November 20, 2024

Odia Express

Here, There and Everywhere

ଫୁଲୁଥିବା ରୁଟି କିପରି ଭାବରେ ପ୍ରସ୍ତୁତ କରିବେ – ଏହି ଉପାୟ କଲେ ୨ ଟା ରୁଟି ଖାଉଥିବା ଲୋକ ୪ଟା ଖାଇବା ପାଇଁ କହିବେ..

ବହୁତ୍ ଲୋକମାନେ ଫୁଲୁଥିବା ରୁଟି ବନାଇବାକୁ ଚେଷ୍ଟା କରନ୍ତି ହେଲେ ତାହା ହୋଇନଥାଏ । ଯେତେବେଳେ ଆପଣ ତାୱା ଉପରେ ରୁଟି ସେକନ୍ତି ଏବଂ ତାହା ମନକୁମନ ଫୁଲିଯାଇଥାଏ ତାହାକୁ ରୁଟି ହିଁ କହନ୍ତି ।ଏଇଟା ଖାଇବାକୁ ଟିକେ ନରମ ହୋଇଥାଏ । ଯେତେବେଳେ ଆପଣ ତାୱା ଉପରେ ରୁଟି ସେକନ୍ତୀ ହେଲେ ତାହା ଟିକେ ବି ଫୁଲିନଥାଏ ତାହାକୁ ଆମେ ଚପଟି କହିଥାଉ । ତାପରେ ଆସୁଛି ଫୁଲକା ରୁଟି ଆସନ୍ତୁ ଜାଣିବା ଏଇଟା କିପରି ଭାବରେ ପ୍ରସ୍ତୁତ ହୁଏ । ଯେତେବେଳେ ଆମେ ରୁଟି କୁ ତାୱା ଉପରେ ନ ସେକି ସିଧସଳଖ ଅଗ୍ନି ଉପରେ ଦେଖାଇ ଜବରଦସ୍ତି ଫୁଲାଇ ଥାଉ ତାହାକୁ ହିଁ ଫୁଲକା କହିଥାଉ ଏବଂ ଏହା ଖାଇବା ପାଇଁ ବି ବହୁତ୍ ନରମ ହୋଇଥାଏ ଆଉ ପତଳା ବି ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି କିପରି ଆପଣ ମାନେ ମଧ୍ୟ ନରମ ,ହାଲୁକା ଏବଂ ଫୁଲିଥିବା ରୁଟି ପ୍ରସ୍ତୁତ କରିପାରିବେ । ଅଟା ଗୋଳାଇବା ସମୟରେ ଆପଣଙ୍କୁ ଏକ ସୀକ୍ରେଟ ଉପାଦାନ ବ୍ୟବହାର କରିବାକୁ ହେବ । ଏହି ଉପାଦାନର ବ୍ୟବହାର ଆପଣ ସବୁବେଳେ କରନ୍ତି ହେଲେ ଆପଣଙ୍କୁ ଏହା ଜଣା ନାହିଁ କି ଅଟା ରେ ମିଶାଇଲେ ଏହା କେତେ କମାଲ କରିଦିଏ ବୋଲି ।

ଆପଣ ଏକ ପାତ୍ରରେ କିଛି ଗହମର ଅଟା ନିଅନ୍ତୁ । ଆସନ୍ତୁ ଜାଣିବା ସେହି ଶୀକ୍ରେଟ ଉପାଦାନ କଣ ତାହା ଆଉ କିଛି ନୁହେଁ କ୍ଷୀର । ଆପଣ ପାଣି ବଦଳରେ କ୍ଷୀରର ବ୍ୟବହାର କରନ୍ତୁ । ଆଜି ଆପଣ ସେହି ଅଟାକୁ କ୍ଷୀର ସହିତ ଗୋଳାନ୍ତୁ । ତ୍ ଯେତେ ଆପଣ ପାଣି ନିଅନ୍ତି ସେତିକି ଆପଣ କ୍ଷୀର ନିଅନ୍ତୁ ।ଆପଣ ଅଧା ଗ୍ଲାସ କ୍ଷୀର ନେଇ ପାରିବେ ଏବଂ ତାହା କଞ୍ଚା ହୋଇଥିବା ଦରକାର ଏବଂ ସେହି କ୍ଷୀରକୁ ଗରମ କରିବେନି ।

କ୍ଷୀର ପଳାଇବା ଯୋଗୁଁ ଅଟା ବି ନରମ ହୋଇଥାଏ ଏବଂ ରୁଟିବି ବହୁତ୍ ନରମ ହୋଇଥାଏ । ଯଦି ଆପଣ ସକାଳେ ରୁଟି କରି ରାତି ରେ ଖାଆନ୍ତି କିମ୍ୱା କୌଣସି ଭ୍ରମଣରେ ଯାଉଛନ୍ତି ତାହାଲେ ଏହିପରି ରୁଟି କଲେ ଆପଣଙ୍କୁ ଖାଇବାକୁ ଭଲ ହେବ ଏବଂ ସେହି ରୁଟି ବି ସେତେବେଳେ ଯାଏ ନରମ ଥିବ । ନହେଲେ ଆପଣ ଦେଖିଥିବେ ରୁଟି ୪ ରୁ ୫ ଘଂଟା ପରେ ଶୁଖିଯାଏ ଏବଂ ଟାଣ ହୋଇଯାଏ ଯାହାକୁ ଖାଇବା ବେଳେ ଅସୁବିଧା ହୁଏ ଖାଇବାକୁ ଈଛା ହୁଏନି । ତ ଯେତେବେଳେ ଆପଣ ଭ୍ରମଣରେ ଯାଉଛନ୍ତି ତାହେଲେ ସେତେବେଳେ ଅଟା ସହ କ୍ଷୀର ମିଶାଇକି ରୁଟି ପ୍ରସ୍ତୁତ କରନ୍ତୁ ।

ଭଲ ରୁଟି ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅଟାକୁ ଭଲ ଭାବରେ ଗୋଳାଇବାକୁ ହୋଇଥାଏ। ଯାହାଫଳରେ ରୁଟି ବହୁତ୍ ନରମ ହୋଇଥାଏ । ଆପଣ ଯେତେ ଅଧିକ ସମୟ ପର୍ଯ୍ୟନ୍ତ ଅଟାକୁ ଗୋଳାଇବେ ସେତେ ଭଲ ରୁଟି ପ୍ରସ୍ତୁତ ହେବ ଏବଂ ଏହାର ଆଉ ଏକ ଲାଭ ହୋଇଥାଏ କି ରୁଟିକୁ ସେକିବା କୁ ସହଜ ହୋଇଥାଏ । ରୁଟିକୁ ଗୋଲାଇବା ପରେ ତାହାକୁ ଏକ କପଡାରେ ଘୋଡାଇ କିଛି ସମୟ ପର୍ଯ୍ୟନ୍ତ ରଖି ଦିଅନ୍ତୁ। ୩୦ ମିନିଟ ପରେ ଏହାକୁ ପୁଣି ଥରେ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଗୋଳାଇ ଦିଅନ୍ତୁ ଏବଂ ଏହା ପରେ ରୁଟିକୁ ପ୍ରସ୍ତୁତ କରନ୍ତୁ।

କିଛି ଅଟା ନେଇ ତାହାକୁ ଗୋଲ ଗୋଲ କରି ଦିଅନ୍ତୁ । ଭଲ ରୁଟି ପ୍ରସ୍ତୁତ କରିବା ପାଇଁ ମଧ୍ୟ ଉପଯୁକ୍ତ ହିଟ୍ ଦରକାର ହୋଇଥାଏ ।
ରୁଟି କୁ ତାୱା ଉପରେ ରଖିବା ଆଗରୁ ତାୱା କୁ ଗରମ କରି ଦିଅନ୍ତୁ ଏହା ପରେ ଯେତେବେଳେ ଭଲ ଭାବରେ ତାୱା ଗରମ ହୋଇଯିବ ଆପଣ ତାହା ଉପରେ ରୁଟି କୁ ରଖନ୍ତୁ । ଆପଣ ରୁଟି କୁ ଯେତେ ଭଲ ଭାବରେ ବେଲିବେ ରୁଟି ସେହି ଅନୁସାରେ ଫୁଲିବ ଏବଂ ଭଲ ହେବ ଖାଇବାକୁ ।ଏହା ପରେ ତାକୁ ହାତରେ ଏପଟ ସେପଟ କରିଦିଅନ୍ତୁ ଏବଂ ଏହା ପରେ ତାକୁ ତାୱା ଉପରେ ପକାଇ ଗ୍ୟାସ କୁ ଟିକେ କମାଇ ଦିଅନ୍ତୁ ।ଏହା ପରେ ରୁଟି କି ଏପଟ ସେପଟ କରି ସେକୀଦିଅନ୍ତୁ ଏବଂ ଏହାପରେ ଆପଣଙ୍କର ରୁଟି ଫୁଲିବ ଆଉ ଖାଇବାକୁ ଭଲ ଲାଗିବ ।

Leave a Reply

Your email address will not be published. Required fields are marked *