ଆପଣଙ୍କ ଦାନ୍ତ ମଧ୍ୟରେ କଣ ଫାଙ୍କ ଅଛି କି,ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିପାରେ…
ଆପଣମାନେ ଜାଣନ୍ତି ଯେ ଭାରତୀଯ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ତଥା ଅଶୁଭକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ।ଜ୍ୟୋତିଷ ଶାସ୍ତ୍ର ଏତେ ସମୃଦ୍ଧ ଯେ ପ୍ରତ୍ୟେକ ଘଟଣା ପଛରେ ଥିବା କାରଣ ସମ୍ବନ୍ଧରେ ବିସ୍ତାର ଭାବେ ବର୍ଣ୍ଣିତ ହେଇଛି।ଆମ ଆଖପାଖରେ ଘଟୁଥିବା ଘଟଣା ଆମର ଭବିଷ୍ୟତ ସହ ସଂଶ୍ଲିଷ୍ଟ ରହିଛି।ଆମ ଶରୀରରେ ଥିବା ବିଭିନ୍ନ ଚିନ୍ହ ତଥା ବିଭିନ୍ନ କଳାଯାଇର ମଧ୍ୟ କିଛି କାରଣ ରହିଛି।ଈଶ୍ୱର ମନ୍ୟୁଷମାନଙ୍କର ଶରୀରର ଅଙ୍ଗ,ତଥା ରଙ୍ଗରୂପ,ସ୍ୱାଭାବ ଆଦିରେ ପ୍ରଭେଦତା ରଖିଛନ୍ତି।ପ୍ରତ୍ୟେକ ମନ୍ୟୁଷ ସମାନ ନୁହେଁ।ସମସ୍ତଙ୍କ ମଧ୍ୟରେ କିଛି ପ୍ରଭେଦତା ରହିଛି।ସମୁଦ୍ରଶାସ୍ତ୍ର ଯାହାକି ବୈଦିକ ସଂସ୍କୃତିର ଏକ ଅଂଶବିଶେଷ।ଏହି ଶାସ୍ତ୍ରରେ ଶରୀରରେ ଥିବା ବିଭିନ୍ନ ଚିନ୍ହ ତଥା କଳାଜାଇ ଦ୍ଵାରା ବ୍ୟକ୍ତିର ଅତୀତ,ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ସମ୍ପୂର୍ଣ୍ଣ ଭାବେ କୁହାଯାଇପାରେ।ଆମ ଦେହରେ ମଧ୍ୟ ଅନେକ ଗୁଡ଼ିଏ ଚିନ୍ହ ରହିଥାଏ।ଏହା ମଧ୍ୟରୁ କିଛି ଶୁଭ ତଥା ଅଶୁଭ ର ପ୍ରତୀକ ହେଇଥାଏ।ଆସନ୍ତୁ ଜାଣିବା ଶରୀରରେ ଥିବା ଏପରି କିଛି ଚିନ୍ହଗୁଡ଼ିକ ବିଷୟରେ ଯାହାର ସିଧାସଳଖ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ।ଏହା ଆମ ପାଇଁ ଶୁଭ ହେଇଥାଏ।ତେବେ ଚାଲନ୍ତୁ ଜାଣିବା।
ପ୍ରଥମେ ଜାଣିବା ଆମ ଶରୀରର ଗଠନ ଶୈଳୀ ତଥା ଅଙ୍ଗପ୍ରତ୍ୟଙ୍ଗ ବିଷୟରେ।ଯେଉଁମାନଙ୍କର ଚେହେରା ଗୋଲ ହେଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି।
ସେମାନେ ଜୀବନରେ ଅନେକ ସଫଳତା ପାଇବା ସହ ଭଲ ଜୀବନସାଥୀ ମଧ୍ୟ ପାଇଥାନ୍ତି।ମଧ୍ୟମ ଉଚ୍ଚତା ବିଶିଷ୍ଟ ଲୋକମଧ୍ୟ ଜୀଵନରେ ଅନେକ କିଛି ହାସଲ କରିପାରନ୍ତି।ଲମ୍ବାନାକ ଏବଂ ତା ଉପରେ ଜଳାଯାଇ ରହିବା ମଧ୍ୟ ଅତ୍ୟନ୍ତ ଶୁଭ ହେଇଥାଏ।ଯେଉଁ ବ୍ୟକ୍ତିଙ୍କର ସାମାନ୍ୟଠାରୁ ବଡ଼ କାନ ହେଇଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି।ଚଉଡା ମଥାରେ ଥିବା ରେଖା ମଧ୍ୟ ଶୁଭ ହେଇଥାଏ।ସାଧାରଣତଃ ଚନ୍ଦା ହେବା ଦ୍ବାରା ବ୍ୟକ୍ତି ଅସୁନ୍ଦର ଦେଖାଯାଇଥାଏ।ମାତ୍ର ଜ୍ୟୋତିଷଶାସ୍ତ୍ର ଅନୁସାରେ ସେହି ବ୍ୟକ୍ତିମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି।ମହିଳାମାନଙ୍କର ମଥା ଲମ୍ବା ହେବା ମଧ୍ୟ ଶୁଭ ହେଇଥାଏ।ଏହା ସହ ଶରୀରରେ ଥିବା କଳାଜାଇ ଦ୍ବାରା ମଧ୍ୟ ଆମର ଅନେକ ଶୁଭ ହେଇଥାଏ।
ଯେପରିକି ଯଦି କପାଳର ମଝାମଝି ଯଦି କଳାଯାଇ ରୁହେ ତେବେ ସେହି ଲୋକ ଅତ୍ୟନ୍ତ ଭାଗ୍ୟଶାଳୀ ହୁଏ।ଯଦି ଆପଣଙ୍କ ପାପୁଲି,ଡାହାଣ ଆଖି କିମ୍ବା ଡାହାଣ ଗାଲ ଉପରେ କଳାଯାଇ ଥାଏ ତେବେ ତାହା ଅତ୍ୟନ୍ତ ଖାସ୍ ହେଇଥାଏ।ମୋତିପରି ଚମକୁଥିବା ଦାନ୍ତ କାହାକୁ ଅବା ପସନ୍ଦ ନୁହେଁ।କିନ୍ତୁ ଯେଉଁମାନଙ୍କର ଦାନ୍ତ ମଧ୍ୟରେ ଫାଙ୍କ ରହିଥାଏ ସେହି ବ୍ୟକ୍ତିମାନେ ସୌଭାଗ୍ୟଶାଳୀ ହେଇଥାନ୍ତି।ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କର ଦାନ୍ତ ସାମ୍ନାକୁ ବାହାରି ଥାଏ ସେହି ଲୋକମାନେ ସାଧାରଣତଃ ଜିଦିଆ ସ୍ୱଭାବର ଲୋକ ହେଇଥାନ୍ତି।ସେହି ଲୋକମାନେ ଭାଗ୍ୟଶାଳୀ ମଧ୍ୟ ହେଇଥାନ୍ତି।
ଯଦି ଜଣେ ଲୋକର ପାପୁଲି ଅତ୍ୟନ୍ତ କୋମଳ ହେଇଥାଏ ଅବା ସେଥିରେ ପଡ଼ିଥିବା ରେଖା ଗୁଡ଼ିକ ମଧ୍ୟ ସ୍ପଷ୍ଟ ଭାବରେ ଦେଖା ଯାଏ ତେବେ ସେହି ଲୋକ ଭାଗ୍ୟଶାଳୀ ହେଇଥାଏ।ପାପୁଲିରେ ତ୍ରିଭୁଜକାର ଚିନ୍ହ ମଧ୍ୟ ଶୁଭ ସଂକେତର ଏକ ଚିନ୍ହ ଅଟେ।ଲମ୍ବା ଏବଂ ପତଳା ଆଙ୍ଗୁଳି ମଧ୍ୟ ଭାଗ୍ୟଶାଳୀ ହେବାର ସଂକେତ।
ଯେଉଁ ବ୍ୟକ୍ତିଙ୍କର ନାଭି ମଧ୍ୟ ଘେରିକରି ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି।ବ୍ୟକ୍ତିର ଆଖିଦେଖି ମଧ୍ୟ ତାର ବ୍ୟକ୍ତିତ୍ୱ ବିଷୟରେ ଜାଣି ହେଇଥାଏ।ଯେଉଁମାନଙ୍କର ଆଖି ବଡ଼ ଏବଂ ଘେରେଇ ହେଇ ଥାଏ ସେମାନେ ଧନଶାଳୀ ହେଇଥାନ୍ତି।ସେହିପରି ଯେଉଁମାନଙ୍କର ଆଖି ଅତ୍ୟନ୍ତ ଘନ ହେଇଥାଏ ତଥା ସେମାନଙ୍କର ଡୋଳା ପାଖାପାଖି ହେଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି।ଏହା ଥିଲା ଆପଣଙ୍କ ଶରୀରରେ ଥିବା ବିଭିନ୍ନ ଚିନ୍ହ ସମ୍ପର୍କରେ ଏବଂ ଏହା କିପରି ଭାବେ ଆପଣଙ୍କ ଜୀବନରେ ପ୍ରଭାବ ପକେଇଥାଏ,ସେହି ବିଷୟରେ ଆପଣ ବିସ୍ତୃତ ଭାବେ ଜାଣିପାରିଲେ।