June 24, 2025

Odia Express

Here, There and Everywhere

ମଜାଦାର ସାଧାରଣଜ୍ଞାନ ପ୍ରଶ୍ନ – ହାତୀ ପାଟିରେ କେତୋଟି ଦାନ୍ତ ଥାଏ ? ପ୍ରାୟ ୯୦ ପ୍ରତିଶତ ଲୋକ ସଠିକ ଉତ୍ତର ଜାଣି ନାହାନ୍ତି..

1 min read

ନମସ୍କାର ବନ୍ଧୁଗଣ |ଆପଣାକୁ ଆଉ ଏକ ନୂଆ ଓ ଚମତ୍କାର ପ୍ରଶ୍ନ ଉତ୍ତର ବିଭାଗ କୁ ସ୍ୱାଗତ |ତେବେ ସବୁଦିନ ପରି ଆଜି ମଧ୍ୟ କିଛି ନୂଆ ପ୍ରଶ୍ନ ଆମେ ଆପଣାକୁ ପଚାରିବୁ ଓ ଏହାର ସେଠିକି ଉତ୍ତର ଦେବେ ଆପଣ ଏହା ଆମେ ଆଶା କରିବୁ |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର  ପ୍ରଶ୍ନ-ଏପରି ଏକ ପ୍ରାଣୀର ନାମ କୁହନ୍ତୁ ଯିଏ ନିଜ ଜିଭ ଦ୍ୱାରା ନିଜ କାନ ସଫା କରିଥାଏ?

ଉତ୍ତର-ଜିରାଫ୍।ଆପଣ ମାନେ ସମସ୍ତେ ଜାଣନ୍ତି ଯେ ଜିରାଫ୍ ସବୁଠାରୁ ଦୀର୍ଘ ପ୍ରାଣୀ।ସମସ୍ତ ଜୀଵମାନଙ୍କ ମଧ୍ୟରେ ସେ ସବୁଠାରୁ ଡେଙ୍ଗା।ମାତ୍ର ଏହା ମଧ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ସେହି ଜିରାଫ୍ ନିଜ ଜିଭ ସାହାଯ୍ୟରେ ନିଜ କାନ କୁ ସଫା କରିଥାଏ।ଜିରାଫ୍ ର ଜିଭ ୨୧ ଇଞ୍ଚର ହେଇଥାଏ।ଏହା ଦ୍ୱାରା ସେ ନିଜ କାନମଧ୍ୟ ସଫା କରିପାରେ।ସାଧାରଣତଃ ଜିରାଫ୍ ସାକାହାରି ପ୍ରାଣୀ ମଧ୍ୟ ଅଟେ।

ପ୍ରଶ୍ନ-ପୃଥିବୀର ଏପରି ଏକ ଦେଶର ନାମ କୁହନ୍ତୁ ଯାହାର ଜାତୀୟ ପତାକା ଆୟତାକାର ହେଇନଥିବ ଅର୍ଥାତ ସମ୍ପୂର୍ଣ୍ଣ ରୂପେ ଅନ୍ୟ ଦେଶମାନଙ୍କର ପତାକାଠାରୁ ଭିନ୍ନ ହେଇଥିବ?

ଉତ୍ତର-ନେପାଳ।ନେପାଳ ଏପରି ଏକ ଦେଶ ଯାହାର ଜାତୀୟ ପତାକା ଅନ୍ୟ ସମସ୍ତ ଦେଶମାନଙ୍କଠାରୁ ଭିନ୍ନ ହେଇଥାଏ।ଏହି ଦେଶର ପତାକା ଆୟତାକାର ନୁହେଁ।ଏହା ସାଧାରଣତଃ ତ୍ରିଭୁଜକାର ହେଇଥାଏ।ଏହା ଭାରତର ଏକ ପଡ଼ୋଶୀ ରାଷ୍ଟ୍ରମଧ୍ୟ ଅଟେ।

ପ୍ରଶ୍ନ-ଏପରି ଏକ ପକ୍ଷୀର ନାମ କୁହନ୍ତୁ ଯିଏକି ସବୁଠାରୁ ଉଚ୍ଚରେ ଉଡିପାରେ ମାତ୍ର ଆଦୌ ଚାଲିପାରେନାହିଁ?

ଉତ୍ତର-ହମିଙ୍ଗ୍ ବାର୍ଡ।ଏହି ପକ୍ଷୀ ଆକାଶରେ ବହୁତ ଉଚ୍ଚରେ ଉଡିପାରେ।ମାତ୍ର ଏହା ଆଦୌ ଚାଲିପାରେନାହିଁ।ଏହି ପକ୍ଷୀ ପୃଥିବୀର ସବୁଠାରୁ କ୍ଷୁଦ୍ର ପକ୍ଷୀ ଭାବେ ମଧ୍ୟ ପରିଚିତ।ଏହା କେବଳ ଆଉ କେବଳ ଆମେରିକାରେ ହିଁ ବହୁଳ ଭାବେ ଦେଖିବାକୁ ମିଳିଥାଏ।ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ ଏବଂ ଏହି ପକ୍ଷୀ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ହେଇଥାଏ।ହମିଙ୍ଗ୍ ବାର୍ଡ ନିଜ ଡେଣାକୁ ଅନେକ ଜୋର୍ ରେ ବାଡ଼େଈଥାଏ ଫଳରେ ସେ ଅନେକ ଉଚ୍ଚକୁ ଉଡିପାରେ।ସେ ପ୍ରତି ମିନିଟରେ ୫୦ ରୁ ୨୦୦ ଥର ପର୍ଯ୍ୟନ୍ତ ନିଜ ଡେଣାକୁ ବାଡେଇ ପାରେ।ସମଗ୍ର ବିଶ୍ୱରେ ୩୨୫ ପ୍ରକାର ଏହି ପରି ପକ୍ଷୀ ରହିଛନ୍ତି।ଏହି ପକ୍ଷୀମାନଙ୍କର ପ୍ରମୁଖ ଖାଦ୍ୟ ସାଧାରଣତଃ କୀଟ ପତଙ୍ଗ ହେଇଥାଏ।

ପ୍ରଶ୍ନ-ଆପଣମାନେ କୁହନ୍ତୁ ଯେ ହାତୀ ପାଟିରେ କେତୋଟି ଦାନ୍ତ ଥାଏ?

ଉତ୍ତର-୨୬ ଗୋଟି। ସଂସାରର ସବୁଠାରୁ ବୃହତ୍ତମ ପ୍ରାଣୀ ହେଉଛି ହାତୀ।ଏହାର ଆକାର ସବୁଠାରୁ ବଡ଼।ଏହି ବୃହତ୍ତମ ତଥା ଶାକାହାରୀ ପ୍ରାଣୀକୁ ଜୀଵ ଜଗତ ତଥା ମନୁଷ୍ୟ ମାମେ ମଧ୍ୟ ଭୟ କରନ୍ତି।ହାତୀମାନେ ନିଜ ବଡ଼ ବଡ଼ ଦାନ୍ତ ପାଇଁ ମଧ୍ୟ ବେଶ୍ ଲୋକପ୍ରିୟ।ଏହି ଦାନ୍ତ ଦୁଇଟି ହାତୀମାନଙ୍କର ଏକ ପ୍ରକାରର ସ୍ୱତନ୍ତ୍ରତା।ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହାତୀ ପାଟିରେ ୨୬ ଗୋଟି ଥାଏ।ଆପଣମାନେ ସମସ୍ତେ ଜାଣନ୍ତି ଯେ ହାତୀ ର ଦୁଇଗୋଟି ବଡ଼ଦାନ୍ତ ଯାହାକି ବାହାରକୁ ଦେଖାଯାଏ।ଏହି ଦୁଇ ବଡ଼ ବଡ଼ ଦାନ୍ତକୁ ଛାଡି ଆହୁରି ୨୪ ଗୋଟି ଦାନ୍ତ ରହିଥାଏ।ଏହାକୁ ଆପଣମାନେ କେହି ଦେଖିନଥିବେ।

ପ୍ରଶ୍ନ-ଏପରି ଏକ ପ୍ରାଣୀର ନାମ କୁହନ୍ତୁ ଯିଏ କି ଉଭୟ ଅଣ୍ଡା ଦେଇପାରେ ଏବଂ କ୍ଷୀର ମଧ୍ୟ ଦେଇଥାଏ?

ଉତ୍ତର-ପ୍ଲାଟିପୁସ।ଏହିପ୍ରାଣୀ ଏକ ସ୍ତନ୍ୟପାୟୀ ପ୍ରାଣୀ ଅଟେ।ଏହା ଉଭୟ ମାଂସ ଏବଂ ଅଣ୍ଡା ଦେଇପାରେ।ଏହି ପ୍ରାଣୀ ବହୁଳ ଭାବେ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ।ଏହି ପ୍ରାଣୀର ଆୟୁ ମଧ୍ୟ ଅଧିକ ରହିଥାଏ।ଏହା ୨୦ ବର୍ଷ ଧରି ବଞ୍ଚିପାରେ।ଏହି ପ୍ରାଣୀ ନିଜ ଗୋଡ଼ ଦ୍ୱାରା କୁକୁରମାନଙ୍କୁ ମଧ୍ୟ ମାରିପାରେ।ଏହି ପ୍ରାଣୀ ପାଣି ମଧ୍ୟରେ ବୁଡିକରି ମଧ୍ୟ ରହିପାରେ।ଅଷ୍ଟ୍ରେଲିଆରେ ମୁଦ୍ରାରେ ମଧ୍ୟ ଏହି ପ୍ରାଣୀର ଚିତ୍ର ଖୋଦିତ ହେବାର ଦେଖିବାକୁ ମିଳିଥାଏ।

Leave a Reply

Your email address will not be published. Required fields are marked *