରେ ରଖନ୍ତୁ ।

୭ ଘଣ୍ଟା ପରେ ଦେଖିବେ ଯେ ଏହା ଜମି ଗଲା ପରି ହୋଇଥିବ । ଗୋଟିଏ ପାତ୍ର କୁ ଗ୍ୟାସ ଉପରେ ରଖନ୍ତୁ ତାପରେ ବସି ଯାଇଥିବା ଅଂଶକୁ ବାହାର କରି ସେହି ପାତ୍ରରେ ରଖନ୍ତୁ । ମନେ ରଖିବେ ଯେପରି ପାଣି ନ ଆସିବ କେବଳ ଜମି ଯାଇଥିବା ଅଂଶକୁ ବାହାର କରି ପାତ୍ରରେ ରଖନ୍ତୁ । ଏହାକୁ ଗ୍ୟାସରେ ଫୁଟାନ୍ତୁ । ଏବଂ ଗୋଳାନ୍ତୁ କାରଣ ଏହା କଡ଼ାଇରେ ଲାଗିଯାଇପରେ । ୧୦ ୧୫ ମିନିଟ ପରେ ଦେଖିବେ ଏହାର ରଙ୍ଗ ମାଟିଆ ହବାକୁ ଲାଗିବ ଏବଂ ତଳେ ପାଣି ପରି ବାହାରିବ । ତାପରେ ଏହାକୁ କାଢି ଦିଅନ୍ତୁ । ତାପରେ ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ଆପଣ ଏହି ତେଲକୁ ଥଣ୍ଡା ହବାକୁ ଦିଅନ୍ତୁ ।

ତେଲ ଥଣ୍ଡା ହେବା ପରେ ଭିଟାମିନ ଇ କ୍ୟାପ୍ସୁଲ ୨ଟି ନିଅନ୍ତୁ ବ୍ୟବହାର ପାଇଁ। ଏଥିରୁ ଚିପୁଡି ରସ ବାହାର କରି ଦିଅନ୍ତୁ । ତେଲ ଏବଂ କ୍ୟାପସୁଲକୁ ମିଶେଇ ଦିଅନ୍ତୁ । ଏବଂ ପ୍ଲାଷ୍ଟିକ ଡଭାରେ ଏହାକୁ ଭଲସେ ରଖିପାରିବେ । ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବା ।

ଏହି ତେଲକୁ ତିଆରି କରି ସରିବା ପରେ ଶୋଇବା ପୂର୍ବରୁ ଚୁଟିରେ ଭଲ ଭାବରେ ଲଗେଇ ଦିଅନ୍ତୁ । ମୁଣ୍ଡରେ ଭଲ ଭାବରେ ମସାଜ କରନ୍ତୁ । ୭ ରୁ ୮ ମିନିଟ ଭଲ ଭାବାରେ ଚୁଟିରେ ଲଗାନ୍ତୁ ତାପରେ ସକାଳୁ ଥଣ୍ଡା ପାଣିରେ ମୁଣ୍ଡକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ସମ୍ପର ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ସପ୍ତାହ ବ୍ୟବହାର କଲେ ଏହାର ରେଜଲ୍ଟ ମିଳିବ ।

ମନେ ରଖନ୍ତୁ ଭିଟାମିନ ଇ ର ଅଡିକ ବ୍ୟବହାର କରିବା ଉଚିତ ନୁହେଁ ତେଣୁ ୨ଟି ବ୍ୟବହାର କରିବେ । ନଡ଼ିଆ ତେଲ ସହ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ । ତାପରେ ଏହାର ବ୍ୟବହାର ଶୋଇଲା ପୂର୍ବରୁ କରନ୍ତୁ । ଯାହା ଦ୍ୱାରା ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବ । ଏବଂ ଆପଣଙ୍କ ଚୁଟି ଲମ୍ବା ହେବ ଆଉ ଧଳା ହବ ନାହିଁ । ଚୁଟି ବହୁତ ସୁସ୍ଥ ରହିବ ।

Leave a Reply

Your email address will not be published. Required fields are marked *