November 22, 2024

Odia Express

Here, There and Everywhere

ଭଗବାନ କୃଷ୍ଣଙ୍କ ହିସାବରେ କର୍ମ ଯୋଗ ଏବଂ ଜ୍ଞାନ ଯୋଗ ମଧ୍ୟରେ ଅନ୍ତର କଣ ରହିଛି..

ଭଗବତ୍ ଗୀତା ଏପରି ଏକ ପୌରାଣିକ ଗ୍ରନ୍ଥ ଯେଉଁଥିରେ ମନ୍ୟୁଷ ଜୀଵନ ତଥା ମୃତ୍ୟୁ ଏବଂ ତତ୍ ପଶ୍ଚାତ୍ ସମସ୍ତ ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି।କେଉଁ ମାର୍ଗ କୁ ଅନୁସରଣ କଲେ ଜଣେ ବ୍ୟକ୍ତି ମୋକ୍ଷ ମାର୍ଗରେ ଯାଇପାରିବ ଅର୍ଥାତ ପରମ ଧାମର ସୁଖ ଲାଭ କରିପାରିବ ସେହି ବିଷୟରେ ମଧ୍ୟ ଉଲ୍ଲେଖକରାଯାଇଛି।ଏହି ପରମ ଧାମର ସୁଖ ପାଇବାପାଇଁ କିଛି କର୍ମ କରିବାର ଆବଶ୍ୟକତା ମଧ୍ୟ ରହିଛି ସେହି ବିଷୟରେ ମଧ୍ୟ ଲେଖାଯାଇଛି।ଏହି ସମସ୍ତ ବିଷୟରେ ଗୀତାର ବିଭିନ୍ନ ଅଧ୍ୟାୟରେ ଲେଖା ଯାଇଛି।ସେହିପରି ଅଧ୍ୟାୟ ହେଉଛି କର୍ମଯୋଗ ଏବଂ ଜ୍ଞାନଯୋଗ।ତେବେ ଆସନ୍ତୁ ଜାଣିବା ଏହି ଅଧ୍ୟାୟରେ କଣ ସବୁ ଅନ୍ତର ରହିଛି।

ମହାଭାରତ ଯୁଦ୍ଧର ଆରମ୍ଭ ହେବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶମାନ ଦେଇଥିଲେ।ଏହି ଉପଦେଶ ହେଉଛି ଗୀତା ର ସ୍ୱରୂପ।ଏହାପରେ ଅର୍ଜ୍ଜୁନ ନିଜ ଆତ୍ମୀୟ ସ୍ୱଜନ ମାନଙ୍କୁ ମାରିବାକୁ ସସ୍ତ୍ର ଉଠାଇଥିଲେ।

ଏହା ସହ ଭଗବାନ ମୋକ୍ଷର ମାର୍ଗ ସମ୍ପର୍କରେ ମଧ୍ୟ କହିଥିଲେ ଭଗବାନଙ୍କ ଅନୁସାରେ ମନ୍ୟୁଷମାନଙ୍କୁ ଜ୍ଞାନୀ ହେବା ଆବଶ୍ୟକ ଏଥିପାଇଁ ପ୍ରଥମେ ଜ୍ଞାନଯୋଗ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।ତେଣୁ ଭଗବାନ କହିଥିଲେ ଯେ ଏହି ସମଗ୍ର ସଂସାର ତଥା ଏହି ଧରାପୃଷ୍ଠ ଆମେ ଯେଉଁଥିରେ ବାସ କରୁଛେ ତାହା ପରମାତ୍ମାଙ୍କ ଠାରୁ ସୃଷ୍ଟି ହେଇଛି ଏବଂ ଶେଷରେ ଏହା ପରମାତ୍ମାଙ୍କ ସହ ଲୀନ ହେବ।ଏହି ସମଗ୍ର ସଂସାର ପ୍ରକୃତି ରୁ ସୃଷ୍ଟି ହେଇଛି।ଶେଷରେ ଏହାର ମୂଳକାରଣ ଭଗବାନହିଁ ହେବେ।

ଜ୍ଞାନଯୋଗ ଅନୁସାରେ ଜ୍ଞାନ ହେଉଛି ତାହା ଯାହା ଦ୍ଵାରା ମନ୍ୟୁଷ ମୋକ୍ଷ ପ୍ରାପ୍ତିର ମାର୍ଗ ଜାଣିପାରିବ ଏବଂ ଏହା ସହ ସେ ଯେପରି ସେହି ପରମପିତା ତଥା ସେହି ପରମାତ୍ମାଙ୍କ ସହ ସମ୍ପୂର୍ଣ୍ଣ ଭାବେ ଲୀନ ହେଇପାରିବ।ଏହାକୁ ଜାଣିବାକୁ ହେଲେ ମନ୍ୟୁଷକୁ ପ୍ରକୃତି,ଆତ୍ମା ଏବଂ ଈଶ୍ୱରଙ୍କୁ ଜାଣିବାକୁ ପଡ଼ିବ ଯାହାଦ୍ୱାରା ସେ ନିଜର ଲକ୍ଷକୁ ହାସଲ କରିପାରିବ।ଗୀତାର ସପ୍ତମ ଅଧ୍ୟାୟରେ କୁହାଯାଇଛି ଯେ ଦୁଇ ପ୍ରକାରର ପ୍ରକୃତି ରହିଥାଏ।ପରା ଏବଂ ଅପରା ପ୍ରକୃତି।ଭଗବାନ ବିସ୍ତୃତ ଭାବେ କହିଛନ୍ତି ଯେ ପୃଥିବୀ,ଅଗ୍ନି,ବାୟୁ,ଜଳ,ମନ,ବୁଦ୍ଧି ଆଦି ପ୍ରକୃତି ଅପରା ତଥା ମୂଳ ପ୍ରକୃତି ଅଟେ।ପରାପ୍ରକୃତି ହେଉଛି ତାହା ଯାହା ଦ୍ୱାରା ସମଗ୍ର ସଂସାର ଧାରଣ କରାଯାଇଥାଏ।ଆତ୍ମାର ସ୍ୱରୂପ ସମ୍ପର୍କରେ ଭଗବାନ କହିଛନ୍ତି ଯେ ଆତ୍ମା ଅନିତ୍ୟ,ଆଜନ୍ମା ତଥା ସନାତନ ଅଟେ।ଏହାର ଆଦି ନାହିଁ ଅନ୍ତ ନାହିଁ।ଏହାର ବିଲୟ ମଧ୍ୟ ନାହିଁ।ଏହା କେବଳ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଯାଇଥାଏ।ଈଶ୍ୱର ଅତ୍ୟନ୍ତ ସୂକ୍ଷ୍ମ ହେଇଥାନ୍ତି।ତାଙ୍କର ଧ୍ୟାନ ଫଳରେହିଁ ମୋକ୍ଷର ପ୍ରାପ୍ତି ହେଇଥାଏ।

କର୍ମଯୋଗ ବିଷୟରେ ଗୀତାର ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି।ପ୍ରତ୍ୟେକ ମନ୍ୟୁଷ ସର୍ବଦା କିଛି କର୍ମ କରିଥାଏ ତାର ଇଚ୍ଛା ହେଉ କି ନ ହେଉ।ଯଦି କୌଣସି ବ୍ୟକ୍ତି ନିଦ୍ରାରେ ରହିଛି ତେବେ ସେ ମଧ୍ୟ କର୍ମ କରୁଛି।ଯଦି କେହି ବ୍ୟକ୍ତି କିଛି କରୁନାହିଁ ତେବେ ମଧ୍ୟ ସେ କିଛି କର୍ମ କରୁଛି।ଅର୍ଥାତ ବଞ୍ଚି ରହିବାର କର୍ମ କରୁଛି।ଖାଇବ,ଶୋଇବା,ହୃତସ୍ପନ୍ଦନ ହେବା ଆଦି ସବୁ କର୍ମର ଅଂଶବିଶେଷ।ତେଣୁ ସମସ୍ତ ବ୍ୟକ୍ତି ସର୍ବଦା କିଛି କର୍ମ କରିଥାନ୍ତି।ମାତ୍ର ଯେଉଁ ବ୍ୟକ୍ତି ନିଜର ସମସ୍ତ ଇନ୍ଦ୍ରିୟକୁ ଜୟକରି ଅନାଶକ୍ତ ଭାବେ କର୍ମ କରିଥାଏ ସେ ହିଁ ଶ୍ରେଷ୍ଠ କର୍ମ କରିଥାଏ।

ଧର୍ମଶାସ୍ତ୍ର ଅନୁସାରେ ପ୍ରତ୍ୟକବ୍ୟକ୍ତି ପାଇଁ କିଛି ନିର୍ଦିଷ୍ଟ କର୍ମ ରହିଥାଏ।କର୍ମ ପ୍ରତ୍ୟକ ବ୍ୟକ୍ତିଙ୍କର ଜନ୍ମ ସହିତ ସଂଶ୍ଲିଷ୍ଟ ରହିଥାଏ।ଆସକ୍ତିରହିତ କର୍ମ ଦ୍ୱାରା ହିଁ ପ୍ରତ୍ୟକବ୍ୟକ୍ତି ପରମାତ୍ମାଙ୍କ ସହ ମିଶିପାରିବେ।ଜ୍ଞାନ ଏବଂ କର୍ମଯୋଗ ସହ ଭକ୍ତିଯୋଗର ର ମଧ୍ୟ ଆବଶ୍ୟକତା ରହିଛି।ନିଷ୍କାମ କର୍ମ କେବଳ ଭକ୍ତି ମାଧ୍ୟମରେ ସାଧିତ ହେଇପାରେ।ତେଣୁ ଗୀତର ଦ୍ୱାଦଶ ଅଧ୍ୟାୟରେ ଭକ୍ତିଯୋଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।ଯେଉଁମାନେ ଭଗବାନଙ୍କୁ ଶୁଦ୍ଧଚିତ୍ତରେ ଆରଧନା କରିଥାନ୍ତି ସେହି ମାନେ ଯୋଗୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯୋଗୀ ହେଇଥାନ୍ତି।ଈଶ୍ୱରଙ୍କ ରୂପ ହେଉଛି ସମଗ୍ର ବିଶ୍ୱର୍ ରୂପ।ତେଣୁ ସେହି ଈଶ୍ୱରଙ୍କ ଗୋଟିଏ ରୂପକୁ ଯେଉଁବ୍ୟକ୍ତି ଆରଧନା କରିଥାଏ ସେହି ବ୍ୟକ୍ତି ମୋକ୍ଷ ପ୍ରାପ୍ତି କରିଥାଏ ।

Leave a Reply

Your email address will not be published. Required fields are marked *