October 10, 2025

Odia Express

Here, There and Everywhere

ଉଚ୍ଚ ରକ୍ତଚାପ ରହିଛି କି? ଖାଆନ୍ତୁ ନାହିଁ ଏହି ଜିନିଷ ନହେଲେ ବିପଦ ମାଡି ଆସିବା ଆପଣଙ୍କ ପାଇଁ – ନିଶ୍ଚୟ ଜାଣିରଖନ୍ତୁ..

1 min read

ଆପଣମାନଙ୍କୁ ଆମର ଆଉ ଏକ ଅଧ୍ୟାୟରେ ସ୍ୱାଗତ।ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଉଚ୍ଚ ରକ୍ତଚାପର ଶିକାର ହୋଇଥିବେ।ଏହା ବହୁତ ବିପଦଜନକ ହୋଇଥାଏ।ଯଦି ଆପଣଙ୍କର ରକ୍ତଚାପ ଉଚ୍ଚ ଅଛି କିମ୍ବା ସବୁବେଳେ ଉଚ୍ଚ ରହୁଛି ତେବେ ଏହି ପାଞ୍ଚୋଟି ଜିନିଷକୁ ଖାଆନ୍ତୁ ନାହିଁ।ଏହା ଶରୀର ପାଇଁ ବିଷ ଭଳି କାମ କରିଥାଏ।ଯଥା ସମ୍ଭବ ଏହାକୁ ବର୍ଜନ କରନ୍ତୁ।ଭୁଲରେ ମଧ୍ୟ ଏହି ଜିନିଷର ସେବନ କରନ୍ତୁ ନାହିଁ।ଆଜି ଆମେ ଆପଣମାନଙ୍କୁ ଏହି ଖାଦ୍ୟ ବିଷୟରେ କହିବୁ ଯାହା ଆପଣ ଯଦି ଉଚ୍ଚ ରକ୍ତଚାପର ଶିକାର ଅଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହେବ।

୧.କଫି- ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ରହିଛି ତେବେ ଏହି ଜିନିଷକୁ ଯେତେ ପାରୁଛନ୍ତି ଆପଣ ବର୍ଜନ କରନ୍ତୁ।ଏହା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ।ଏହା ଆମ ଶରୀରର ହାଇପରଟେନ୍ସନ କୁ ବହୁତ ବଢ଼ାଇ ଦିଏ।ଯାହାଫଳରେ କି ଆମ ଶରୀରର ରକ୍ତଚାପ ବହୁତ ବଢିଯାଏ।ତେଣୁ ଆପଣ ମାନଙ୍କୁ ଆମେ କହିବୁ ଯେ ଏହାକୁ ଯଦି ଆପଣ ପିଇବେ ନାହିଁ ତେବେ ଆପଣଙ୍କ ଶରୀର ସୁସ୍ଥ ରହିବ।ଏହି କଫି ଉଚ୍ଚ ରକ୍ତଚାପର ମିତ୍ର ଓ ଆପଣଙ୍କ ବହୁତ ବଡ଼ ଶତ୍ରୁ ଅଟେ।ତେଣୁକରି ଏହାକୁ ଆପଣ ବର୍ଜନ କରନ୍ତୁ।

୨.ଆଚାର- ଆପଣମାନଙ୍କ ଘରେ ଆଚାର ତ ଥିବ।ଏହା ବହୁତ ଲୋକ ଖାଇବାକୁ ପସନ୍ଦ କରନ୍ତି।ଏହା ଘରେ ମଧ୍ୟ ସହଜରେ ତିଆରି କରିହୁଏ।ହେଲେ ଏହା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ।ଆପଣ ଯଦି ଉଚ୍ଚ ରକ୍ତଚାପ ର ଶିକାର ଅଛନ୍ତି ତେବେ ଯଥାସମ୍ଭବ ଏହାକୁ ଆପଣ ଖାଆନ୍ତୁ ନାହିଁ ବରଂ ବର୍ଜନ କରନ୍ତୁ।ଏହା ଅନେକ ଦିନ ଧରି ରହିଥାଏ।ଏଥିରେ ଲୁଣର ପରିମାଣ ବହୁତ ଅଧିକ ରହିଥାଏ।ଏହି ଆଚାର ଲୁଣକୁ ବହୁତ ମାତ୍ରାରେ ଶୋଷି ଦେଇଥାଏ।ଆଉ ଏଥିରେ ସୋଡିୟମର ପରିମାଣ ବହୁତ ଅଧିକ ହୋଇଯାଏ।ଆଉ ଆପଣମାନେ ତ ଜାଣିଥିବେ ଅଧିକ ସୋଡିୟମ ମାନେ ଅଧିକ ଉଚ୍ଚ ରକ୍ତଚାପ।ଏହା ଶରୀରରେ ରକ୍ତଚାପ କୁ ବଢ଼ାଇ ଥାଏ।ତେଣୁ ଆପଣ ଏହି ଆଚାରକୁ ସେବନ କରନ୍ତୁ ନାହିଁ।ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି ତ ଏହାକୁ ଆପଣ ବର୍ଜନ କରନ୍ତୁ।

୩.ଟମାଟୋ ଜାତ ଦ୍ରବ୍ୟ- ଆପଣ ଖାଲି ଟମାଟୋ ଖାଇପାରିବେ ହେଲେ ଟମାଟୋ ଜାତ ଦ୍ରବ୍ୟ ଯେମିତି କି ଟମାଟୋ ସସ,ଟମାଟୋ ପ୍ୟାଚପ,ଟମାଟୋ ଜୁସ ଆଦି କୁ ସେବନ କରନ୍ତୁ ନାହିଁ।କାରଣ ଏଥିରେ ବହୁତ ପରିମାଣରେ ସୋଡିୟମ ରହିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ତଥା ରକ୍ତଚାପ ବହୁତ ମାତ୍ରାରେ ବଢିଥାଏ।ତେଣୁ ଏହି ଜିନିଷକୁ ଆପଣ ବର୍ଜନ କରନ୍ତୁ।ନିଜ ରକ୍ତଚାପ କୁ ନିୟନ୍ତ୍ରଣ କରନ୍ତୁ।ସୁସ୍ଥ ରୁହନ୍ତୁ।

୪.ଫ୍ରେଞ୍ଚ ଭଜା- ଯଦି ଆପଣ ଉଚ୍ଚ ରକ୍ତଚାପ ର ଶିକାର ହେଇଛନ୍ତି ତେବେ ଆପଣ ଏହି ଜିନିଷଟିକୁ ଖାଆନ୍ତୁ ନାହିଁ।ଏଥିରେ ବହୁତ ପରିମାଣର ସୋଡିୟମ ଓ ଫ୍ୟାଟ ରହିଥାଏ।ଯାହାକି ଆମ ଶରୀର ପାଇଁ ଅଧିକ କ୍ଷତିକାରକ ହେବା ସଙ୍ଗେ ସଙ୍ଗେ ଆମ ରକ୍ତଚାପ କୁ ବଢାଇଦିଏ।ତେଣୁ ଏହି ଜିନିଷକୁ ଆପଣ ସେବନ କରନ୍ତୁ ନାହିଁ ଯଥା ସମ୍ଭବ ବର୍ଜନ କରନ୍ତୁ

Leave a Reply

Your email address will not be published. Required fields are marked *