June 22, 2025

Odia Express

Here, There and Everywhere

୧୦୦% ଠିକ ଗୋଟିଏ ଦିନରେ କାଶ ଓ ଥଣ୍ଡାକୁ ମୂଳରୁ ଶେଷ କରନ୍ତୁ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ନମସ୍କାର ବନ୍ଧୁଗଣ, କାଶ ଓ ଥଣ୍ଡା ଏହି ବାରମ୍ବାର ବଦଳୁଥିବା ପାଗରେ ହେବା ବହୁତ ସ୍ୱାଭାବିକ ଅଟେ।ଏବଂ ଯଦି ଆପଣ ଏଥିପାଇଁ ଏଲୋପାଥିକ୍ ଔଷଧ ନେଉଛନ୍ତି ତେବେ ଆମେ ଯେଉଁ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ ତାହା ବହୁତ ହିଁ ପ୍ରଭାବଶାଳୀ ଅଟେ।ଆମେ ଏହାକୁ ପ୍ରଭାବଶାଳୀ ଏଥିପାଇଁ କହୁଛୁ କାରଣ କାଶ ଓ ଥଣ୍ଡା ତ କୌଣସି ବ୍ୟକ୍ତିକୁ ହୋଇପାରେ।କିନ୍ତୁ ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ ତାହା ଆମେ ପରୀକ୍ଷା କରିସାରିଛୁ।ଏବଂ ତାହା କେବଳ ଗୋଟିଏ ଦିନରେ ନିଜର ପ୍ରଭାବ ଦେଖାଇଲା।ଛୋଟ ପିଲା ମାନଙ୍କୁ ଆପଣ ଏହାକୁ ଖୁଆଇପାରିବେ।ଏଥିରେ ଏମିତି କିଛି ବି ଆମେ ପକେଇନେ ଯେଉଁଥିରେ ସେମାନଙ୍କ ର ଦେହ କିଛି ଖରାପ ହବ।ଏହାଦ୍ଵାରା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିବ।

ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ ତାହା ପୁରାପୁରି ଘରୋଇ ଅଟେ।ଘରୁ ମିଳୁଥିବା ଜିନିଷରୁ ତିଆରି ହେଉଛି।ସେଥିପାଇଁ ଏହା ତିଆରି କରିବାରେ କୌଣସି ଅସୁବିଧା ହେବ ନାହିଁ।ଏବଂ ଆପଣଙ୍କୁ ଏହାକୁ ଦିନକୁ ୩ଥର ନେବାକୁ ହେବ।ଏହାକୁ କିପରି କରିବାକୁ ହେବ ଆମେ ଆପଣଙ୍କୁ କହିବୁ।

ତେବେ ଆପଣ ପ୍ରଥମେ କୁଟିବାପାଇଁ ଏକ ବସ୍ତୁ ଆଣନ୍ତୁ।ଯେପରିକି ହେମଦସ୍ତା।ଏଥିରେ ଆପଣ ଦୁଇଟି ଲବଙ୍ଗ ପକାନ୍ତୁ ଏବଂ ଏହାକୁ ଟିକେ ଖଣ୍ଡଖଣ୍ଡ କରି କୁଟିଦିଅନ୍ତୁ।ଏହାପରେ ଏଥିରେ ଆପଣ ଡାଲଚିନି ପକାନ୍ତୁ।ଡାଲଚିନିର ଏକ ଛୋଟଖଣ୍ଡ ନିଅନ୍ତୁ।ତୃତୀୟ ଜିନିଷ ହେଉଛି ଅଦା।ଅଦାକୁ ମଧ୍ୟ ଆପଣଙ୍କୁ ଖଣ୍ଡଖଣ୍ଡ କରି କୁଟନ୍ତୁ।ଏହାପରେ ଆପଣ କେବଳ ଗୋଟେ କପ୍ ପାଣିକୁ ପ୍ୟାନରେ ଗରମ କରନ୍ତୁ।ଏବଂ ଏହି ୩ଟି ଜିନିଷକୁ ଏଥିରେ ପକାନ୍ତୁ।ଏହାପରେ ଏହାକୁ ମିଶାଇ ଧୀରେ ଧୀରେ ଫୁଟାନ୍ତୁ।ଏହାପରେ ଆପଣଙ୍କୁ ଏହି ପାଣିକୁ ଏକ ଢ଼ାଙ୍କୁଣୀରେ ୫ରୁ ୭ମିନିଟ ପର୍ଯ୍ୟନ୍ତ ଭଲଭାବରେ ଘୋଡାଇ ଦିଅନ୍ତୁ।ଯେଉଁଥିପାଇଁ ଏହି ୩ଟିର ରସ ପାଣି ଭିତରକୁ ଚାଲିଯାଏ।୫ରୁ ୭ମିନିଟ ପରେ ଏହାକୁ ଏକ ଛଣାରେ ଛାଣିନିଅନ୍ତୁ।ଏବଂ ଏହା ମଧ୍ୟରେ କେବଳ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ।ଏହାକୁ ଏପରି ଭାବରେ ତିଆରି କରି ପିଇନିଅନ୍ତୁ।

ଏପରି କାଢା ଆପଣଙ୍କୁ ଦିନରେ ୩ ଥର ତିଆରି କରନ୍ତୁ।ଏବଂ ୩ଥର ହିଁ ପିଅନ୍ତୁ।ଚତୁର୍ଥ ଥର ପିଇବା ଜରୁରୀ ଅଟେ ନାହିଁ।କାଶ ଓ ଥଣ୍ଡା ଯାହା ପାଗର ବାରମ୍ବାର ବଦଳିବା କାରଣ ରୁ ହୋଇଥାଏ ତାହା କେବଳ ଗୋଟିଏ ଦିନରେ ହିଁ ଭଲ ହୋଇଯିବ।ଏହା ବହୁତ ପ୍ରଭାବଶାଳୀ ଉପାୟ ଅଟେ।ଏବଂ ଏହାକୁ ଆମେ ପରୀକ୍ଷା ମଧ୍ୟ କରିଛୁ।ଏହା ଦ୍ଵାରା କୌଣସି କ୍ଷତି ମଧ୍ୟ ହୋଇ ନଥାଏ।ଏହା ଆପଣ ଛୁଆଙ୍କୁ ମଧ୍ୟ ଦେଇପାରନ୍ତି।ଯିଏ ବଡ ଅଟନ୍ତି ସେମାନେ ଗୋଟିଏ କପ୍ ନିଅନ୍ତୁ।ଏବଂ ଯିଏ ଛୁଆ ଅଟନ୍ତି ସେମାନେ ଏକ ଏକ ଚାମଚ ଦିଅନ୍ତୁ।ଏକ ଚାମଚ ସକାଳେ ଓ ଏକ ଚାମଚ ରାତିରେ ଦିଅନ୍ତୁ।ଆମର ଯେଉଁ ନିଶ୍ୱାସ ନେବାର ପକ୍ରିୟା ଥାଏ ମାନେ ଶ୍ୱାସକ୍ରିୟା ତାହା ବିଗିଡି ଯାଏ।ନିଶ୍ୱାସ ଠିକ ଭାବରେ ନେଇ ହୁଏ ନାହିଁ ଓ ବହୁତ କଷ୍ଟରେ ନିଶ୍ୱାସ ନିଅନ୍ତି।ସେଥିପାଇଁ ଏହି ଉପାୟ ବହୁତ ଲାଭଦାୟକ ଅଟେ।

ଆଶା କରୁଛୁ ଏହି ଉପାୟ ରେ କାଢା ତିଆରି କରି ଆପଣ ନିଜର ଓ ନିଜ ପ୍ରିୟଜନ ମାନଙ୍କର କାଶ ଓ ଥଣ୍ଡାର ସମସ୍ୟାକୁ ଦୂର କରିପାରିବେ।ଏବଂ ନିଜ ପ୍ରିୟଜନଙ୍କର ଭଲ ଭାବରେ ଯତ୍ନ ନେଇ ପାରିବେ।ଆପଣ ନିଜ ପରିବାର କୁ ଯଦି ଏକ ସ୍ୱାସ୍ତ୍ୟକର ଜୀବନ ଦେବାକୁ ଚାହୁଁଛନ୍ତି ଓ ସେମାନଙ୍କୁ ଥଣ୍ଡା ଓ କାଶର ସମସ୍ୟାଠୁ ଦୂରରେ ରଖିବାକୁ ଚାହୁଁଛନ୍ତି।ତେବେ ଏହି ସହଜ ଓ ସରଳ ଔଷଧୀୟ ଉପାୟକୁ ଆପଣାନ୍ତୁ।

Leave a Reply

Your email address will not be published. Required fields are marked *