June 20, 2025

Odia Express

Here, There and Everywhere

ଗଣିତରେ ଥିବା କିଛି ମଜାଦାର ପ୍ରଶ୍ନ – ୨+୨ ର ଅଧା କେତେ ? ୯୯ ପ୍ରତିଶତ ଲୋକ ଉତ୍ତର ଦେବାରେ ଫେଲ ହେଇଯିବେ – ଯଦି ସଠିକ ଉତ୍ତର ଦେଇଦେଲେ ତେବେ ଆପଣ ବୁଦ୍ଧିମାନ ବୋଲି ପ୍ରମାଣ ହେଇଯିବ…

1 min read

ଗଣିତ ଏପରି ଏକ ବିଷୟ ଯାହା ସମସ୍ତଙ୍କୁ ଭଲ ଲାଗିଥାଏ।ଏଥିରେ ବିଭିନ୍ନ ତତ୍ତ୍ୱମାନ ରହିଛି।ଏହି ତତ୍ତ୍ୱକୁ ପ୍ରମାଣିତ କରିବାପାଇଁ ଅନେକ ସିଦ୍ଧାନ୍ତ ମଧ୍ୟ ବର୍ଣ୍ଣିତ ରହିଛି।ଅନେକ ଗାଣିତିକ ନିଜ ନିଜର ସିଦ୍ଧାନ୍ତ ମାନଙ୍କୁ ପ୍ରତିପାଦନ କରିବା ପାଇଁ ଅନେକ ଉଦାହରଣ ମଧ୍ୟ ଦେଇଯାଇଛନ୍ତି।ଅନେକ ଭାରତୀୟ ଗଣିତଜ୍ଞ ନିଜର ଜ୍ଞାନ ଦ୍ୱାରା ସମସ୍ତ ବିଶ୍ଵବାସୀଙ୍କୁ ଆଲୋକିତ କରିଛନ୍ତି।ଆପଣମାନେ ଜାଣିଥିବେ ଯେ ଶୂନର ଆବିଷ୍କାର ମଧ୍ୟ ଭାରତୀୟ ଗଣିତଜ୍ଞଙ୍କ ଦ୍ଵାରା ହେଇଥିଲା।ଏହା ସହିତ ଅନେକ ଜ୍ୟାମିତିକ ତଥା ପରିମିତି ର ଅନେକ ତତ୍ତ୍ୱ ଏହି ଗଣିତଜ୍ଞ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ତଥା ସେମାନଙ୍କର ଜ୍ଞାନର ପରିଭାଷା।ଦୈନନ୍ଦିନ ଜୀବନରେ ଗଣିତର ଭୂମିକା ତଥା ଏହାର ବ୍ୟବହାର ଅପରିହାର୍ଯ୍ୟ।ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିରେ ଗଣିତର ବ୍ୟବହାର କରିଥାନ୍ତି।ମାତ୍ର ଗଣିତର କିଛି ପ୍ରଶ୍ନ ଏପରି ଅଛି ଯାହା ଆପଣଂକ ମଧ୍ୟରେ ଏକ କୌତୁହଳ ସୃଷ୍ଟି କରିବ।ଏହି ପ୍ରଶ୍ନ ଗୁଡିକ ଆପଣଙ୍କ ମଧ୍ୟରେ ଭାବିବାର ଶକ୍ତିକୁ ବିକାଶ କରେଇବ।ଆପଣ ଏହି ପ୍ରଶ୍ନ ଗୁଡିକୁ ଜାଣି ଆଶ୍ଚର୍ଯ୍ୟ ହେଇଯିବେ।ତେବେ ଆସନ୍ତୁ ଜାଣିବା ଏହି ପରି କିଛି ପ୍ରଶ୍ନ ଗୁଡିକୁ।

ଏହି ପରି କିଛି ମଜାଦାର ତଥା କୌତୁହଳଯୁକ୍ତ ପ୍ରଶ୍ନ ଗୁଡିକୁ ଆମେ ଆପଣଙ୍କ ଆଗରେ ପ୍ରସ୍ତୁତ କରୁଛୁ।ପ୍ରଶ୍ନ ଗୁଡିକ ଅତ୍ୟନ୍ତ ସରଳ ଖାଲି ତାହା ଚାଲାକିର ସହ ଆପଣଙ୍କ ଆଗରେ ପ୍ରସ୍ତୁତ କରାଯାଇଛି।ଯାହାକି ଆପଣଙ୍କୁ ଭାବିଚିନ୍ତି ଉତ୍ତର ଦେବାକୁ ହବ।ଅଳ୍ପଟିକେ ବୁଦ୍ଧି ଖର୍ଚ୍ଚ କଲେ ଆପଣ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବାରେ ସକ୍ଷମ ହେଇପାରିବେ।ଆପଣଙ୍କ ନିଜ ଉପରେ ଏକ ପୂର୍ଣ ବିଶ୍ୱାସ ଆସିଯିବ।ଆଜି ଆପଣଙ୍କୁ ତିନୋଟି ପ୍ରଶ୍ନ ପଚରାଯିବ।ପ୍ରତ୍ୟକ ପ୍ରଶ୍ନର ତିନୋଟି ଅପସନ୍ ଦିଆଯିବ।ପ୍ରଶ୍ନ ର ସଠିକ ଉତ୍ତର ଦେବାପାଇଁ ଆପଣଙ୍କୁ ୧୫ ସେକେଣ୍ଡ ଦିଆଯିବ।ସେହି ସମୟ ମଧ୍ୟରେ ଯଦି ଆପଣ ସଠିକ ଉତ୍ତର ଦେବାରେ ସମର୍ଥ ତେବେ ଏଥିରୁ ଜଣାପଡ଼ିବ ଯେ ଆପଣଙ୍କ ବୁଦ୍ଧି ପ୍ରଖର ଅଟେ ଏହା ସହ ଆପଣଙ୍କ ଗଣିତରେ ମଧ୍ୟ ପ୍ରଗାଢ ଜ୍ଞାନ ଅଛି।

(୧) ୨+୨ ର ଅଧା କେତେ ? କ)୨ (ଖ)୧.୫ (ଗ)୩

ଉତ୍ତର-ସଠିକ ଉତ୍ତର ହେଉଛି ୩।ଆପଣ ପ୍ରଶ୍ନକୁ ଆଉଥରେ ପଢ଼ନ୍ତୁ।ପ୍ରଶ୍ନ ଅଛି ଯେ ୨+୨ ର ଅଧା କେତେ ଅର୍ଥାତ ୨ର ଅଧା +୨।ତେଣୁ ୨ ର ଅଧା ୧ ଏବଂ ୨+୧ ହେଉଛି ୩।

(୨) ୧+୧+୧+୧+୧+୧
୦+୧+୧+୧+୧=? (କ)୧୦ (ଖ)୯ (ଗ)୧୯

ଉତ୍ତର-ସଠିକ ଉତ୍ତର ହେଉଛି ୧୯।ଆସନ୍ତୁ ଜାଣିବା ଯେ ଉତ୍ତର ୧୯ କିପରି ହେଲା।ଯଦି ଆପଣ ଭଲକରି ଦେଖିବେ ଆପଣ ଜାଣିପାରିବେ ଯେ ଏହି ସଂଖ୍ୟା ଗୁଡ଼ିକୁ ଅଦଳବଦଳ କରି ଲେଖାଯାଇଅଛି।ତେଣୁ ଏହି ପ୍ରଶ୍ନରେ ୧୦ ଥରେ ଲେଖା ଯାଇଛି ଏବଂ ୧ ନଅ ଥର ଲେଖା ଯାଇଛି।ତେଣୁ ଏହି ସମସ୍ତ ସଂଖ୍ୟା ଗୁଡ଼ିକୁ ମିସେଇଦେଲେ ଆମେ ଉତ୍ତର ୧୯ ପାଇବା।

(୩)୧୦୦ ରୁ ୧୦ ଆପଣ କେତେଥର ବିୟୋଗ କରିପାରିବେ? (କ)୧୦ (ଖ)୯ (ଗ)୧

ଉତ୍ତର-ସଠିକ ଉତ୍ତର ହେଉଛି ଥରେ।ଅର୍ଥାତ ୧।ଯଦି ଆପଣ ପ୍ରଥମଥର ପାଇଁ ୧୦୦ ରୁ ପ୍ରଥମ ଥର ୧୦ ବିୟୋଗ କଲେ ଏହା ୯୦ ହେଇଯିବ।ତେଣୁ ଆପଣ ଦେଖନ୍ତୁ ଯେ ୧୦ ବିୟୋଗ କଲେ ଆଉ ୧୦୦ ରହିବନି ଏହା ୯୦ ହେଇଯିବ।ତେଣୁ ୧୦୦ରୁ କେବଳ ଥରେ ହିଁ ଆପଣ ୧୦ ବିୟୋଗ କରିପାରିବେ।

Leave a Reply

Your email address will not be published. Required fields are marked *