ଏହି ପତ୍ରକୁ ଯଦି ଆପଣ ନିଜ ଘରେ ଲୁଚେଇକି ରଖିଦେବେ ତାହେଲେ ମଶାମାନେ ଆପଣଙ୍କ ଘରଠୁ ୧୦୦ଫୁଟ ଦୂରରେ ରହିବେ
ଆମମାନଙ୍କୁ ବହୁତ୍ ସମୟ ଏହି ମଶାମାନଙ୍କ ପାଇଁ ହଇରାଣ ହେବାକୁ ପଡିଥାଏ । ଯେଉଁଥିପାଇଁ ବି ମଧ୍ୟ ମଶା ନ ହେବା ପାଇଁ ଆମେ ବହୁତ୍ ପ୍ରକାରର ଉପାୟ ଅବଲମ୍ବନ କରିଥାଉ । ହେଲେ ସେ ସବୁ କିଣିବା ପାଇଁ ଆମକୁ ଅର୍ଥ ଦେବାକୁ ପଡିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ତରିକା କହିବୁ ଯଦି ଆପଣ ସେମିତି କରିବେ ତାହେଲେ ମଶା ମାନେ ଆପଣଙ୍କ ଘରଠୁ ୧୦୦ ଫୁଟ ଦୂରରେ ରହିବେ ଏବଂ ଏହି ଉପାୟକୁ ଆପଣେଇବା ପାଇଁ ଆମକୁ ଟିକେ ବି ଖର୍ଚ୍ଚ କରିବାକୁ ପଡିବନାହିଁ ।
ମଶାକୁ ମାରିବା ପାଇଁ ବଜାରରେ ବହୁତ୍ ପ୍ରକାରର ଜିନିଷ ସବୁ ମିଳିଥାଏ ଯେମିତିକି ମଶା ଧୂପ ,ଲିକୁଇଡ ଯାହାକୁ ବ୍ୟବହାର କରିବା ଦ୍ଵାରା ମଧ୍ୟ ମଶାମାନେ ମାରିଯାଆନ୍ତି ହେଲେ କଣ ଆପଣ ମାନେ ଜାଣିଛନ୍ତିକି ଏଥିରେ ଏକ ପ୍ରକାରର ରାସାୟନିକ ପଦାର୍ଥ ମିଶିଥାଏ ଯାହାର ନାମ ହେଉଛି ଡି ଏଥିଲିନ ଯେଉଁଟାକି ବହୁତ୍ ଦେଶ ଯେମିତିକି ଆମେରିକା ଭଳି ଦେଶରେ ଏହାର ବ୍ୟବହାର କୁ ନିଷେଧ ହୋଇଛି ଯେଉଁଟାକୁ ଆମେ ବ୍ୟବହାର କରୁଛୁ ଆମ ଘରେ ।
ଏହାର ବହୁଳ ବ୍ୟବହାର କରିବା ଦ୍ଵାରା ମଣିଷକୁ କ୍ୟାନ୍ସର ଭଳି ରୋଗ ହୋଇଥାଏ । କିନ୍ତୁ ଆମେମାନେ କଣ କରୁ କି ଛୋଟ ପିଲା ଶୋଇବା ବେଳେ ଆମେ ସେହି ଜିନିଷକୁ ହିଁ ବ୍ୟବହାର କରିଥାଉ । ଆମମାନଙ୍କୁ ଜଣାନାହିଁ ସେହି ଜିନିଷଟି କେଉଁଥିରୁ ପ୍ରସ୍ତୁତ ହେଉଛି ଏବଂ ତାହାର ବହୁଳ ବ୍ୟବହାର କଲେ କଣ ହେବ ସେଥି ପାଇଁ ଆମେମାନେ ସେହି ଜିନିଷକୁ କିଣିଥାଉ ଏବଂ ବ୍ୟବହାର କରିଥାଏ ।
ତ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି । ଏଥିପାଇଁ ଆପଣ ଙ୍କୁ କେବଳ ପିଆଜ ଏବଂ ନିମ୍ବ ପତ୍ର ଦରକାର । ନିମ୍ବ ପତ୍ର ଆମ ଭାରତର ସବୁଆଡେ ଅତି ସହଜରେ ମିଳିଯାଇଥାଏ । ଆମକୁ ପ୍ରଥମେ ୩ରୁ ୪ଟା ନିମ୍ବ ପତ୍ର ଆଣନ୍ତୁ ଏବଂ ଏହାପରେ ତାକୁ ଦୁଇଟି ଭାଗରେ ବିଭକ୍ତ କରିଦିଅନ୍ତୁ । ଏହାପରେ ସେହି କଟା ହୋଇଥିବା ପତ୍ରକୁ ଧୋଇଦିଅନ୍ତୁ ଯଦି ସେଥିରେ ଧୂଳି ଲାଗିଥାଏ ତାହେଲେ ତାହା ସଫା ହେଇଯିବ । ଏହାପରେ ସେହି ପତ୍ରକୁ ନେଇକି ଘରର ସବୁ କଣରେ ପକାଇ ଦିଅନ୍ତୁ ଏହାଦ୍ଵାରା ସେହି ପାତ୍ରର ବାସ୍ନା ମଶା ମାନଙ୍କୁ ହଇରାଣ କରିବ ଯାହା ଫଳରେ ସେମାନେ ଘରୁ ବାହାରକୁ ପଳେଇବେ ଆଉ ବାହାରର ମଶା ବି ଭିତରକୁ ଆସିବେନି ।
ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟଟି କଣ । ଆପଣଙ୍କୁ ଏକ ପିଆଜ ଦରକାର । ଆପଣ ଏକ ପିଆଜ ଆଣନ୍ତୂ ଏହାପରେ ଏହାକୁ କାଟି କି ସେଥି ମଧ୍ୟରୁ ତାର ରସକୁ କାଢି ଆପଣ ସୋଉଥିବା ଖଟର ଚାରିଆଡ଼େ ପକାଇଦିଅନ୍ତୁ ତାପରେ ଏହି ପିଆଜ ରସର ଗନ୍ଧ ମଶା ମାନଙ୍କୁ ଟିକେ ବି ପସନ୍ଦ ନୁହେଁ , ଏଥିପାଇଁ ବି ମଧ୍ୟ ମଶାମାନେ ସେହି ସ୍ଥାନକୁ ଆସିନଥାନ୍ତି ଆଉ ଯିଏ ଆସିଥାନ୍ତି ସେମାନେ ପଳାଇଯାଆନ୍ତି ।
ଆସନ୍ତୁ ଜାଣିବା ଅନ୍ୟ ଏକ ଉପାୟ ସଂପର୍କରେ । ଏହି ଉପାୟ ଅନୁସାରେ ଆପଣଙ୍କୁ ତେଜ ପତ୍ରର ଆବଶ୍ୟକତା ପଡ଼ିବ । ପ୍ରଥମେ ଏକ ତେଜପତ୍ର ଆଣନ୍ତୁ ଏହାପରେ ଏହି ପତ୍ର ଉପରେ ଟିକେ ନିମ୍ବ ରସ ପକାଇଦିଅନ୍ତୁ ଏବଂ ଏହାପରେ ସେହି ତେଜ ପତ୍ର କୁ ଜାଳି ଦିଅନ୍ତୁ । ସେଥିରୁ ଯେଉଁ ଧୂଆଁ ବାହାରିବ ସେହି ଧୂଆଁରେ ମଶା ଆଉ ରହିବେ ନାହିଁ ପଳେଇବେ ଏବଂ ସେହି ଧୂଆଁଟି ମଧ୍ୟ ଆମ ପାଇଁ ହିତକାରକ ।