ଜାଣନ୍ତୁ ‘R’ ଏବଂ ‘K’ ନାମ ଥିବା ଲୋକମାନେ କିପରି ହୋଇଥାନ୍ତି – ଏମାନଙ୍କ ଭିତରେ କିଏ ଅଧିକ ଶକ୍ତିଶାଳୀ ହେଇଥାନ୍ତି ଜାଣିରଖନ୍ତୁ..
1 min readକିପରି ହୋଇଥାନ୍ତି K ନାମ ଥିବା ଲୋକମାନେ। K ନାମର ଲୋକ ରହସ୍ୟମୟ ଏବଂ ଲାଜୁକୁଳା ସ୍ୱଭାବର ହୋଇଥାନ୍ତି।ଏମାନେ ଆବେଗପ୍ରବଣ ପ୍ରକୃତିର ଲୋକ ହୋଇଥାନ୍ତି।ଏମାନେ ସବୁବେଳେ ଅନ୍ୟର ଯତ୍ନ ଲୋଡିଥାନ୍ତି।ଏମାନଙ୍କୁ ଆକର୍ଷଣୀୟ କେନ୍ଦ୍ରରେ କୌଣସି ଇଚ୍ଛା ନଥାଏ ଏମାନେ ପ୍ରକୃତରେ ଭଲ ପାଇଥାନ୍ତି ଏବଂ ଯେଉଁମାନେ ଏମାନଙ୍କର ବହୁତ ନିକଟତର ଏମାନେ ତାର ବେଶି ଯତ୍ନ ନେଇଥାନ୍ତି।ଯେପରି ବଲିଉଡର ପ୍ରଡୁସର କରନ୍ ଜୋହର।ସେ ଲୋକମାନଙ୍କ ମଧ୍ୟରେ ରହିବାକୁ ବହୁତ ପସନ୍ଦ କରିଥାନ୍ତି ଏବଂଲୋକମାନଙ୍କୁ ଭଲ ପାଇଥାନ୍ତି।K ନାମ ଥିବା ବ୍ୟକ୍ତି ଶାନ୍ତିପ୍ରିୟ ହୋଇଥାନ୍ତି।ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିଥାନ୍ତି।ଅନ୍ୟମାନଙ୍କ ସହ ମିଶି କାମ କରିପାରନ୍ତି ଏବଂ ବହୁତ ସହାୟକ ପ୍ରକୃତିର ହୋଇଥାନ୍ତି।କେତେଟା କ୍ଷେତ୍ରରେ ଏମାନେ ଅନ୍ୟ ଉପରେ ନିର୍ଭର କରିଥାନ୍ତି।ଲାଜକୁଳା ହେବା ସହିତ ଏମାନେ ବହୁତ ଆକର୍ଷଣୀୟ ହୋଇଥାନ୍ତି।ବଲିଉଡର ପ୍ରଡୁସର କରନ୍ ଜୋହର ଯିଏକି ବହୁତ ଭଲ ସ୍ୱଭାବର ଅଟନ୍ତି।ସେ ଲୋକ ମାନଙ୍କୁ ସାହାଯ୍ୟ କରିଥାନ୍ତି।ଲୋକଙ୍କ ସହ ମିଶି କିପରି କାମ କରାଯିବ ତାହା ତାଙ୍କୁ ବହୁତ ଭଲ ଭାବରେ ଜଣାଅଛି।ଏମାନେ ବିଶ୍ବାସର ଯୋଗ୍ୟ ହୋଇଥାନ୍ତି।
ଏମାନେ ଲୋକଙ୍କ ଜୀବନ ସହିତ କେବେବି ଖେଳନ୍ତି ନାହିଁ।ଏମାନେ ବହୁତ ଭଲ ସାଙ୍ଗ ଏବଂ ଜୀବନସାଥୀ ମଧ୍ୟ ହୋଇଥାନ୍ତି।ଏମାନେ ସମ୍ବେଦନଶୀଳ ଏବଂ ସର୍ଜନାତ୍ମକ ହୋଇଥାନ୍ତି।ଏମାନଙ୍କ ମଧ୍ୟରେ ସବୁ ଜିନିଷକୁ ନେଇ ଉତ୍ସାହ ରହିଥାଏ।ଏମାନେ ତାଙ୍କ ଭଲ ପାଇବା ଜୀବନକୁ ବହୁତ ଗମ୍ଭୀର ଭାବରେ ନେଇଥାନ୍ତି।ବିବାହ ପାଇଁ ଉପଯୁକ୍ତ ଜୀବନସାଥୀର ଅପେକ୍ଷାରେ ରହିଥାନ୍ତି।ଯାହାର ନାମ K ରୁ ଆରମ୍ଭ ହୋଇଥାଏ ସେମାନେ ଦୃଢଇଚ୍ଛା ଶକ୍ତି ପ୍ରକୃତିର ଲୋକ ହୋଇଥାନ୍ତି ଏବଂ ସ୍ୱଭାବଶୀଳ ହୋଇଥାନ୍ତି।ଏମାନେ ତାଙ୍କ ଜୀବନରେ ଜଲ୍ଦି କୌଣସି ଜିନିଷରୁ ହାର ମାନିନଥାନ୍ତି।ଜୀବନରେ ବହୁତ କ୍ଷେତ୍ରରେ ଏମାନେ ହତାଶ ହୋଇପଡ଼ିଥାନ୍ତି ଯେଉଁଥିପାଇଁ ନିଜ ରାଗକୁ ନିଜ ନିୟନ୍ତ୍ରଣରେ ନ ରଖିପାରି ଅନ୍ୟ ଉପରେ ଚିଲେଇଦେଇଥାନ୍ତି।ଏ ଥିଲା K ଅକ୍ଷର ଲୋକଙ୍କ ବିଷୟରେ।ଏଥିରେ ଆମେ ଆପଣମାନଙ୍କୁ ବଲିଉଡର ପ୍ରଡୁସର କରନ୍ ଜୋହରଙ୍କ ଉଦାହରଣ ନେଇ କହିଲୁ।
ଏବେ ଆସନ୍ତୁ ଜାଣିବା କିପରି ହୋଇଥାନ୍ତି ‘R’ ନାମ ଥିବା ଲୋକମାନେ: ଏହି ଲୋକମାନେ ବୁଦ୍ଧି ଏବଂ ମାନବତା ର ପ୍ରତୀକ ଅଟନ୍ତି।ଏମାନଙ୍କର ବ୍ୟକ୍ତିତ୍ୱ ବହୁତ ପ୍ରାଭାବଶୀଳ ହୋଇଥାଏ।ଏମାନଙ୍କର ବୁଦ୍ଧି, ଉଦାରତା,ଆଦର୍ଶତା ଲୋକଙ୍କୁ ପ୍ରଭାବ କରିଥାଏ।ଏମାନେ ନିଜ ଘର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି।R ଅକ୍ଷର ଲୋକମାନେ ବହୁତ ସର୍ଜନାତ୍ମକ ଅଟନ୍ତି। କଳା ଏବଂ ସଂସ୍କୃତିରେ ଏମାନଙ୍କର ବହୁତ ରୁଚି ରହିଥାଏ।ଉଦାହରଣରେ କହିବାକୁ ଗଲେ ବଲିଉଡର ବହୁତ ଭଲ ଆକ୍ଟର ଯିଏକି ଏବେ ଏବେ ବଲିଉଡକୁ ଆସିଛନ୍ତି ।ତାଙ୍କ ନାମ ରାଜକୁମାର ରାଓ।ସେ ବହୁତ ଭଲ ଭଲ ଚଳଚ୍ଚିତ୍ର କରୁଛନ୍ତି।ବହୁତ ଭଲ ଭାବରେ ନିଜ ଅଭିନୟକୁ କରିଥାନ୍ତି।ସେ ସବୁବେଳେ ଅନ୍ୟର ହିତ ପାଇଁ କାମ କରିଥାନ୍ତି।ତାଙ୍କର ଏହି ଗୁଣ ତାଙ୍କର ବ୍ୟକ୍ତିତ୍ୱକୁ ବହୁତ ପ୍ରଭାବିତ କରିଥାଏ।ରାଜକୁମାର ରାଓ ଅନ୍ୟମାନଙ୍କ ପାଇଁ ଏକ ଭଲ ପ୍ରେରଣକାରୀ ମଧ୍ୟ ଅଟନ୍ତି।
‘R ଅକ୍ଷର’ ଲୋକଙ୍କ ଦୁନିଆ ବହୁତ ସର୍ଜନାତ୍ମକ ହୋଇଥାଏ।ଏମାନଙ୍କର କାମ କରିବାର ତରିକା ବହୁତ ଅଲଗା ହୋଇଥାଏ।ଏମାନେ ଯାହା ବି କାମ କରିଥାନ୍ତି ସେଥିରୁ ତାଙ୍କ ବ୍ୟକ୍ତିତ୍ୱ ସ୍ପଷ୍ଟ ଭାବରେ ଜଣା ପଡିଯାଇଥାଏ।ଏମାନେ ବିଳାସ ପୂର୍ଣ ଜୀବନଯାପନ କରିବାକୁ ପସନ୍ଦ କରିଥାନ୍ତି।ଏମାନଙ୍କୁ ଦାମିକା ଘଣ୍ଟା, ଦାମିକା ଗାଡି, ଦାମିକା ଘର ଏହି ସବୁ ବହୁତ ଆକର୍ଷିତ କରିଥାଏ।R ନାମ ଥିବା ବ୍ୟକ୍ତି ଦୟାଳୁ ସ୍ୱଭାବର ହୋଇଥାନ୍ତି।ଅନ୍ୟକୁ ଅସୁବିଧାରେ ଦେଖିଲେ ତାଙ୍କୁ ସମର୍ଥନ କରିଥାନ୍ତି।ଏହି ଲୋକ ବେଳେ ବେଳେ ବହୁତ ଆବେଗପ୍ରବଣ ହୋଇଯାଇଥାନ୍ତି ଯେଉଥିପାଇଁ ଏମାନେ ବହୁତ ହଇରାଣରେ ପଡ଼ିଥାନ୍ତି।ଏମାନଙ୍କର ନାସ୍ତିସୂଚକ ଗୁଣ ହେଉଛି ଏମାନେ ବହୁତ ଜଲ୍ଦି ରାଗୀ ଯାଇଥାନ୍ତି।