ଯେବେ ଦୁନିଆ ରେ ଆପଣାକୁ ଲାଗିବ ଆପଣଙ୍କ ସବୁକିଛି ଶେଷ ହେଇ ଯାଇଛି ଓ ଆପଣଙ୍କ ମୂଲ୍ୟ ନାହିଁ ତେବେ ନିଶ୍ଚୟ ପଢି ନିୟନ୍ତୁ ଏହି କଥା..
ଯଦି ଛାଡିକି ହିଁ ଯିବାର ଥାଏ ତାହେଲେ ସେହି ଲୋକମାନେ କାହିଁକି ଏତେ ବଡ଼ବଡ଼ କଥା ସବୁ କହିଥାନ୍ତି । ଯେତେବେଳେ ପ୍ରେମକୁ ବୁଝି ହିଁ ପାରନ୍ତି ନାହିଁ ତାହେଲେ ପ୍ରେମ ବିଷୟରେ ଏତେ ବଡ଼ବଡ଼ କଥା ସବୁ କାହିଁକି କହିଥାନ୍ତି । ପ୍ରଥମେ ତାକୁ ନିଜର ପ୍ରଥମ ମାର୍ଗ ମାନେ ବହୁତ୍ ଖାସ୍ ହୋଇଥାନ୍ତି କିନ୍ତୁ ପରେ ସେହି ଲୋକଙ୍କୁ ହିଁ ଭୁଲିଯାଆନ୍ତି । ପ୍ରଥମ ପ୍ରଥମତଃ ସେମାନେ ଏପରି କହନ୍ତିକି ଆମେ ହିଁ ସେମାନଙ୍କର ସବୁ କିଛି ଆମ ବିନା ତାଙ୍କର ଅସ୍ତିତ୍ବ ହିଁ ଯେପରି ନାହିଁ କିନ୍ତୁ ସେହିମାନେ ପରବର୍ତ୍ତୀ ସମୟରେ ଏପରି ବ୍ୟବହାର କରିଥାନ୍ତିକି ଯେପରି ସେମାନେ ଆମକୁ ଜାଣିହିଁ ନାହାନ୍ତି ।
ପ୍ରଥମେ ଯେଉଁଲୋକ ଆମ ଜୀବନରେ ସବୁ ଖୁସିକୁ ନେଇକି ଆସିଥାଏ ପରବର୍ତ୍ତୀ ସମୟରେ ସେହି ଲୋକମାନେ ହିଁ ଆମକୁ ଦୁଃଖ ଦେଇ ଚାଲିଯାଆନ୍ତି । ଯେଉଁ ବ୍ୟକ୍ତି ଆମକୁ ଗୋଟେ ଦିନ କହିଥାଏକି ଆମକୁ କେବେ କାନ୍ଦିବାକୁ ଦେବନି ସେହି ବ୍ୟକ୍ତି ହିଁ ପରବର୍ତ୍ତୀ ସମୟରେ ଆମକୁ ବହୁତ୍ କନ୍ଦେଇ ଥାନ୍ତି । କେତେ ଅଜବ ନା ଏଇଟା ଯାହା ଉପରେ ଆମେ ଗୋଟେ ଦିନ ଅନ୍ଧ ପରି ବିଶ୍ୱାସ କରିଥାଉ ସେହି ବ୍ୟକ୍ତି ହିଁ ଆମକୁ ପରବର୍ତ୍ତୀ ସମୟରେ ଜଣାଇ ଦେଇଥାଏକି ଆମେ ପ୍ରକୁତ୍ରେ ଅନ୍ଧ ଥିଲୁ ।
କିଛି ଲୋକମାନେ ପ୍ରେମ ପରି ପବିତ୍ର ଜିନିଷରେ ସ୍ବାର୍ଥ , କାମନା , ଲୋଭକୁ ରଖି ପ୍ରେମକୁ ବିଷମୟ କରିଦିଅନ୍ତି । କିଛି ସରଳ ଲୋକ ପ୍ରେମରେ ଏମିତି କିଛି ଭୁଲ ପ୍ରଦଖେପ ନେଇଯାଆନ୍ତିକି ସେଥିପାଇଁ ଲୋକମାନେ ସେମାନଙ୍କୁ ଖରାପ ଭାବିଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି କଥା କ୍କହିବୁ ଯାହାକୁ ଜାଣିବା ପରେ କୌଣସିବି ବ୍ୟକ୍ତି ପ୍ରେମର ନାମରେ ଆପଣଙ୍କ ଜୀବନ ଖରାପ କରିପାରିବେନି ।
ପ୍ରଥମ କଥା ହେଲା ଆପଣ ଅନ୍ୟକୁ ବିଶ୍ୱାସ କର ହେଲେ ବହୁତ୍ ଜଲ୍ଦୀ କାହାକୁ ବିଶ୍ୱାସ କରନାହିଁ ଏବଂ କାହା ଉପରେ ମଧ୍ୟ ଅନ୍ଧ ପରି ବିଶ୍ୱାସ କରନାହିଁ । ସବୁ ନୂଆ ପ୍ରେମରେ ସବୁ କିଛି ବହୁତ୍ ମଧୁର ,ସୁନ୍ଦର ଲାଗିଥାଏ । ହୃଦୟ ବହୁତ୍ ଜଲ୍ଦୀ ବିଶ୍ୱାସ କରିବାକୁ ଲାଗିଥାଏ । କାହାର କଥାକୁ କାହାର ପ୍ରେମକୁ ବିଶ୍ୱାସ କରିବାକୁ ଲାଗିଥାଏ ଏବଂ ସତ ବୋଲି ଭାବିବାକୁ ଲାଗିଥାଏ । କିନ୍ତୁ ଏହି ପ୍ରେମ କୌଣସି ଦୁଇ ଦିନର ଖେଳ ନୁହଁ ଯିଏ ଜୀବନ ସାରା ପାଇଁ ସାଥୀରେ ରହିଥାଏ ତାକୁ ହିଁ ପ୍ରକୁତ ପ୍ରେମ କୁହାଯାଏ । କେବେବି କାହାକୁ ବିଶ୍ୱାସ କରିବାରେ ଜଲ୍ଡବାଜି କରନାହିଁ ।
ଦ୍ୱିତୀୟ କଥା କାହାର କଥାକୁ ବି ଜଲ୍ଦୀ ସତ ବୋଲି ମାନନାହିଁ ବରଂ ସେହି ବ୍ୟକ୍ତି ଆପଣଙ୍କ ପାଇଁ କଣ କରୁଛି ଆପଣଙ୍କ ସହ କିପରି ଚାଲୁଛି ସେଇଟାକୁ ସତ ବୋଲି ମାନନ୍ତୁ । ଯେତେବେଳେ ଯାଏ କୌଣସି ବ୍ୟକ୍ତି ନିଜର କହିବାକୁ କଥା ଅନୁସାରେ କାମ କରୀକି ନ ଦେଖେଇଛି ସେତେବେଳେ ଯାଏ କାହାର କଥାକୁ ବିଶ୍ୱାସ କରନାହିଁ । ବହୁତ୍ ସହଜ ହୋଇଥାଏ ନା କାହାକୁ କଥା ଦେବା ହେଲେ ଯେତେବେଳେ ନିଭେଇବାକୁ ପଡେ ସବୁ ଭୁଲିଯାଆନ୍ତି କଣ କହିଥିଲେ ସେମାନେ ଏବଂ ପଛ ଯୁଞ୍ଚା ଦେଇ ଆମକୁ ଚାଡ଼ିକି ଚାଲିଯାଆନ୍ତି ।ଏଥିପାଇଁ ଯେତେବେଳେ ଯାଏ କେହି କହିଥିବା କଥା ଅନୁସାରେ କାର୍ଯ୍ୟ ନ କରିପାରିଲା ସେତେବେଳେ ଯାଏ ଆପଣ ତ ଉପରେ ଭାରୋଷା କରନ୍ତୁନାହିଁ ।
ତୃତୀୟ କଥା ଯଦି କେହି ଆପଣଙ୍କୁ ସମୟ ଦେବାକୁ ତା ପାଖରେ ସମୟ ନାହିଁ , ତାହେଲେ ତ ପ୍ରେମ କୁ ପ୍ରେମ ବୋଲି ଭାବନ୍ତୁ ନାହିଁ ।କାହିଁକି ନା ପ୍ରେମ ଏକ ଏପରି ସଂପର୍କ ଯେଉଁଥିରେ କୁ ପ୍ରେମୀ ନିଜର ପ୍ରେମିକା ଠୁ ଅଲଗା ହି ହେବାକୁ ଚାହେଁ ନାହିଁ ସବୁ ସମୟରେ ତାକୁ ନିଜର ପ୍ରେମିକା ଅଥବା ପ୍ରେମିକ ସହ କଥା ହେବାକୁ ମନ କରିଥାଏ ।ସିଏ ଏହା ଚାହିଁ ଥାଏ କି ନିଜର ଅଧିକରୁ ଅଧିକ ସମୟ ନିଜର ପ୍ରେମୀ ସହ ଅତିବାହିତ କରିବାକୁ । ଯଦି କେହି ଆପଣଙ୍କୁ ଟିକେ ସମୟ ଦେବା ପାଇଁ ଆପଣଙ୍କୁ ଦୁଃଖ ଦେଉଛି ଏବଂ କାନ୍ଦିବାକୁ ବାଧ୍ୟ କରୁଛି ତାହେଲେ ତାକୁ ପ୍ରେମ ହିଁ କରନ୍ତୁ ନାହିଁ ସେପରି ବ୍ୟକ୍ତିଙ୍କୁ ।