ଏହାକୁ କେବଳ ଗୋଟେଥର ଲଗାଇକି ଆପଣ ମୁହଁର ତେଲୁଆ ଅଂଶ ,ବ୍ରଣ ଏବଂ ଭାତୁରୀକୁ ଦୂର କରିପାରିବେ
ସାଧାରଣତଃ ଯୌବନ ବୟସରେ ମୁହଁ ବହୁତ୍ ତେଲିଆ ରହିଥାଏ ଏଵଂ ଏଥିପାଇଁ ମଧ୍ୟ ମୁଁହରେ ବ୍ରଣ ସୃଷ୍ଟି ହୋଇଥାଏ । ମୁହଁର ଏହି ତେଲିଆପଣ ପାଇଁ ଆପଣ ଚିନ୍ତିତ ଅଛନ୍ତି କି । ଯଦି ଚିନ୍ତିତ ଅଛନ୍ତି ତାହେଲେ ଆମେ ଆଜି ଆପଣଙ୍କ ଚିନ୍ତାକୁ ଦୂର କରିବୁ । ତ୍ ଆସନ୍ତୁ ଜାଣିବା କିପରି ନିଜ ମୁହଁର ତେଲିଆ ହେବାକୁ ରୋକା ଯାଇପାରିବ ।ମୁହଁର ତେଲିଆଅଂଶ ଏବଂ ମୁହଁର ବ୍ରଣକୁ ଦୂର କରିବାକୁ କେବଳ ମାତ୍ର ୧୦ ରୁ ୧୨ ଦିନ ଦରକାର । ଏଥିପାଇଁ ମାତ୍ର ଦୁଇଟି ଉପାୟ ଅଛି ଯେଉଁ ଉପାୟକୁ ଆପଣ ଅବଲମ୍ବନ କରି ନିଜ ମୁଁହକୁ ସୁନ୍ଦର ରଖିପାରିବେ । ପ୍ରଥମ ଉପାୟଟି ଏମିତି ଉପାୟ ଯେଉଁଟାକୁ ପ୍ରାୟ ସମସ୍ତଙ୍କ ମୁଁହକୁ ସୁଟ୍ କରିବ ନାହିଁ । ଯଦି ପ୍ରଥମ ଉପାୟ ଆପଣଙ୍କ ମୁଁହକୁ ସୁଟ୍ ନକରେ ତାହେଲେ ଆପଣ ଦ୍ୱିତୀୟ ଉପାୟ ଆପଣେଇପାରିବେ । ତ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ ।
ପ୍ରଥମେ ଉପାୟରେ ଆପଣ ଗୋଟେ ପିଆଜ ନିଅନ୍ତୁ । ସେହି ପିଆଜକୁ ଛେଚି ତାହାକୁ ଗୋଟେ ପାତ୍ରରେ ରଖିଦିଅନ୍ତୁ । ତାପରେ ସେଥିରେ କେବଳ ଗୋଟେ ଛୋଟ ଚାମଚ୍ରେ ଟିକେ ଲୁଣ ପକାଇ ଦିଅନ୍ତୁ । ତାପରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତ ପ୍ରସ୍ତୁତ ଏହି ମିଶ୍ରଣକୁ ଆପଣ ଦିନରେ ଯେତେବେଳେ ଚାହିଁବେ ଲଗାଇପାରିବେ । ଏହାକୁ ଲଗାଇବାକୁ ସହଜ ଉପାୟଟି ହେଉଛି ସେହି ମିଶ୍ରଣଟିକୁ ଟିକେ ନିଜର ହାତରେ ନେଇ ମୁଁହରେ ଲଗାନ୍ତୁ କିମ୍ବା ଯେଉଁଠି ଭାତୁରି ହୋଇଛି ସେହି ସ୍ଥାନ ଉପରେ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ ଘସନ୍ତୁ । ଘଷିବା ପରେ ୨ରୁ ୩ ମିନିଟ ପର୍ଯ୍ୟନ୍ତ ମୁଁହରେ ରହିବାକୁ ଦିଅନ୍ତୁ ଏବଂ ତା ଲପରେ ଆପଣ ନିଜର ମୁଁହକୁ ଧୋଇ ଦିଅନ୍ତୁ । ଏହି ଉପାୟକୁ ଆପଣଙ୍କୁ ୮ ରୁ ୧୦ ଦିନ ପର୍ଯ୍ୟନ୍ତ କରିବାର ଅଛି ତାପରେ ଆପଣ ଜାଣିପାରିବେ କି ସେହି ସ୍ଥାନରେ ତେଲ ,ବ୍ରଣ ଏବଂ କୌଣସି ଭାତୁରୀ ହୋଇଥିଲା ବୋଲି । ଯଦି ଏହି ଉପାୟଟା ଆପଣଙ୍କ ମୁଁହ ଉପରେ ସୁଟ ନକରେ ତାହେଲେ ଦ୍ୱିତୀୟ ଉପାୟକୁ ଆପଣ ଅବଲମ୍ବନ କରନ୍ତୁ ।
ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟରେ କିପରି କଣ କରିବାକୁ ହେବ । ଏହି ଉପାୟ ଅନୁସାରେ ଆପଣ ଏକ କଦଳୀ ନିଅନ୍ତୁ ଯାହାକି ଅତି ସହଜରେ ବଜାରରେ ଉପଲବ୍ଧ ହୋଇଥାଏ । କଦଳି ଖାଇବା ପରେ ଆମେ ଫୋପାଡି ଦେଉଥିବା ତାର ଚୋପାକୁ ଅମେ ନ ଫୋପାଡି ଆମେ ତାକୁ ନିଜର ମୁହଁ ପାଇଁ ବ୍ୟବହାର କରିବା । ଏହା ସହିତ ବି ଆମକୁ ଟିକେ ଭିନେଗାର ଦରକାର ପଡ଼ିବ । ଗୋଟେ ଛୋଟ ପାତ୍ରରେ ଟିକେ ଗୋଟେ ଚାମଚ ଭିନେଗାର ନିଅନ୍ତୁ । ଏହା ପରେ ଆପଣଙ୍କୁ ସେହି କଦଳୀ ଚୋପାକୁ ନେଇ ସେହି ଭିନେଗାରର ପାତ୍ରରେ ବୁଡାଇ ସେହି ସ୍ଥାନ ଉପରେ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ ଘଷାନ୍ତୁ । ଆପଣମାନେ ତାହାକୁ ସେହି ସ୍ଥାନଉପରେ ଘଷିବାପରେ ନିଜ ମୁହଁ ଉପରେ ତାକୁ ୩୦ ରୁ ୩୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଯାହା ଫଳରେ ସେଇଟାକୁ ଆପଣଙ୍କ ମୁହଁର ଚର୍ମ ଗ୍ରହଣ କରିପାରିବ । ଏହାପରେ ଆପଣ ଥଣ୍ଡା ପାଣି ରେ ସେହି ସ୍ଥାନ କୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହି ଉପାୟକୁ ଆପଣ କିଛି ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ଏବଂ ତାପରେ ଆପଣଙ୍କ ମୁହଁର ତେଲିଆ ଅଂଶ,ବ୍ରଣ ଏବଂ ଭାତୁରି ଦୂର ହୋଇଯିବ ।