October 14, 2025

Odia Express

Here, There and Everywhere

ଶୀତଦିନର ସ୍ୱାସ୍ଥ୍ୟ ସମସ୍ୟା ଓ ତାର ଉପଚାର – ଆଣ୍ଠୁ ଗଣ୍ଠି ରୋଗ ସମୁଳ ନାଶ ହେଇଯିବ ଏହି ଉପାୟ ଦ୍ୱାରା..

1 min read

ଇଂରାଜୀରେ ଏକ ପ୍ରବାଦ ” health is Wealth ” ଅର୍ଥାତ ସ୍ୱାସ୍ଥ୍ୟ ହିଁ ସମ୍ପଦ ବାସ୍ତବରେ ଯଥାଯଥ ଅଟେ।ଏକ ସୁସ୍ଥ ମନ ଅନେକାଂଶରେ ଏକ ସୁସ୍ଥ ସ୍ୱାସ୍ଥ୍ୟ ଉପରେ ନିର୍ଭରଶୀଳ ହୋଇଥାଏ।ଏକ ସୁସ୍ଥ ଶରୀର ସମସ୍ତଙ୍କ ପ୍ରମୁଖ ଅଭିଳାଷ ହୋଇଥାଏ।ଏକ ସୁସ୍ଥ ଶରୀର ଏକ ସୁସ୍ଥ ପରିବେଶର ଅୟମାରମ୍ଭ କରିଥାଏ।ଶରୀରର ସୁସ୍ଥତା ମାନସିକ ସ୍ଥିତିକୁ ସୁଧାର ତଥା ସୁଦୃଢ଼ କରିବା ସହିତ ବିଭିନ୍ନ କାର୍ଯ୍ୟରେ ପ୍ରେରଣାଦାୟକ ହୋଇଥାଏ ଓ ବିଭିନ୍ନ କାର୍ଯରେ ଉତ୍କଣ୍ଠା ଓ ଆଗ୍ରହକୁ ଦ୍ବିଗୁଣିତ କରିଥାଏ।ପ୍ରକୃତିର ନିୟମ ହେଉଛି ଅନନ୍ୟ ଓ ବୈଚିତ୍ର୍ୟମୟୀ।ଧରାପୃଷ୍ଟରେ କ୍ରମନ୍ଵୟରେ ୬ଟି ଋତୁର ଆଗମନ ଜୀବନରେ ଭିନ୍ନ ଭିନ୍ନ ସ୍ୱାଦ ଭରି ଦେଇଥାଏ।ତନ୍ମଧ୍ୟରୁ ଶୀତଋତୁ ହେଉଛି ପ୍ରଣିଧାନ ଯୋଗ୍ୟ ଓ ଅନେକାଂଶ ଲୋକଙ୍କ ପ୍ରିୟ ଅଟେ।ଏହି ଋତୁ ନିରୋଗ ଓ ଶରୀର ପାଇଁ ହିତକାରୀ ବୋଲି ବିଶେଷଜ୍ଞ ମାନେ ମତ ପୋଷଣ କରିଥାନ୍ତି।ତଥାପି ଏହି ଋତୁରେ ସମ୍ୟକ ସ୍ୱାସ୍ଥ୍ୟ ସମସ୍ୟା ଏକ ଚିନ୍ତାର ବିଷୟ ବସ୍ତୁ ଅଟେ। ଏହାର ଉପଚାର ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି।

ଶୀତଦିନେ ଥଣ୍ଡା ପାଗ ଫଳରେ ଗୋଡ,ହାତ, ଆଣ୍ଠୁଗଣ୍ଠି ଓ ଅଣ୍ଟା ଦରଜ ହୋଇଥାଏ।ସ୍ନାୟବିକ ପ୍ରକ୍ରିୟାରେ ବାଧା ଉତ୍ପନ୍ନ ହୋଇଥାଏ।ଏସବୁ କେବଳ ବୟସ ବଢ଼ିବା ପାଇଁ ନୁହେଁ ବରଂ ଶରୀରରେ ଆବଶ୍ୟକୀୟ ପୋଷଣର ଅଭାବ ଯୋଗୁଁ ହୋଇଥାଏ।ଯେମିତିକି କ୍ୟାଲସିୟମ। କ୍ୟାଲସିୟମ ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।ଏହାର ଅଭାବରେ ଅସ୍ଥି ଜନିତ ସମସ୍ୟା ଦେଖାଯାଇଥାଏ।ଯଥା- ଗୋଡ ହାତ ଝିମଝିମ ହେବା, ନଖ ଦୁର୍ବଳ ହେବା, ଚାଲବୁଲରେ କଷ୍ଟ ହେବା ଇତ୍ୟାଦି।ତେଣୁ ଏଥିପାଇଁ ଏକ ଘରୋଇ ଉପଚାର ନିମ୍ନରେ ବର୍ଣ୍ଣନା କରାଯାଇଛି।

ଏଥିପାଇଁ ପ୍ରଥମ ଉପାଦାନ ହେଉଛି ଗୁଡ଼।ଏହା ଶରୀର ପାଇଁ ବହୁତ ଉପକାରୀ ଅଟେ।ଏଥିରେ ଯଥେଷ୍ଟ ପରିମାଣରେ କ୍ୟାଲସିୟମ, ଆଇରନ ଓ ପଟାସିୟମ ଥାଏ।ଏହା ଆମ ହାଡକୁ ଶକ୍ତ କରିବା ସହିତ ଅଳସ୍ୟତା ଦୂର କରିଥାଏ ଓ ଅନୁରୂପ ଶକ୍ତି ଦିଏ।ଏଥିରେ ପଟାସିୟମ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ ହ୍ରାସ କରିଥାଏ।ଓ ଆମ ଆଖି ପାଇଁ ମଧ୍ୟ ଉପକାରୀ ଅଟେ।ଏହା ମସ୍ତିଷ୍କକୁ ଶାନ୍ତ ରଖିବା ସହିତ ଦେହକୁ ଗରମ ରଖେ ତେଣୁ ଶୀତଦିନେ ଏହାର ଆବଶ୍ୟକତା ବଢିଯାଏ।

ଏଥିପାଇଁ ଆଉ ଏକ ଉପାଦାନ ହେଉଛି ସୁଣ୍ଠି।ଯାହାକି ଅଦାକୁ ଶୁଖେଇକି ତିଆରି ହୁଏ।ଏହା ଦେହ ପାଇଁ ବହୁତ ଉପକାରୀ ଅଟେ।ଏହା ଶରୀରକୁ ଗରମ ରଖିବା ସହିତ ଶରୀରର ସମସ୍ତ ପ୍ରକ୍ରିୟାକୁ ସନ୍ତୁଳିତ ରଖେ। ଏହା ଅସ୍ଥି ଜନିତ ବ୍ୟଥାକୁ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ।

ଏଥିପାଇଁ ଆଉଏକ ଉପାଦାନ ହେଉଛି ହଳଦୀ।ହଳଦୀର ଦେହ ପାଇଁ ବହୁତ ଉପକାରୀତା ରହିଛି।ଏହା ଶରୀରକୁ ବିଶୁଦ୍ଧ କରିଥାଏ।ଏଥିରେ ବିଜାରକ ଗୁଣ ଥାଏ।ଏହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢାଇବା ସହିତ ଚୟପଚୟ ପ୍ରକ୍ରିୟାରେ ସନ୍ତୁଳନ ଆଣିଥାଏ।ଏହା ମଧ୍ୟ ଶରୀରର ମୋଟାପଣ କୁ ଦୂର କରିଥାଏ।

ଏହି ଜିନିଷକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ହଳଦୀ ଗୁଣ୍ଡ ଓ ସୁଣ୍ଠିଗୁଣ୍ଡ ନେବା।ଓ ଏକ ପାତ୍ରରେ କିଛି କ୍ଷୀର ନେଇ ଗରମ କରିବା।ସେଥିରେ ହଳଦୀ ଗୁଣ୍ଡ ଓ ସୁଣ୍ଠି ମିଶାଇ ଗୋଳେଇବା ଓ ଗୁଡ଼ ମିଶେଇବା।ଏହା ଅଳ୍ପ ଥଣ୍ଡା ହେବାପରେ ଏହାକୁ ସେବନ କରିବା।ସକାଳ ଖାଇବାର ୧୫ କି ୨୦ ମିନିଟ ପରେ ଏହାକୁ ସେବନ କରିବା।ଏହାକୁ ନିୟମିତ ସେବନ କରିବା ଦ୍ୱାରା ଅସ୍ଥି ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *