ଅପରିଷ୍କାର ତଥା ହଳଦିଆ ପଡ଼ିଯାଇଥିବା ଦାନ୍ତକୁ ସଫା ତଥା ଚମକଦାର ବନାନ୍ତୁ – ଏହି ଉପାୟ କେହି କେବେ ଆପଣଙ୍କୁ କହିନଥିବେ..
ଅନେକଲୋକଙ୍କର ଦାନ୍ତ ଜନିତ ସମସ୍ୟା ଅନେକ ରହିଥାଏ।ଅନେକଙ୍କର ଦାନ୍ତ ହଳଦିଆ ପଡ଼ିଯିବା ସହ ପାଟିରୁ ଅନେକ ଦୁର୍ଗନ୍ଧ ମଧ୍ୟ ଆସିଥାଏ।ଅନେକଙ୍କର ଦାନ୍ତରେ କ୍ୟାଭିଟି ପାଇଁ ଛିଦ୍ର ମଧ୍ୟ ହେଇଯାଇଥାଏ।ଦାନ୍ତରେ ବିଭିନ୍ନ ଜୀବାଣୁମାନେ ମଧ୍ୟ ରହିଥାନ୍ତି ଯାହା ଫଳରେ ଅନେକ ଯନ୍ତ୍ରଣା ମଧ୍ୟ ହେଇଥାଏ।ମାତ୍ର ଏପରି ଏକ ଉପାୟ ଅଛି ଯାହା ଫଳରେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେଇଯିବ ଏବଂ ଆପଣ ଯନ୍ତ୍ରଣାମୁକ୍ତ ମଧ୍ୟ ହେଇଯିବେ ଆପଣ ତ ଅନେକ ଉପଚାର ବିଷୟରେ ଜାଣିଥିବେ ଯାହାକି କେବଳ ଆପଣଙ୍କ ଦାନ୍ତକୁ ସଫା କରିଥାଏ।ମାତ୍ର ଏହି ଉପଚାର ଯାହାକୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହାକୁ ପ୍ରୟୋଗ କରିବାଦ୍ୱାରା ଆପଣ ସମସ୍ତ ସମସ୍ୟାରୁ ମୁକ୍ତ ହେଇଯିବେ।
ଆପଣଙ୍କ ଦାନ୍ତ ଯଦି ଥରେ ହଳଦିଆ ପଡ଼ିଯିବ ତେବେ ପୁନର୍ବାର ଏହା ଧଳାପଡିବାରେ ଅନେକ ସମୟ ଲାଗିବ।ଦାନ୍ତ ହଳଦିଆ ହେବାଦ୍ୱାରା ଆପଣଙ୍କର ଅନେକ ଅସୁବିଧା ହେଇଥାଏ।ଯଦି ଆପଣ ବାହାରକୁ ଯାଉଛନ୍ତି ହଳଦିଆ ପଡିଯାଇଥିବା ଦାନ୍ତକୁ ସଫା କରିବା ପାଇଁ ତେବେ ଆପଣ ଅନେକମାତ୍ରାରେ ଖର୍ଚ୍ଚ କରିବାକୁ ପଡିବ।ମାତ୍ର ଘରୋଇ ଉପଚାର ମାଧ୍ୟମରେ ଉପରୋକ୍ତ ସମସ୍ତ ସମ୍ୟସା ଠାରୁ ମୁକ୍ତି ପାଇପାରିବେ।
ଏହି ଉପଚାରରେ ପ୍ରଥମେ ଚିମୁଟାଏ ହଳଦୀଗୁଣ୍ଡ ନିଅନ୍ତୁ।ସାଧାରଣତଃ ବଜାରରେ ହଳଦୀଗୁଣ୍ଡ ପ୍ୟାକେଟ ମିଳିଯିବ।ମାତ୍ର ଆପଣଙ୍କୁ ଖଣ୍ଡ ହଳଦୀ ଆଣିବାର ଅଛି।ଏହାକୁ କାଟି ଗୁଣ୍ଡ କରିବାର୍ ଅଛି।
ବଜାରରେ ମିଳୁଥିବା ସେହି ହଳଦୀ ଆଦୌ ଶୁଦ୍ଧ ହେଇ ନଥାଏ।ମାତ୍ର ଘରେ ପ୍ରସ୍ତୁତ ହେଇଥିବା ହଳଦୀଗୁଣ୍ଡ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ ହେଇଥାଏ।ଏହାପରେ ଅଧା ଚାମଚ ସୋରିଷ ତେଲ ମଧ୍ୟ ମିଶାନ୍ତୁ।ବଜାରରେ ତ ଅନେକ ସୋରିଷ ତେଲ ରହିଛି।ମାତ୍ର ଯେଉଁ ତେଲ ଆନିବେ ତାହା ଭଲ ହେଇଥିବା ଦରକାର।ଫଳରେ ଆପଣ ଅତିଶୀଘ୍ର ସୁଫଳ ପାଇପାରିବେ।ଏହାପରେ ଚିମୁଟାଏ ଲୁଣ ପକାନ୍ତୁ।ହଳଦୀରେ ଏପରି କିଛି ତତ୍ତ୍ୱ ରହିଛି ଯେ ହଳଦୀ ଦ୍ଵାରା ଦାନ୍ତର ସମସ୍ତ ଜୀବାଣୁ ନଷ୍ଟ ହେଇଯିବା ସହ ଦାନ୍ତର ସମସ୍ତ ଯନ୍ତ୍ରଣା ମଧ୍ୟ କମିଯାଏ।ସୋରିଷ ତେଲରେ ମଧ୍ୟ ଉପାଦେୟ ଗୁଣ କିଛି ରହିଥାଏ।ଲୁଣରେ ମଧ୍ୟ ଏପରି କିଛି ଉପାଦାନ ରହିଛି ଯାହାଫଳରେ ଆପଣଙ୍କ ମାଢିକୁ ଏହା ମଜବୁତ କରାଇଥାଏ।
ତେଣୁ ଯଦି ଆପଣ ଏହି ମିଶ୍ରଣ ଅର୍ଥାତ ହଳଦୀଗୁଣ୍ଡ,ସୋରିଷ ତେଲକୁ ଲଗେଇବେ ତେବେ ଆପଙ୍କ ହଳଦିଆ ଦାନ୍ତ ଭଲହେବା ସହ ଆପଣଙ୍କ ଯନ୍ତ୍ରଣା ମଧ୍ୟ ଉପଶମ ହେଇଯିବ।ଏହା ସହ ଆପଣଙ୍କ ସମସ୍ତ ଜୀବାଣୁଙ୍କୁ ମଧ୍ୟ ଏହା ମାରିଦେଵ।
ଆପଣମାନେ ତୁଳସୀ ଗଛକୁ ତ ସମସ୍ତ ଦେଖିଥିବେ।ତୁଳସୀ ଗଛର ଦୁଇ କିମ୍ବା ତିନିଟି ପତ୍ର ସହିତ ଏହାର ଫୁଲକୁ ଛୋଟ ଛୋଟ ଛୋଟ କାଟି ଭଲଭାବେ ଗ୍ରାଇଣ୍ଡିଙ୍ଗ କରି ଏକ ଚୂର୍ଣ୍ଣ ପ୍ରସ୍ତୁତ କରି ସେହି ମିଶ୍ରଣ ଅର୍ଥାତ ହଳଦୀଗୁଣ୍ଡ,ସୋରିଷ ତେଲ ଏବଂ ଲୁଣ ଆଦି ସମସ୍ତ ଉପାଦାନ କୁ ମିଶେଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ।ଯଦି ଏହାକୁ ଗୋଟିଏ ଦିନରେ ଥରେ ମଧ୍ୟ ବ୍ୟବହାର କଲେ ମଧ୍ୟ ସୁଫଳ ପାଇପାରିବେ।ଏହାଦ୍ୱାରା ଆପଣଙ୍କ ହଳଦିଆ ପଡିଯାଇଥିବା ଦାନ୍ତ ସଫା ହେଇଯିବା ସହ ଆପଣଙ୍କର ମୁଁହଁରୁ ଦୁର୍ଗନ୍ଧ ଆସିବ ନାହିଁ,କୌଣସି ଜୀବାଣୁ ରହିବେ ନାଂହିଁ।ଆପଣଙ୍କର ସମସ୍ତ ଯନ୍ତ୍ରଣା ଲାଘବ ହେଇଯିବ। ଏହା ସହ ଆପଣଙ୍କ ମାଢ଼ି ମଧ୍ୟ ସୁଦୃଢ଼ ହେବ।ଆପଣଙ୍କର କ୍ୟାଭିଟି ଆଉ ରହିବ ନାହିଁ ଦାନ୍ତ ମୋତିପାରି ଚମକିବ।