November 22, 2024

Odia Express

Here, There and Everywhere

୧୪ରୁ ୩୦ ବର୍ଷ ପର୍ଯ୍ୟନ୍ତ ଲୋକ ନିଶ୍ଚୟ ଦେଖନ୍ତୁ ଏହି କଥା ଗୁଡିକ – ଏହି ୫ଟି କଥା ମାନିଲେ ଆପଣ ଜୀବନରେ ଆପେ ଆପେ ସଫଳ ହେଇଯିବେ..

1 min read

ଆଜି ଆମେ ୫ଟି କଥା ବିଷୟରେ ଆଲୋଚନା କରିବା।ଆପଣ ନିଜ କାମ ସହ ଏହି ୫ଟି କଥାକୁ ମନେ ରଖନ୍ତୁ। ପ୍ରଥମ ଉପଦେଶ:ବଡ଼ ଚିନ୍ତା କର କିନ୍ତୁ ଛୋଟରୁ ଆରମ୍ଭ କରିବାପାଇଁ ପ୍ରସ୍ତୁତ ରୁହ। ଏପରି ଘଟଣା ସମସ୍ତଙ୍କ ସହ ହୋଇଥିବ କି ସବୁକାମ ଏକା ସହ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ତାହା ଠିକ ସମୟରେ ସମ୍ପୂର୍ଣ୍ଣ ହୋଇପାରେ ନାହିଁ।ତେଣୁ ସବୁକାମକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି କରିବକଥା।ଆମେ ଜାଣିଲେକି ଲକ୍ଷ ବଡ ରଖ କିନ୍ତୁ ଛୋଟ ଛୋଟ କ୍ଷେତ୍ରରେ ଏହାର ପ୍ରୟୋଗ କରନ୍ତୁ।

ଦ୍ୱିତୀୟ ଉପଦେଶ: ସବୁଦିନ ବଡ କାର୍ଯ୍ୟର ଲକ୍ଷକୁ ପୁରା କର। ଏହାର ଅର୍ଥ, ସବୁଦିନ ଆମ ପାଖରେ ସୀମିତ ଶକ୍ତି ଥାଏ ସେଥିପାଇଁ ଆମକୁ ଏହାକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଦରକାର।ନହେଲେ୧ ୧୦ବର୍ଷ ପରେ ଆମେ କେତେ ଅଦରକାରୀ କାର୍ଯ୍ୟ କରିଛୁ ତାହା ଦେଖାଯିବ ନାହିଁ ବରଂ ଆମେ ନିଜ ଲକ୍ଷକୁ ହାସଲ କରିବା ପାଇଁ କେତେ ପରିଶ୍ରମ କରିଛୁ ତାହା ଦେଖାଯିବ।ଆମେ ନିଜର ଅଦରକାରୀ କାର୍ଯ୍ୟରେ ନିୟୋଜିତ କରୁଥିବା ସମୟକୁ ନିଜର ଲକ୍ଷ ହାସଲ କରିବାରେ ଅଧିକ ଧ୍ୟାନ ଓ ସମୟ ଦେବାକୁ ପଡିବ।ଏହାକୁ ଆପଣ ‘ଡ଼ମିନୋ ଇଫେକ୍ଟ’ ମଧ୍ୟ କହିପାରିବେ।ଏହାଦ୍ଵାରା ବଡ଼ରୁ ବଡ ଲକ୍ଷ ହାସଲ କରିପାରିବେ।

ତୃତୀୟ ଉପଦେଶ: ଦଶନ୍ଧିରେ ଲମ୍ବା ସମୟ ପର୍ଯ୍ୟନ୍ତ ବଡକାର୍ଯ୍ୟ ଭାବନ୍ତୁ। ଏହାର ଅର୍ଥ ଏହାଯେ କିଛି ବଡ ଲକ୍ଷ ହାସଲ କରିବାପାଇଁ ଆମକୁ ଲମ୍ବା ସମୟ ପାଇଁ ଭାବିବାକୁ ପଡିବ।ଅତିକମରେ ଦଶନ୍ଧି ବିଷୟରେ ଚିନ୍ତାକର।ଏଥିପାଇଁ ୧୦ରୁ ୧୨ବର୍ଷ ପର୍ଯ୍ୟନ୍ତ ସମୟ ଲାଗିବ ତାହା ୧-୨ବର୍ଷରେ ହାସଲ ହୋଇପାରିବନାହିଁ।ଟୋନି ରୋବିନସ୍ କୁହନ୍ତିକି, “ପ୍ରାୟ ଲୋକ ୧ବର୍ଷରେ କଣ କରିପାରିବେ ସେ ବିଷୟରେ ଅଧିକ ଭାବନ୍ତି, ଏବଂ ୨ରୁ ୩ ଦଶନ୍ଧିରେ କଣ କରିପାରିବେ ସେହି ବିଷୟରେ କମ ଚିନ୍ତା କରନ୍ତି।” ଏଥିପାଇଁ ଭଲ ହେବକି ଲମ୍ବା ସମୟରେ କଣ କରିପାରିବେ ସେହି ବିଷୟରେ ଚିନ୍ତା କରିବା ଦରକାର।

ଚତୁର୍ଥ ଉପଦେଶ : ନିଜ ଉପରେ ସଞ୍ଚୟ କରନ୍ତୁ। ବହୁତଥର ଆମକୁ ଏପରି ଲାଗେ କି ଆମେ ନିଜର କାର୍ଯ୍ୟପାଇଁ ଅଧିକ ସଞ୍ଚୟ ନଷ୍ଟ କରୁଛୁ କିନ୍ତୁ ଯେତେବେଳେ ଏହା ଭବିଷ୍ୟତରେ ଆମର କାମରେ ଉପଯୋଗୀ ବୋଲି ପ୍ରମାଣିତ ହେଉଛି।ତେବେ ଆମକୁ ନିଜର ପଦକ୍ଷେପ ଉଚିତ ଲାଗୁଛି।ଏବଂ ଆମକୁ ଏଥିରୁ ‘କଟିଙ୍ଗ ଏଡଜ’ ମଧ୍ୟ ମିଳେ।

ପଞ୍ଚମ ଉପଦେଶ: ନିଜ ସୀମା ବାହାରକୁ ଆସି ଭାବନ୍ତୁ।ଏହାର ଅର୍ଥ ହେଉଛିଯେ କେତେଥର ଆମେ କୌଣସି ବୃତ୍ତିରେ ଏପରି ମଗ୍ନ ହୋଇଯାଉ କି କଣ ଏହି କାର୍ଯ୍ୟକୁ କରିବା ଦ୍ଵାରା ଆମକୁ ସେତିକି ହିଁ ଫାଇଦା ମିଳିବ ଯାହା ଆମକୁ ଦରକାର।ଉଦାହରଣ ସ୍ଵରୂପ, ଯେବେ ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବେ ତେବେ ଆପଣ ଗୋଟିଏ ବିଷୟ ପାଇଁ ଏତେ ପଢ଼ନ୍ତିକି ସେହି ପରୀକ୍ଷାର ଅନ୍ୟ ବିଷୟସବୁକୁ ଭୁଲିଯାନ୍ତି କାରଣ ସେହି ବିଷୟ ଆପଣଙ୍କୁ ପସନ୍ଦ।ଯେଉଁଥିପାଇଁ ଆପଣଙ୍କ ପରୀକ୍ଷାଫଳ ପ୍ରଭାବିତ ହୁଏ।ଏହାର ଅର୍ଥ ଆମକୁ ୮୦% ଫଳ ୨୦%କାର୍ଯ୍ୟରୁ ମିଳିଥାଏ।ଏବଂ ଆମକୁ ସେହି ୨୦%କୁ ଖୋଜି ତା ପ୍ରତି ମନଧ୍ୟାନ ଦେଇ କାମ କରିବାକୁ ପଡିବ।ଏହାକୁ ‘ସ୍ମାର୍ଟ ୱର୍କ’ କୁହନ୍ତି।

ତେବେ ବନ୍ଧୁଗଣ ଆମେ ଆଜି ୫ଟି ମହତ୍ୱପୂର୍ଣ୍ଣ କଥା ଜାଣିଲେ ଯାହା ଆପଣଙ୍କୁ ନିଜ ଜୀବନରେ ବହୁତ ସାହାର୍ଯ୍ୟ କରିବ।ଯାହା ହେଉଛି:

୧) ବଡ଼ ଚିନ୍ତା କର କିନ୍ତୁ ଛୋଟରୁ ଆରମ୍ଭ କରିବାପାଇଁ ପ୍ରସ୍ତୁତ ରୁହ।

୨)ସବୁଦିନ ବଡ କାର୍ଯ୍ୟର ଲକ୍ଷକୁ ପୁରା କର।

୩)ଦଶନ୍ଧିରେ ଲମ୍ବା ସମୟ ପର୍ଯ୍ୟନ୍ତ ବଡକାର୍ଯ୍ୟ ଭାବନ୍ତୁ।

୪)ନିଜ ଉପରେ ସଞ୍ଚୟ କରନ୍ତୁ।

୫)ନିଜ ସୀମା ବାହାରକୁ ଆସି ଭାବନ୍ତୁ।

Leave a Reply

Your email address will not be published. Required fields are marked *