ତୁଳସୀ ଗଛ ପାଖରେ ଭୁଲରେ ଏହି ଜିନିଷ ରଖନ୍ତୁ ନାହିଁ ଏହା ପରିବାରରେ ଅଶାନ୍ତି ଆଣିଥାଏ
ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ଗଛ ବୋଲି ମାନିଥାନ୍ତି । ଯେଉଁ ଘରେ ତୁଳସୀ ଗଛ ରହିଥାଏ ଏବଂ ଯେଉଁଠାରେ ତୁଳସୀ ଗଛ ପୂଜା ହୋଇଥାଏ । ଏହି ଘର ଠାରୁ ଅଶାନ୍ତି ଏବଂ ଦରିଦ୍ରତା ବହୁତ ଦୂରରେ ରହିଥାଏ । କାରଣ ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ଦେବୀ ଦେବତା ବାସ କରିଥାନ୍ତି । ତୁଳସୀ ଏମିତି ଗୋଟିଏ ଗଛ ଯାହା ବିଷୟରେ ବୈଜ୍ଞାନିକ ଏବଂ ଧାର୍ମିକ ସବୁ ଦୃଷ୍ଟିରୁ ଏହାକୁ ପବିତ୍ର ବୋଲି ମାନିଥାନ୍ତି । ସବୁଦିନେ ତୁଳସୀ ପତ୍ର ଖାଇବା ଦ୍ୱାରା ଲୋକ ମାନେ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପାଇଥାନ୍ତି । ଯେଉଁ ଘରର ମହିଳା ମାନେ ନୀତି ଦିନ ସକାଳୁ ଉଠି ଗାଧୋଇସାରି ତୁଳସୀ ଗଛକୁ ପୂଜା କରି ଜଳ ଦେଇଥାନ୍ତି ଏହି ମହିଳା ମାନେ ସବୁବେଳେ ସୁହାଗିନୀ ରହିଥାନ୍ତି ଏବଂ ଏହି ପୁଣ୍ୟ କାରଣ ପାଇଁ ଘରକୁ ସୁଖ ଶାନ୍ତି ଆସିଥାଏ । ସମୃଦ୍ଧି ମଧ୍ୟ ଆସିଥାଏ । ଏବଂ ଯେଉଁ ଘରର ମହିଳା ମାନେ ତୁଳସୀ ପୂଜା କରନ୍ତିନି ଏହି ଘରେ ସବୁବେଳେ ଦୁଃଖ ଏବଂ ଅଶାନ୍ତି ଲାଗିରହିଥାଏ । ଏବଂ ସବୁବେଳେ ଚିନ୍ତାରେ ରହିଥାନ୍ତି ।
ଶାସ୍ତ୍ରରେ ତୁଳସୀ ଗଛକୁ ପବିତ୍ର ଗଛ ବୋଲି ମାନିଥାନ୍ତି । ସେଥିପାଇଁ ତୁଳସୀ ଗଛ ପାଖରେ କିଛି ଜିନିଷ ରହିବ ବହୁତ ଅଶୁଭ ବୋଲି ଧରାଯାଏ । ତୁଳସୀ ଗଛ ଘରେ ସକାରତ୍ମକ ଭାବ ପ୍ରୟୋଗ କରିଥାଏ । ଏହାକୁ ଯଦି ଠିକ ଜାଗା ଏବଂ ଠିକ ଦିଗରେ ନ ରଖନ୍ତି ତାହେଲେ ଏହା ଅସୁଭର ସଂକେତ ବୋଲି ଧରାଯାଏ । ଜାଣନ୍ତୁ ତୁଳସୀ ଗଛ ପାଖରେ କଣ ନରଖିବା ଦରକାର ଏବଂ କେଉଁ ସ୍ଥାନରେ ରଖିବା ଆବଶ୍ୟକ । ତୁଳସୀ ଗଛ ଗୁରୁବାର ଦିନ ଲଗେଇବା ଆବଶ୍ୟକ । ଏହା ଶୁଭ ଫଳ ଦେଇଥାଏ । ଅନ୍ୟ କୋଉ ଦିନ ତୁଳସୀ ଗଛ ଘରକୁ ଆଣିଲେ କିନ୍ତୁ କେଶଳ ଗୁରୁବାରରେ କେବଳ ଲଗାନ୍ତୁ । ଲଗେଇ ସରିବା ପରେ ଏହାକୁ ପୂଜା କରି ଜଳ ଦେବା ଆବଶ୍ୟକ । ଘରର ସାମ୍ନାରେ ତୁଳସୀ ଗଛ ରହିବ ଆବଶ୍ୟକ ।
ତୁଳସୀ ଗଛକୁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇବା ଆବଶ୍ୟକ । ଯଦି ଏହି ଗଛ ମୁଖ୍ୟ ଦ୍ୱାର ସମ୍ମୁଖରେ ରହିଥାଏ ଏହା ବହୁତ ଶୁଭ ଫଳ ମିଳିଥାଏ । ସକାଳୁ ଉଠିବ ପରେ ତୁଳସୀ ଗଛ ଦର୍ଶନ କରିବା ବହୁତ ଶୁଭ ହୋଇଥାଏ । ତୁଳସୀ ଗଛରୁ ବାହାରୁଥିବା ସକାରାତ୍ମକ ଏନର୍ଜୀ ଦ୍ୱାରା ବ୍ୟକ୍ତିର ଉପରେ ପ୍ରଭାବ ପକାଇଥାଏ । ଏବଂ ସବୁ କାମ ପୁରା ହୋଇଯାଇଥାଏ । ୪ଟା ବେଳେ ତୁଳସୀ ଗଛ ସମ୍ମୁଖରେ ଘିଅ ଦୀପ ନିଶ୍ଚୟ ଲଗାନ୍ତୁ । ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଦୀପ ଅନ୍ଧାରକୁ ନଷ୍ଟ କରି ଆଲୋକିତ କରିଥାଏ । ଦୀପ ସମୃଦ୍ଧିର ପ୍ରତୀକ ଅଟେ । ଏହାକୁ ଯଦି ଆପଣ ତୁଳସୀ ଗଛ ପାଖରେ ଲାଗନ୍ତି ତାହେଲେ ଏହା ୨ ଗୁଣ ଅଧିକ ଫଳ ଦେଇଥାଏ ।
ଶାସ୍ତ୍ର ଅନୁସାରେ ତୁଳସୀ ଗଛ ପାଖରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ । କେତେ ଥର ମହିଳା ମାନେ ଜଲଦି ଜଲ୍ଦିରେ ଅଲିଆକୁ ଏକାଠି କରି ତୁଳସୀ ଗଛ ପାଖରେ ରଖିଦିଅନ୍ତି । ଏହା ଦ୍ୱାରା ବହୁତ ବଡ଼ ଅଶୁଭ ବୋଲି ଧରାଯାଏ । ଏହା ସହିତ ତୁଳସୀ ଗଛ ପାଖରେ ଜୋତା କି ଚପଲ ରଖିବା ଉଚିତ ନୁହେଁ । ତୁଳସୀ ଏକ ପବିତ୍ର ଗଛ ଅଟେ ଏହା ପାଖରେ ଆବର୍ଜନା ରଖିବା ଏକ ଅପମାନ ଅଟେ ଏହା ଦ୍ୱାରା ତୁଳସୀ ରାଗିକି ଚାଲିଯାନ୍ତି । ଏବଂ ଘରକୁ ଦରିଦ୍ରତା ଆସିଥାଏ । ଯଦି ଆପଣ ବାହାରକୁ ଯାଉଛନ୍ତି କିଛି କାମରେ ତାହେଲେ ତୁଳସୀ ଗଛ ପାଖରେ ୧୧ ଥର ପରିକ୍ରମା କରିକି ଯାଆନ୍ତୁ । ବାହାଘର ଠିକ ହେଉଥିଲେ ଏହି ଗଛ ଚାରିପାଖରେ ୭ ଥର ପରିକ୍ରମା କରି ଯାଆନ୍ତୁ । ପରୀକ୍ଷା ଦେବାକୁ ଯାଉଥିଲେ ଏହି ଗଛ ଚାରିପାଖରେ ୫ ଥର ପରିକ୍ରମା କରିକି ଯାଆନ୍ତୁ । ଏହା କଲେ ବହୁତ ସଫଳତା ମିଳିଥାଏ । ଯଦି କେହି ବେମାର ପଡ଼ିଥାନ୍ତି ତାହେଲେ ୫ଟି ତୁଳସୀ ପତ୍ର ନୀତି ଦିନ ଖାଆନ୍ତୁ । ଏହା ଦ୍ୱାରା ଶରୀର ବହୁତ ପରିମାଣରେ ଠିକ ହୋଇଯାଇଥାଏ । ଏହା ତୁଳସୀ ଗଛ ବିଷୟରେ ଜାଣିବା କଥା